Saravana Vivek M - The Sakala

ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କଲେ ଶର୍ବଣା ବିବେକ ଏମ୍
ଭୁବନେଶ୍ୱର: ଭୁବନେଶ୍ଵର ନୂଆ DCP ଭାବେ ଦାୟିତ୍ୱ ଗ୍ରହଣ କଲେ ଶର୍ବଣା ବିବେକ ଏମ୍ । ୨୦୧୫ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଶର୍ବଣା ବିବେକ ଏମ୍ ଭୁବନେଶ୍ୱରର ନୂତନ ଡେପୁଟି କମିଶନର ଅଫ୍ ପୋଲିସ (ଡିସିପି) ଭାବରେ ନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବତନ ଡିସିପି ଜଗମୋହନ ମୀନାଙ୍କ ସ୍ଥାନରେ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀର ମଙ୍ଗ ଧରିଛନ୍ତି। ସମସ୍ତଙ୍କୁ ନେଇ ଗୋଟିଏ ଟିମ୍ ହୋଇ କାମ କରିବାକୁ ପଡ଼ିବ ବୋଲି କହିଛନ୍ତି ନୂଆ ଡିସିପି। ସେ ଆହୁରି ମଧ୍ୟ କହିଲେ କି, 'ସାଇବର ଅପରାଧ ଏକ ବଡ଼ ଚ୍ୟାଲେଞ୍ଜ, ଲୋକେ ବହୁତ ଟଙ୍କା ହରାଉଛନ୍ତି । ସାଇବର ଅପରାଧ ରୋକିବାକୁ ଆହୁରି ସଶକ୍ତ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି

ଭୁବନେଶ୍ୱର ଡିସିପି ଭାବେ ନିଯୁକ୍ତ ହେବା ପୂର୍ବରୁ ସେ ବ୍ରହ୍ମପୁର ଏସପି ଭାବରେ ସଫଳତାର ସହ କାର୍ଯ୍ୟ ତୁଲାଇଥିଲେ। ବ୍ରହ୍ମପୁରରେ ନିଜ କାର୍ଯ୍ୟକାଳ ସମୟରେ ବିଭିନ୍ନ ଜଟିଳ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ପୋଲିସିଂ ଚାଲେଞ୍ଜକୁ ଦକ୍ଷତାର ସହ ମୁକାବିଲା କରିଥିବାରୁ ସେ ବେଶ୍ ଚର୍ଚ୍ଚାରେ ଥିଲେ। ନିଜର ନିର୍ଭୀକତା, ସାହସିକତା ଏବଂ କାର୍ଯ୍ୟଦକ୍ଷତା ପାଇଁ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି।

ବର୍ତ୍ତମାନ ରାଜ୍ୟ ରାଜଧାନୀରେ ପୋଲିସ ବିଭାଗର ମୁଖ୍ୟ ଭାବେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ତାଙ୍କର ମୂଳ ଲକ୍ଷ୍ୟ ହେବ। ଭୁବନେଶ୍ୱରର ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବା ସହ ଅପରାଧ ନିୟନ୍ତ୍ରଣ ଦିଗରେ ସେ ବିଶେଷ ଗୁରୁତ୍ୱାରୋପ କରିବେ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ ଯେ, ପୂର୍ବତନ ଡିସିପି ଜଗମୋହନ ମୀନା ସରକାରୀ ଚାକିରିରୁ ନିଜର ଇସ୍ତଫା ପ୍ରଦାନ କରିଥିଲେ। ଗତ ସେପ୍ଟେମ୍ବର ୧୧ ତାରିଖରେ କେନ୍ଦ୍ର ସରକାରଙ୍କ ଦ୍ୱାରା ତାଙ୍କର ଇସ୍ତଫା ପତ୍ର ଗ୍ରହଣ କରାଯାଇଥିଲା। ତାଙ୍କ ସ୍ଥାନରେ ଏବେ ଶର୍ବଣା ବିବେକ ଏମ୍ ଭୁବନେଶ୍ୱରର ସୁରକ୍ଷା ବ୍ୟବସ୍ଥାର ଦାୟିତ୍ୱ ନେଇଛନ୍ତି।