LPG Exports - The Sakala

ଭାରତ ପାଇଁ ଏନର୍ଜିର ନୂଆ ରାସ୍ତା ଖୋଲିବ ଆମେରିକା! ତୈଳ ଏବଂ ଏଲଏନଜି ସପ୍ଲାଇ ବଢ଼ାଇବାକୁ ବଡ଼ ଘୋଷଣା
ଭାରତର ବଢ଼ୁଥିବା ଶକ୍ତି (ଏନର୍ଜି) ଚାହିଦାକୁ ଦୃଷ୍ଟିରେ ରଖି ଆମେରିକା ଏକ ବଡ଼ ପଦକ୍ଷେପ ନେଇଛି। ଋଷିଆ ତୈଳ ଉପରେ ଭାରତର ନିର୍ଭରଶୀଳତାକୁ କମାଇବା ପାଇଁ ଆମେରିକା ଏବେ ଭାରତକୁ ତୈଳ, ଏଲଏନଜି (LNG) ଏବଂ ଏଲପିଜି (LPG) ରପ୍ତାନି ବୃଦ୍ଧି କରିବାକୁ ପ୍ରସ୍ତୁତି ଚଳାଇଛି। ଆମେରିକା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଆମେରିକା ଏବେ ଭାରତର ଶକ୍ତି ଆବଶ୍ୟକତା ପୂରଣ କରିବା ପାଇଁ ଏକ ବଡ଼ ଉତ୍ସ ହେବାକୁ ଲକ୍ଷ୍ୟ ରଖିଛି।

ଭେନେଜୁଏଲାରେ ସଫଳ ଅପରେସନ୍

ଆମେରିକୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱରେ ଭେନେଜୁଏଲାରେ କରାଯାଇଥିବା ଏକ ସଫଳ ଅପରେସନ୍ ପରେ ଏବେ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି। ଏହାଫଳରେ ଭାରତ ଭଳି ମିତ୍ର ଦେଶମାନଙ୍କୁ ଭେନେଜୁଏଲା ବଜାରରୁ ତୈଳ ଆଣିବା ପାଇଁ ସୁବିଧା ମିଳିପାରିବ। ପୂର୍ବରୁ ଭେନେଜୁଏଲାରେ ଭାରତର ଆଗ୍ରହ ଥିଲା ଏବଂ ସେଠାରେ ରିଫାଇନାରୀ ମଧ୍ୟ ଥିଲା। ଏବେ ପୁଣିଥରେ ଏହି ବଜାର ସହ ଯୋଡ଼ି ହେବାକୁ ରାସ୍ତା ଫିଟିବାକୁ ଯାଉଛି।

ନୂତନ କଟକଣା ଏବଂ ବିକଳ୍ପ ସନ୍ଧାନ

ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଏକ ନୂଆ ଆଇନ 'ଲିଣ୍ଡସେ ଓ. ଗ୍ରାହାମ ସାଙ୍କସନିଂ ଋଷିଆ ଆଣ୍ଡ ଇରାନ ଆକ୍ଟ ୨୦୨୬'ରେ ସ୍ୱାକ୍ଷର କରିଛନ୍ତି, ଯାହାଦ୍ୱାରା ଋଷିଆ ଏବଂ ଇରାନରୁ ତୈଳ ଏବଂ ଗ୍ୟାସ୍ କିଣୁଥିବା ଦେଶ (ଯେପରିକି ଭାରତ ଓ ଚୀନ୍) ଉପରେ ୧୦୦% ପର୍ଯ୍ୟନ୍ତ ଶୁଳ୍କ (ଟାରିଫ୍) ଲଗାଇବା ପାଇଁ ରାଷ୍ଟ୍ରପତିଙ୍କୁ ବିଶେଷ କ୍ଷମତା ମିଳିଛି। ଏହି କଟକଣା ଆଶଙ୍କା ମଧ୍ୟରେ ଆମେରିକା ନିଜ ମିତ୍ର ଦେଶମାନଙ୍କ ପାଇଁ ଏକ ମୁଖ୍ୟ ବିକଳ୍ପ ସାଜିବାକୁ ଚାହୁଁଛି। ବର୍ତ୍ତମାନ ଆମେରିକା ବିଶ୍ୱର ସର୍ବବୃହତ ଏଲପିଜି (LPG) ରପ୍ତାନିକାରୀ ଏବଂ ଦ୍ୱିତୀୟ ସର୍ବବୃହତ ଏଲଏନଜି (LNG) ରପ୍ତାନିକାରୀ ଦେଶ ଅଟେ।

ନିରନ୍ତର ଆଲୋଚନା ଜାରି

ଶକ୍ତି ଯୋଗାଣ ପ୍ରସଙ୍ଗରେ ଭାରତ ଏବଂ ଆମେରିକା ମଧ୍ୟରେ କ୍ରମାଗତ ଭାବେ ଆଲୋଚନା ଜାରି ରହିଛି। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ଆମେରିକାର ସେକ୍ରେଟାରୀ ମାର୍କୋ ରୁବିଓଙ୍କ ମଧ୍ୟରେ ଏନେଇ ନିୟମିତ କଥାବାର୍ତ୍ତା ହେଉଥିବା ବରିଷ୍ଠ ଅଧିକାରୀ କହିଛନ୍ତି। ଭାରତ ବହୁ ପୂର୍ବରୁ ନିଜର ଶକ୍ତି ଆବଶ୍ୟକତା ପାଇଁ ଋଷିଆ ବ୍ୟତୀତ ଅନ୍ୟ ଏକାଧିକ ବିକଳ୍ପ ଉପରେ ବିଚାର କରୁଥିଲା, ଏବଂ ଆମେରିକାର ଏହି ତତ୍ପରତା ତାହାକୁ ଆହୁରି ସହଜ କରିବ ବୋଲି ଆଶା କରାଯାଉଛି।