Yahya Rahim Safavi - The Sakala

ଯଦି ଆମେରିକା ପୁଣି ଆକ୍ରମଣ କରେ, ତେବେ ଭାରତ ମହାସାଗରକୁ ବ୍ୟାପିପାରେ ଯୁଦ୍ଧ: ଇରାନର ଚେତାବନୀ
ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯଦି ଆମେରିକା ପୁଣିଥରେ ଆକ୍ରମଣ କରେ, ତେବେ ଇରାନ ନିଜ ଯୁଦ୍ଧର ଭୌଗୋଳିକ ପରିସରକୁ ବୃଦ୍ଧି କରିପାରେ। ଏପରିକି ଏହି ଯୁଦ୍ଧ ଭାରତ ମହାସାଗର ପର୍ଯ୍ୟନ୍ତ ବ୍ୟାପିପାରେ ବୋଲି ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନୀଙ୍କ ଜଣେ ବରିଷ୍ଠ ଉପଦେଷ୍ଟା ଚେତାବନୀ ଦେଇଛନ୍ତି।

ଆମେରିକାକୁ ଖୋଲା ଚେତାବନୀ

ଇରାନର ଫାର୍ସ ନ୍ୟୁଜ୍ ଏଜେନ୍ସି ଦ୍ୱାରା ଜାରି କରାଯାଇଥିବା ଏକ ଭିଡିଓରେ ଖାମେନୀଙ୍କ ଉପଦେଷ୍ଟା ୟାହ୍ୟା ରହିମ୍ ସଫାଭି କହିଛନ୍ତି ଯେ, "ପାରସ୍ୟ ଉପସାଗର ଏବଂ ହର୍ମୁଜ୍ ପ୍ରଣାଳୀରୁ ଲୋହିତ ସାଗର ପର୍ଯ୍ୟନ୍ତ ସଂଘର୍ଷ ବ୍ୟାପିସାରିଛି। ଯଦି ଆମେରିକା ଅଧିକ ଯୁଦ୍ଧ କରିବାକୁ ଚେଷ୍ଟା କରେ, ତେବେ ଏହାର ଜବାବରେ ଯୁଦ୍ଧର ପରିସର ଆହୁରି ବଢ଼ିବ ଏବଂ ଏହା ଭାରତ ମହାସାଗର ଏବଂ ତା'ଠାରୁ ମଧ୍ୟ ଆଗକୁ ଯାଇପାରେ।"

ସାମୁଦ୍ରିକ ବାଣିଜ୍ୟ ପଥରେ ବଢୁଛି ଉତ୍ତେଜନା

ପାରସ୍ୟ ଉପସାଗର, ଓମାନ ଉପସାଗର ଏବଂ ପ୍ରମୁଖ ସାମୁଦ୍ରିକ ବାଣିଜ୍ୟ ପଥଗୁଡ଼ିକରେ ବର୍ତ୍ତମାନ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ତୀବ୍ର ରହିଛି। ଆମେରିକାର କୌଣସି ନୂଆ ସାମରିକ କାର୍ଯ୍ୟାନୁଷ୍ଠାନ ସମଗ୍ର ଅଞ୍ଚଳରେ ଥିବା ଆମେରିକୀୟ ସ୍ୱାର୍ଥ ଏବଂ ସମ୍ପତ୍ତି ଉପରେ ବିପଦ ସୃଷ୍ଟି କରିବ ବୋଲି ଇରାନୀ ଅଧିକାରୀମାନେ ବାରମ୍ବାର ଚେତାବନୀ ଦେଇଆସୁଛନ୍ତି।

ଅନ୍ୟପକ୍ଷରେ, ଇରାନର ରିଭୋଲ୍ୟୁସନାରୀ ଗାର୍ଡ ମଧ୍ୟ ଚେତାବନୀ ଦେଇଛି ଯେ, ଯଦି ସେମାନଙ୍କୁ ଆହୁରି ଉସକାଇବାକୁ ଚେଷ୍ଟା କରାଯାଏ, ତେବେ ସେମାନେ ନିଜର ସାମରିକ ରଣନୀତି ଏବଂ ଲକ୍ଷ୍ୟସ୍ଥଳରେ ପରିବର୍ତ୍ତନ କରିପାରନ୍ତି। ତେଣୁ ଉଭୟ ଦେଶ ମଧ୍ୟରେ ଥିବା ତିକ୍ତତା ଆଗାମୀ ଦିନରେ ଏକ ବଡ଼ ଧରଣର ଯୁଦ୍ଧର ରୂପ ନେଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।