Armed Poacher - The Sakala

ଶିମିଳିପାଳରେ AI କ୍ୟାମେରାରେ ଧରାପଡ଼ିଲେ ୨ ସଶସ୍ତ୍ର ଶିକାରୀ, ବନ୍ଧୁକ ଓ ବିସ୍ଫୋରକ ଜବତ
ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ଶିକାର ପାଇଁ ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ବନ ବିଭାଗ ହାତରେ ୨ ଜଣ ସଶସ୍ତ୍ର ଶିକାରୀ ଧରାପଡ଼ିଛନ୍ତି। ପୋଡ଼ାଡ଼ିହା ବନ୍ୟପ୍ରାଣୀ ରେଞ୍ଜ ଅଧୀନରେ ଘଟିଥିବା ଦୁଇଟି ପୃଥକ ଅନୁପ୍ରବେଶ ଘଟଣାରେ ଏହି ଗିରଫଦାରୀ ହୋଇଛି। ଜାମିନ ନାମଞ୍ଜୁର ହେବା ପରେ ଉଭୟଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି।

ଶିମିଳିପାଳ ଅଭୟାରଣ୍ୟ ଭିତରେ ଲଗାଯାଇଥିବା ସ୍ୱତନ୍ତ୍ର କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ୟାମେରାରେ ବନ୍ଧୁକ ଓ ମାରଣାସ୍ତ୍ର ଧରି ପ୍ରବେଶ କରୁଥିବା ବେଳେ ଏହି ଦୁଇ ଶିକାରୀଙ୍କ ଚିତ୍ର କଏଦ ହୋଇଥିଲା। ଏହାପରେ ଶିମିଳିପାଳ ବନ୍ୟପ୍ରାଣୀ ଗୁଇନ୍ଦା ନେଟୱାର୍କ  କର୍ମଚାରୀମାନେ ସେମାନଙ୍କୁ ଚିହ୍ନଟ କରି କାବୁ କରିବାରେ ସଫଳ ହୋଇଥିଲେ। ଗିରଫ ଶିକାରୀଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ ସମେତ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଉଦଳା ଥାନା ଅନନ୍ତପୁର ଗ୍ରାମର  ଗାସା ହୋ ଓରଫ ଲାଲା (୨୨) ଓ ସାଞ୍ଜନୁପାଳ ଗ୍ରାମର କିଶୁନ ଟୁଡୁ ଓରଫ ସୁନା(୨୯) । ଏହି ଘଟଣାରେ ଆଉ କାହାର ସଂପୃକ୍ତି ରହିଛି କି ନାହିଁ, ସେ ନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।