Sri Bikram Govt Art School - The Sakala

ଜୟପୁର ସରକାରୀ ଆର୍ଟ ବିଦ୍ୟାଳୟରେ ଅଗ୍ନିକାଣ୍ଡ: କମ୍ପ୍ୟୁଟର ଓ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ପୋଡ଼ି ନଷ୍ଟ
କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ଶ୍ରୀ ବିକ୍ରମ ସରକାରୀ କଳା ଓ ହସ୍ତଶିଳ୍ପ ବିଦ୍ୟାଳୟରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଘଟଣାରେ ବିଦ୍ୟାଳୟର କମ୍ପ୍ୟୁଟର, ଟେଲିଭିଜନ୍ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ ଫାଇଲ୍ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଏହି ଅଗ୍ନିକାଣ୍ଡରେ ବିଦ୍ୟାଳୟର ୨ଟି କମ୍ପ୍ୟୁଟର ଏବଂ ଗୋଟିଏ ଟେଲିଭିଜନ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହା ସହିତ ଅନେକ ଦପ୍ତରୀ ଫାଇଲ୍ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ମଧ୍ୟ ଜଳିଯାଇଥିବା ନେଇ କଲେଜର ଅଧ୍ୟକ୍ଷ ଯୁଧିଷ୍ଠିର ମଲ୍ଲିକ ସୂଚନା ଦେଇଛନ୍ତି।

ଶୁକ୍ରବାର ଭୋର୍ ସମୟରେ ରାତ୍ରି ଜଗୁଆଳି ବିଦ୍ୟାଳୟ ପରିସରରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ। ସେ ତୁରନ୍ତ ଅଧ୍ୟକ୍ଷଙ୍କୁ ଖବର ଦେଇଥିଲେ ଏବଂ ଏହା ପରେ ଘଟଣାସ୍ଥଳକୁ ଅଗ୍ନିଶମ ବାହିନୀକୁ ଡକାଯାଇଥିଲା। ଅଗ୍ନିଶମ କର୍ମଚାରୀମାନେ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଅନ୍ୟାନ୍ୟ ଅଞ୍ଚଳକୁ ବ୍ୟାପିବାରୁ ରୋକିବାରେ ସଫଳ ହୋଇଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ବର୍ଷା ପାଣି ଏକ ଇଲେକ୍ଟ୍ରିକାଲ୍ ବୋର୍ଡରେ ପଶିଯିବା କାରଣରୁ ସର୍ଟ ସର୍କିଟ୍ ହୋଇ ଏହି ନିଆଁ ଲାଗିଥାଇପାରେ। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏବଂ ସର୍ବମୋଟ କ୍ଷୟକ୍ଷତିର ପରିମାଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ।