Raj Kundra Arrest - The Sakala

ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଗିରଫକୁ ନେଇ ମୁହଁ ଖୋଲିଲେ ଶିଳ୍ପା ଶେଟ୍ଟୀ
ମୁମ୍ବାଇ: ଅଶ୍ଳୀଳ ଫିଲ୍ମ ନିର୍ମାଣ ମାମଲାରେ ରାଜ୍‌ କୁନ୍ଦ୍ରାଙ୍କୁ ଗିରଫ କରାଯିବା ପରେ ମୁହଁ ଖୋଲିଛନ୍ତି ସ୍ତ୍ରୀ ଶିଳ୍ପା ଶେଟ୍ଟୀ । ମାମଲାର ତଦନ୍ତ ପାଇଁ ଶୁକ୍ରବାର ରାଜ୍‌ କୁନ୍ଦ୍ରାଙ୍କ ଘରକୁ ଯାଇଥିଲା କ୍ରାମଇବ୍ରାଞ୍ଚ୍‌ ଟିମ୍‌ । ଏଠାରେ ଶିଳ୍ପା ଏବଂ ରାଜ୍‌ଙ୍କୁ ଆମ୍ନା ସାମ୍ନା ଜେରା କରିଛି କ୍ରାଇମବ୍ରାଞ୍ଚ୍‌ । ଏହି ସମୟରେ ଶିଳ୍ପାଙ୍କୁ କଡ଼ା ପ୍ରଶ୍ନର ସାମ୍ନା କରିବାକୁ ପଡ଼ିଛି । କ୍ରାଇମବ୍ରାଞ୍ଚ୍‌ ଟିମ୍‌ ସାମ୍ନାରେ ଶିଳ୍ପା କେଉଁ ସବୁ ଖୁଲାସା କରିଛନ୍ତି,ତାହା ଏବେ ସାମ୍ନାକୁ ଆସିଛି ।

ମୁମ୍ବାଇ ପୋଲିସର ଷ୍ଟେଟମେଣ୍ଟ ଅନୁସାରେ ଅଶ୍ଳୀଳ ଫିଲ୍ମ ନିର୍ମାଣ ମାମଲାରେ ନିଜର ସମ୍ପୃକ୍ତି ନଥିବା ସେ କ୍ରାଇମ ବ୍ରାଞ୍ଚ୍‌ ସାମ୍ନାରେ କହିଛନ୍ତି ।କେବଳ ସେତିକି ନୁହେଁ ବରଂ ରାଜ୍‌ କୁନ୍ଦ୍ରା ପୋର୍ଣ୍ଣ ଫିଲ୍ମ ନୁହେଁ ବରଂ ଏରୋଟିକ୍‌ ଫିଲ୍ମ ନିର୍ମାଣ କରନ୍ତି ବୋଲି କହିଛନ୍ତି ଶିଳ୍ପା। ଏହି କଥା ସେ କ୍ରାଇମବ୍ରାଞ୍ଚ୍‌ ପୋଲିସକୁ ବାରମ୍ବାର ବୁଝାଇବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ହଟ୍‌ସଟ୍‌ ମୁଭି ନିର୍ମାଣ କରିବାରେ ତାଙ୍କର କୌଣସି ମଧ୍ୟ ସମ୍ପର୍କ ନଥିବା ସେ କହିଛନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶିଳ୍ପା ଏହା ମଧ୍ୟ କହିଛନ୍ତି ଅନ୍ୟ ଓଟିଟି ପ୍ଲାଟଫର୍ମର କଣ୍ଟେଣ୍ଟ ଏବଂ ଓ୍ୱେବସିରିଜ୍‌ ଅଧିକ ଅଶ୍ଳୀଳ । ତେବେ ଶିଳ୍ପାଙ୍କ ଏହି ବୟାନକୁ ଆଧାର କରି କ୍ରାଇମବ୍ରାଞ୍ଚ୍‌ ତଦନ୍ତ କରିବା ପରେ ଭ୍ୟାରିଫାଇ କରିବ ।

ମୁମ୍ବାଇ କ୍ରାଇମ ବ୍ରାଞ୍ଚର କହିବା ହେଉଛିଯେ, ରାଜ୍‌ କୁନ୍ଦ୍ରା ଅଶ୍ଳୀଳ ଫିଲ୍ମ ନିର୍ମାଣ କରୁଥିଲେ ଏବଂ ଏହା ବାବଦରେ ତାଙ୍କ ନିକଟରେ ଯଥେଷ୍ଟ ପ୍ରମାଣ ରହିଛି । ଏବେ କିନ୍ତୁ ରାଜ୍‌ ପୋଲିସ ହେପାଜତରେ ଅଛନ୍ତି ।

ଶିଳ୍ପା ଶେଟ୍ଟୀ ରାଜ୍‌ କୁନ୍ଦ୍ରାଙ୍କ ଗିରଫ ପରେ ସୋସିଅଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଥିଲେ ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଜ୍‌ କୁନ୍ଦ୍ରାଙ୍କୁ ଗିରଫ କରାଯିବା ପରଠାରୁ ତାଙ୍କ ବିରୁଦ୍ଧରେ ଏକାଧିକ ଅଭିନେତ୍ରୀ ନୂଆ ନୂଆ ଅଭିଯୋଗ ଆଣୁଛନ୍ତି । ଏଥିରେ ପୁନମ ପାଣ୍ଡେଙ୍କ ନାଁ ମଧ୍ୟ ସାମିଲ ରହିଛି । ତେବେ ଏହି ଘଟଣା ପରେ ରାଜ୍‌ ଏବଂ ଶିଳ୍ପାଙ୍କୁ ଖୁବ୍‌ ଟ୍ରୋଲ କରାଯାଉଛି ।