global company - The Sakala

ଚାକିରି ଖାଇଗଲା ଏଆଇ: ୯ ମାସରେ ବିଶ୍ଵର ବଡ଼ ବଡ଼ କମ୍ପାନୀଗୁଡ଼ିକ ଦ୍ୱାରା ୧.୭୬ ଲକ୍ଷ ଛଟେଇ ଘୋଷଣା
ନୂଆଦିଲ୍ଲୀ: ଚାଲିଛି ଆର୍ଟଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଯୁଗ। ୨୦୨୬ରେ ବିଶ୍ଵର ବଡ଼ ବଡ଼ କମ୍ପାନୀ ଏଆଇ ଆପଣାଇବାରେ ବ୍ୟସ୍ତ। ବିଶେଷକରି ଦୁନିଆର ଆଇଟି କମ୍ପାନୀଗୁଡିକ ଏବେ ଏଆଇକୁ ଆପଣାଇ ସେଥିରେ ବଡ଼ ଧରଣର ନିବେଶ କରୁଛନ୍ତି। ଏଆଇ ମଡେଇ ଯୋଗୁ କମ୍ପାନୀଗୁଡିକୁ ବହୁ ସଂଖ୍ୟାରେ କର୍ମଚାରୀଙ୍କୁ ଛଟେଇ କରିବାକୁ ପଡୁଛି। ଏଆଇରେ ବିପୁଳ ନିବେଶ ଅର୍ଥର ଭରଣା ପାଇଁ ଆଇଟି କମ୍ପାନୀଗୁଡିକ ଖର୍ଚ୍ଚ କାଟ୍‌ରେ ବ୍ୟସ୍ତ।  ୯ ମାସରେ ବିଶ୍ଵର ବଡ଼ ବଡ଼ କମ୍ପାନୀଗୁଡ଼ିକ ଦ୍ୱାରା ୧.୭୬ ଲକ୍ଷ ଛଟେଇ ଘୋଷଣା ହୋଇଛି। ଏଭଳି ସ୍ଥିତିରେ କର୍ମଚାରୀଙ୍କ ପାଇଁ କ୍ୟାରିୟର ବିବିଧତା ଏବଂ ଅନୁକୂଳ ଦକ୍ଷତା ପାଲଟିଛି ଗୁରୁତ୍ୱପୂର୍ଣ୍ଣ ।

କମ୍ପାନୀଗୁଡ଼ିକର ପୁନଃସଂରଚନା ଯୋଗୁ ଟେକ୍ନୋଲୋଜି, ଅଟୋ ଶିଳ୍ପ, ବ୍ୟାଙ୍କ, ରିଟେଲ ଏବଂ ମିଡିଆ କମ୍ପାନି ସମେତ ବିଭିନ୍ନ କ୍ଷେତ୍ରରେ କର୍ମଚାରୀ ବଳି ପଡୁଛନ୍ତି। କମ୍ପାନୀଗୁଡ଼ିକର ପୁନଃ ସଂରଚନା ମଧ୍ୟରେ ନିଯୁକ୍ତି କେତେ ସୁରକ୍ଷିତ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆମାଜନ ଏବଂ ଓରାକଲଠାରୁ ଆରମ୍ଭ କରି ଫକ୍ସୱାଗନ, ମାଇକ୍ରୋସଫ୍ଟ, ମେଟା ଏବଂ ଉବର ଆଦି କମ୍ପାନିରେ ଏ ବର୍ଷ ହଜାର ହଜାର କର୍ମଚାରୀ ଛଟେଇ ହୋଇଛନ୍ତି । ଖର୍ଚ୍ଚକାଟ ଯୋଜନା, ବ୍ୟବସାୟଗୁଡ଼ିକୁ ନେଇ ପୁନଃସମୀକ୍ଷା ଏବଂ ଏଆଇରେ ପ୍ରଚୁର ନିବେଶ ଯୋଗୁ ଛଟେଇ ସଂଖ୍ୟା ବୃଦ୍ଧି ପାଇଛି। ଟେକ୍ନୋଲୋଜି କମ୍ପାନିଗୁଡ଼ିକ ସହିତ ବ୍ୟାଙ୍କ, ଖାଉଟି ବ୍ରାଣ୍ଡ, ମିଡିଆ ପ୍ରତିଷ୍ଠାନ, ଅଟୋ ନିର୍ମାତା, ଗେମିଂ କମ୍ପାନି ଏବଂ ରିଟେଲରମାନେ ସେମାନଙ୍କ କାର୍ଯ୍ୟଶକ୍ତିକୁ କାଟଛାଣ୍ଟ କରିଛନ୍ତି। କେତେକ କ୍ଷେତ୍ରରେ କମ୍ପାନିଗୁଡ଼ିକ ଏକାଥରକେ ହଜାର ହଜାର ଛଟେଇ ଘୋଷଣା କରିଛନ୍ତି। ଆଉ କିଛି କ୍ଷେତ୍ରରେ ପ୍ରକୃତ ସଂଖ୍ୟା ଘୋଷଣା ହୋଇନାହିଁ। ଜାନୁଆରୀରେ ଆମାଳନ ପ୍ରାୟ ୧୬,୦୦୦ ଛଟେଇ ଘୋଷଣା କରିଥିଲା। କମ୍ପାନୀରେ ବ୍ୟବସାୟ ମଡେଲରେ ବିଭିନ୍ନ ପ୍ରକାର ପରିବର୍ତ୍ତନର ଏହା ଅଂଶବିଶେଷ ବୋଲି କମ୍ପାନି ପ୍ରକାଶ କରିଥିଲା। ସେହିଭଳି ଆଟଲାସିଅନ୍ ୧୬୦୦ ବା ଏହାର ମୋଟ କାର୍ଯ୍ୟଶକ୍ତିର ୧୦% ଛଟେଇ ଘୋଷଣା କରିଥିଲା। ଏଆଇ ଏବଂ ଏଣ୍ଟରପ୍ରାଇଜ୍ ସେଲ୍ରେ ନିବେଶ ବଢ଼ାଇବା କ୍ଷେତ୍ରରେ ଏହି ପଦକ୍ଷେପ ସହାୟକ ହେବ ବୋଲି କମ୍ପାନି ପ୍ରକାଶ କରିଥିଲା। ସେପ୍ଟେମ୍ବରରେ ଉବର ୩,୩୦୦ ନିଯୁକ୍ତି ହ୍ରାସ କରିବ ବୋଲି ଘୋଷଣା କରିଥିଲା। ଉବର ସିଇଓ ଯଦିଓ ଏଆଇ କାରଣ ବୋଲି ସିଧାସଳଖ ଦର୍ଶାଇ ନ ଥିଲେ ପରିଚାଳନାରେ ଉନ୍ନତି ଆଣିବା ଦିଗରେ ଏହି ଛଟେଇ ହେବ ବୋଲି ଘୋଷଣା କରିଥିଲେ।

ଅଟୋମୋବାଇଲ ନିଯୁକ୍ତି ବି ଚାପରେ ରହିଛି। ଅଟୋନିର୍ମାତା ଫକ୍ସୱାଗନ୍ର ରୂପାନ୍ତରଣ ଯୋଜନା ଅନ୍ତର୍ଗତ ଏହା ବିଶ୍ୱବ୍ୟାପୀ ଆଉ ୫୦,୦୦୦ ନିଯୁକ୍ତି ହ୍ରାସ କରିବ ବୋଲି ଘୋଷଣା କରିଛି। ପୂର୍ବରୁ ହିଁ ଏହାର ୫୦,୦୦୦ ଛଟେଇ କାର୍ଯ୍ୟକ୍ରମ ଚାଲୁ ରହିଛି। ଅନ୍ୟତମ ଫକ୍ସୱାଗନ ଗ୍ରୁପ୍ କମ୍ପାନି ପୋର୍ସେ ଅତିରିକ୍ତ ୫,୦୦୦ ଛଟେଇ କରିବ ବୋଲି ଘୋଷଣା କରିଛି। ଜାଗୁଆର ଲ୍ୟାଣ୍ଡ୍ ରୋଭର ଦୁଇ ବର୍ଷରେ ୪,୦୦୦ ଛଟେଇ କରିବାକୁ ଘୋଷଣା କରିଛି । ଖର୍ଚ୍ଚ କାଟ, ଅତିରିକ୍ତ କ୍ଷମତା, ପରିବର୍ତ୍ତିତ ଗ୍ରାହକ ଚାହିଦା, ଟାରିଫ ଏବଂ ବିଶେଷ କରି ଚୀନ୍ ଇଭି ନିର୍ମାତାମାନଙ୍କଠାରୁ ବର୍ଦ୍ଧିତ ପ୍ରତିଯୋଗିତା ଯୋଗୁ କମ୍ପାନିଗୁଡ଼ିକ ଏହି ଛଟେଇ ଅଭିଯାନ ଆଣିଛନ୍ତି।