Galudiha Dam - The Sakala

ବାଲେଶ୍ୱରରେ ଜଳପ୍ରଳୟ: ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା, ବାହ୍ୟଜଗତରୁ ବିଚ୍ଛିନ୍ନ ୧୫୦ରୁ ଅଧିକ ଗାଁ
ବାଲେଶ୍ୱର: ଝାଡ଼ଖଣ୍ଡର ଗାଲୁଡିହ ଡ୍ୟାମ୍ରୁ ବନ୍ୟା ଜଳ ଛଡ଼ାଯିବା ପରେ ବାଲେଶ୍ୱର ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର ରୂପ ନେଇଛି। ଉଛୁଳୁଛି ସୁବର୍ଣ୍ଣରେଖା ନଦୀ, ଯାହା ଫଳରେ ଉତ୍ତର ବାଲେଶ୍ୱରର ବିସ୍ତୀର୍ଣ୍ଣ ଅଞ୍ଚଳ ଜଳମଗ୍ନ ହୋଇଛି। ଚଳିତ ବର୍ଷ ଏହା ହେଉଛି ନଦୀର ଚତୁର୍ଥ ବନ୍ୟା, ଯାହା ସାଧାରଣ ଜୀବନଯାତ୍ରାକୁ ବ୍ୟାପକ ଭାବେ ପ୍ରଭାବିତ କରିଛି।

ରିପୋର୍ଟ ଅନୁଯାୟୀ, ସୁବର୍ଣ୍ଣରେଖା ନଦୀର ଜଳସ୍ତର ବିପଦ ସଙ୍କେତ ୯.୪୫ ମିଟର ପାର କରିଯାଇଛି। ସକାଳ ୬ଟା ସୁଦ୍ଧା ଜଳସ୍ତର ୧୦.୧୬ ମିଟର ଥିବା ବେଳେ ୭ଟା ସୁଦ୍ଧା ଏହା ୧୦.୧୮ ମିଟରକୁ ବୃଦ୍ଧି ପାଇଥିଲା। ଅନ୍ୟପକ୍ଷରେ, ସମୁଦ୍ରରେ ଜୁଆର ଆସୁଥିବାରୁ ବନ୍ୟା ଜଳ ସହଜରେ ନିଷ୍କାସିତ ହୋଇପାରୁନାହିଁ, ଯାହା ସ୍ଥିତିକୁ ଆହୁରି ସଙ୍ଗିନ କରିଦେଇଛି। କେବଳ ସୁବର୍ଣ୍ଣରେଖା ନୁହେଁ, ମଥାନୀ ନିକଟରେ ଜଳକା ନଦୀର ଜଳସ୍ତର ମଧ୍ୟ ବିପଦ ସଙ୍କେତ ୬.୫୦ ମିଟର ଉପରେ ରହିଛି। ସକାଳ ୬ଟା ସୁଦ୍ଧା ଏଠାରେ ଜଳସ୍ତର ୬.୭୮ ମିଟର ରେକର୍ଡ କରାଯାଇଥିଲା।

ଏହି ଭୟାବହ ବନ୍ୟା କାରଣରୁ ଉତ୍ତର ବାଲେଶ୍ୱରର ୩୮ଟି ପଞ୍ଚାୟତର ପ୍ରାୟ ୧୫୪ଟି ଗାଁ ଜଳମଗ୍ନ ହୋଇଛି। ଭୋଗରାଇ ବ୍ଲକର ୧୫ଟି ପଞ୍ଚାୟତ, ବାଲିଆପାଳର ୯ଟି, ଜଳେଶ୍ୱରର ୮ଟି ଏବଂ ବସ୍ତା ବ୍ଲକର ୬ଟି ପଞ୍ଚାୟତ ପାଣି ଘେରରେ ରହିଛି। ବାଲିଆପାଳ ବ୍ଲକର ଆସ୍ତି, ବିଷ୍ଣୁପୁର, ମଧୁପୁରା ଏବଂ ଜାମୁକୁଣ୍ଡା ଭଳି ନଦୀକୂଳିଆ ଗାଁଗୁଡ଼ିକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ସେହିପରି ଚୌଧୁରୀକୁଦା ଗାଁରେ ରାସ୍ତା ଉପରେ ୩ ଫୁଟ୍ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି। ଲଗାଣ ବର୍ଷା ଯୋଗୁଁ ବସ୍ତା ଅଞ୍ଚଳରେ ମଧ୍ୟ ପାଣି ବଢ଼ିବାରେ ଲାଗିଛି, ଫଳରେ ବସ୍ତାର ୧୦ଟି ଓ ସଦର ବ୍ଲକର ୫ଟି ପଞ୍ଚାୟତ ପ୍ରଭାବିତ ହୋଇଛି।

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲାର ଉପରମୁଣ୍ଡରେ ଥିବା ରାସଗୋବିନ୍ଦପୁର, ଶୁଳିଆପଦା, ମୋରଡ଼ା ଏବଂ ଚିତ୍ରଡ଼ା ଅଞ୍ଚଳରେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି। ଉପରମୁଣ୍ଡରେ ବର୍ଷା ଜାରି ରହିଲେ ତଳମୁଣ୍ଡରେ ବନ୍ୟା ପରିସ୍ଥିତି ଆହୁରି ଭୟଙ୍କର ହେବାର ଆଶଙ୍କା ରହିଛି।