Odisha Pension - The Sakala

ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ମିଳିବ ବକେୟା ଥିବା ଭତ୍ତା: ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
ଭୁବନେଶ୍ୱର: ଭତ୍ତା ପାଇଁ ଅପେକ୍ଷା କରିଥିବା ହିତାଧିକାରୀଙ୍କ ପାଇଁ ଏକ ଖୁସି ଖବର। ଦୀର୍ଘ ୪ ମାସ ଧରି ବକେୟା ଥିବା ଭତ୍ତା ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ପ୍ରଦାନ କରାଯିବ ବୋଲି ଓଡ଼ିଶା ସରକାର ଘୋଷଣା କରିଛନ୍ତି। ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବକେୟା ଥିବା ସମସ୍ତ ଅର୍ଥ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ନିୟମିତ ମାସିକ ଭତ୍ତା ସହିତ ସିଧାସଳଖ ପଠାଯିବ।

ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୃହକୁ ଜଣାଇଛନ୍ତି ଯେ, ବର୍ତ୍ତମାନ ଓଡ଼ିଶାରେ ସମୁଦାୟ ୨୦,୩୩,୯୫୯ ହିତାଧିକାରୀ ଇନ୍ଦିରା ଗାନ୍ଧୀ ଜାତୀୟ ଭତ୍ତା ଯୋଜନା ଅଧୀନରେ ପଞ୍ଜୀକୃତ ହୋଇଛନ୍ତି। ତେବେ କିଛି ବୈଷୟିକ ଏବଂ ପ୍ରକ୍ରିୟାଗତ ତ୍ରୁଟି କାରଣରୁ ଗତ ୪ ମାସ ଧରି ଏକାଧିକ ହିତାଧିକାରୀଙ୍କ ଭତ୍ତା ପ୍ରଦାନ ବନ୍ଦ ରହିଥିଲା। ସରକାର ଏହି ସମସ୍ୟା ପ୍ରତି ସମ୍ପୂର୍ଣ୍ଣ ସଚେତନ ଅଛନ୍ତି ଏବଂ ବରିଷ୍ଠ ନାଗରିକମାନେ ଯେପରି ବିନା ବାଧାରେ ସେମାନଙ୍କର ପ୍ରାପ୍ୟ ପାଇବେ, ସେଥିପାଇଁ ତୁରନ୍ତ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

ବକେୟା ଭତ୍ତା ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଏସଏସଇପିଡି ବିଭାଗ, ରାଜ୍ୟ ଅର୍ଥ ବିଭାଗ, ଟ୍ରେଜେରୀ କର୍ତ୍ତୃପକ୍ଷ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥା ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛି। ବର୍ତ୍ତମାନ ବୈଷୟିକ ସମସ୍ୟାର ସମାଧାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେଣୁ ଖୁବଶୀଘ୍ର ଅକ୍ଟୋବର ମାସର ନିୟମିତ ଭତ୍ତା ସହ ସମସ୍ତ ବକେୟା ଅର୍ଥ ଯୋଗ୍ୟ ହିତାଧିକାରୀଙ୍କୁ ବିନା ଦ୍ୱିଧାରେ ପ୍ରଦାନ କରାଯିବ ବୋଲି ବିଭାଗୀୟ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି।