Gangster Hyder Died - The Sakala

ପୋଲିସ ଏନକାଉଣ୍ଟରରେ ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡା ସହରରେ ୧୪୪ ଧାରା ଲାଗୁ, ୩୦ ତାରିଖ ପର୍ଯ୍ୟନ୍ତ କଟକଣା ବଳବତ୍ତର
କେନ୍ଦ୍ରାପଡା : ପୋଲିସ ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟାର ହାଇଦରର ମୃତ୍ୟୁ ପରେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡା ସହରରେ ୧୪୪ ଧାରା ଲାଗୁ କରାଯାଇଛି । ୪ଟି ପଞାୟତ ରେ ମଧ୍ୟ ୧୪୪ ଧାରା ଜାରି କରିଛି ପ୍ରଶାସନ । କୌଣସି ପ୍ରକାର ଶାନ୍ତି ଭଙ୍ଗ ଓ ସାମ୍ପ୍ରଦାୟିକ ଗଣ୍ଡଗୋଳକୁ ଆଶଙ୍କା କରି କେନ୍ଦ୍ରାପଡ଼ାରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଦିନ ୧୧ଟା ଯାଏ ୧୪୪(୨) ଧାରା ଜାରି ରହିବ । କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ସମେତ ବାରିମୂଳ, କପାଳେଶ୍ୱର, ଗୁଲନଗର, ଜାମଧର ପଞ୍ଚାୟତ ଅଞ୍ଚଳରେ କଡ଼ା କଟକଣା ଜାରି ହୋଇଛି ।

୨୪ ତାରିଖ ରାତି ୧୧ଟାରୁ ୩୦ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ବଳବତର ରହିବ । ସକାଳ ୭ ରୁ ଦିନ ୧୧ ଯାଏ ଦୋକାନ ବଜାର ଖୋଲା ରହିବ । ଦିନ ୧୧ଟା ପରେ ଗାଡି ଚଳାଚଳ ଉପରେ କଟକଣା ରହିବ । ସେହିପରି ଧାରା ବଳବତ୍ତର ରହିବା ସମୟରେ ୫ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ଏନେଇ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ କେନ୍ଦ୍ରାପଡା

ପୋଲିସ ଏନକାଉଣ୍ଟରରେ ଗାଙ୍ଗଷ୍ଟର ହାଇଦରର ମୃତ୍ୟୁ
ଭୁବନେଶ୍ୱର:  ପୋଲିସ ଏନକାଉଣ୍ଟରରେ ଗାଙ୍ଗଷ୍ଟର ହାଇଦରର ମୃତ୍ୟୁ ହୋଇଛି । ନିରାପତ୍ତା ଦୃଷ୍ଟିରୁ ଗାଙ୍ଗଷ୍ଟର ହାଇଦରକୁ ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ପୋଲିସ ନେଉଥିବା ସମୟରେ ଖସି ଯିବାକୁ ଚେଷ୍ଟା କରୁଥିବାରୁ ପୋଲିସ ଏନକାଉଣ୍ଟର କରିଥିଲା । ଏନକାଉଣ୍ଟରରେ ହାଇଦର ଦେହରେ ତିନି ରାଉଣ୍ଡ ଗୁଳି ବାଜିଥିଲା । ବାଲେଶ୍ୱର ସିମୁଳିଆ ଠାରେ ସେକ ହାଇଦର ପରିଶ୍ରା କରିବା ବାହାନାରେ ଖସିଯିବାକୁ ଚେଷ୍ଟା କରୁଥିବାରୁ ପୋଲିସ ଏନକାଉଣ୍ଟର କରିଥିଲା । ଏନକାଉଣ୍ଟରରେ ହାଇଦରର ବାମ ହାତ ଓ ପେଟରେ ଗୁଳି ବାଜିଥିଲା, ଫଳରେ ଗୁରୁତର ଆହତ ହୋଇ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ହାଇଦରର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ ଆଜି ହାଇଦରକୁ କଟକର ଚୌଦ୍ବାର ଜେଲରୁ ବାରିପଦା ଜେଲ ନିଆଯାଉଥିଲା। ତେବେ ସିମୁଳିଆ ନିକଟରେ ହାଇଦର ପରିଶ୍ରା ଯିବ ବୋଲି ଏସକର୍ଟ ଟିମକୁ କହିଥିଲା।ଏସକର୍ଟ ଟିମ ପରିଶ୍ରା କରିବାକୁ ଅନୁମତି ଦେବାପରେ ସେ ପରିଶ୍ରା କରିବା ବାହାନାରେ ଖସିଯିବାକୁ ଉଦ୍ୟମ କରିଥିଲା।ଏହି ସମୟରେ ପୁଲିସ ହାଇଦରକୁ କାବୁ କରିବାକୁ ଚେଷ୍ଟା କରୁଥିବା ବେଳେ ହାଇଦର ସହ ପୋଲିସର ଧସ୍ତାଧସ୍ତି ମଧ୍ୟ ହୋଇଥିଲା। ଏପରିକି ପୁଲିସ ନିକଟରୁ ହାଇଦର ବନ୍ଧୁକ ଛଡାଇବାକୁ ମଧ୍ୟ ଉଦ୍ୟମ କରିଥିଲା। ଶେଷରେ ପୁଲିସ ଅନ୍ୟ କିଛି ଉପାୟ ନପାଇ ନିଜ ସୁରକ୍ଷା ପାଇଁ ହାଇଦରକୁ ଏନକାଉଣ୍ଟର କରିଥିଲା। ତେବେ ଏନକାଉଣ୍ଟରରେ ହାଇଦରର ପେଟରେ ଗୁଳି ବାଜିଥିବା ବେଳେ ସେ ଗୁରୁତର ହୋଇଥିଲା। ଆଜି ଅପରାହ୍ନ ୩.୨୦ ମିନିଟରେ ବାଲେଶ୍ବର ଜିଲ୍ଲା ସିମୁଳିଆ ଅଞ୍ଚଳରେ ଏହି ଏକାଉଣ୍ଟ୍ ଘଟଣା ଘଟିଥିଲା।ଏକାଉଣ୍ଟର ପରେ ହାଇଦରକୁ ପୁଲିସ କାବୁ କରି ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅପରାହ୍ନ ୪ ଟା ପାଖାପାଖି ସମୟରେ ଭର୍ତ୍ତି କରିଥିବା ବେଳେ ସେଠାରେ ପ୍ରାଥମିକ ଚିକିତ୍ସା ମଧ୍ୟ ଆରମ୍ଭ ହୋଇଥିଲା।ପରେ ମୃତ ଘୋଷଣା କରାଯାଇଛି। ତେବେ ରାସ୍ତାରେ ହାଇଦରର ମୃତ୍ୟୁ ହୋଇଛି ନାଁ ହସ୍ପିଟାଲରେ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ବାଲେଶ୍ଵର ହସ୍ପିଟାଲରେ ଟାଉନଥାନା ପୁଲିସର ଏକ ଟିମକୁ ନିୟୋଜିତ କରାଯାଇଛି।