Food Safety Officer - The Sakala

କଟକରେ ନକଲି ପନିର ଓ ଛେନା କାରବାର ମାମଲା: ବଦଳିଲେ ଖାଦ୍ୟ ସୁରକ୍ଷା ଅଧିକାରୀ
କଟକ: କଟକ ଜିଲ୍ଲାରେ ଧରାପଡିଥିବା ନକଲି ପନିର ଏବଂ ଛେନା କାରବାର ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନରଙ୍କ ନିର୍ଦ୍ଦେଶକ୍ରମେ କଟକ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଅମିତା ଦାସଙ୍କୁ ରାଇରଙ୍ଗପୁର ବଦଳି କରାଯାଇଛି।

ସୂଚନାଯୋଗ୍ୟ ଯେ, ନିଆଳି ଏବଂ ଅଡଶପୁର ଅଞ୍ଚଳରୁ କଟକ ସହରକୁ ଆସୁଥିବା ଛେନା ଏବଂ ପନିରରେ ଅପମିଶ୍ରଣ ହେଉଥିବା ନେଇ ଗୁରୁତର ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି ଗତ ଅଗଷ୍ଟ ମାସରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଘନ ଘନ ଚଢ଼ାଉ କରାଯାଇଥିଲା। କଟକ ମହାନଗର ନିଗମ (ସିଏମସି) ସ୍ୱାସ୍ଥ୍ୟ ବିଭାଗ ତିନୋଟି ଭିନ୍ନ ଭିନ୍ନ ସ୍ଥାନରୁ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଲାବୋରେଟୋରୀକୁ ପଠାଇଥିଲା।

ଦୀର୍ଘ ଗୋଟିଏ ମାସ ପରେ ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନରଙ୍କ ହସ୍ତଗତ ହୋଇଥିବା ରିପୋର୍ଟରୁ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଜବତ କରାଯାଇଥିବା ଦୁଗ୍ଧଜାତୀୟ ଦ୍ରବ୍ୟରେ ମଇଦା ଏବଂ ଡିଟରଜେଣ୍ଟ ଭଳି କ୍ଷତିକାରକ ପଦାର୍ଥ ମିଶାଯାଇଥିବା ପ୍ରମାଣିତ ହୋଇଛି। ପ୍ରତିଦିନ ନିଆଳି ଓ ଅଡଶପୁର ଅଞ୍ଚଳରୁ ବିପୁଳ ପରିମାଣର ନକଲି ଛେନା ଓ ପନିର ସହରକୁ ଆସୁଥିବା ନେଇ ବ୍ୟାପକ ଅଭିଯୋଗ ରହିଥିଲା।

ତେବେ ଏହି ଖାଦ୍ୟ ସାମଗ୍ରୀଗୁଡ଼ିକରେ କେଉଁ ଉଦ୍ଦେଶ୍ୟରେ ଏବଂ କେତେ ପରିମାଣରେ ଏହିସବୁ ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଥିଲା, ତାହାର ଅଧିକ ତଦନ୍ତର ଆବଶ୍ୟକତା ରହିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳୁଥିବା ଏଭଳି ଅସାଧୁ ବ୍ୟବସାୟୀଙ୍କ ଉପରେ ଲଗାମ ଲଗାଇବା ପାଇଁ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି।