NH 326 - The Sakala

ମାଲକାନଗିରିରେ ଲଘୁଚାପ ଜନିତ ଲଗାଣ ବର୍ଷା: ଜାତୀୟ ରାଜପଥରେ ଉଛୁଳୁଛି ପାଣି, ଯୋଗାଯୋଗ ବିଚ୍ଛିନ୍ନ
ମାଲକାନଗିରି: ଗଭୀର ଅବପାତ କାରଣରୁ ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ଜିଲ୍ଲାରେ ସ୍ୱାଭାବିକ ଜୀବନଯାତ୍ରା ପ୍ରଭାବିତ ହେବା ସହ ସଡ଼କ ଯୋଗାଯୋଗ ସମ୍ପୂର୍ଣ୍ଣ ରୂପେ ବିଚ୍ଛିନ୍ନ ହୋଇଯାଇଛି। ପାହାଡ଼ିଆ ଅଞ୍ଚଳରୁ ଆସୁଥିବା ବର୍ଷା ଜଳ ୩୨୬ ନମ୍ବର ଜାତୀୟ ରାଜପଥ (NH 326) ଉପରେ ପ୍ରବାହିତ ହେଉଛି।

ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ପୋଟେରୁ ଏବଂ କାଙ୍କୁରୁକୋଣ୍ଡା ବ୍ରିଜ୍ ବୁଡ଼ିଯାଇଛି। ସର୍ବଶେଷ ରିପୋର୍ଟ ଅନୁଯାୟୀ, ମାଲକାନଗିରି-କାଲିମେଳା ରାସ୍ତାରେ ଥିବା ଏହି ବ୍ରିଜ୍‌ଗୁଡ଼ିକ ଉପରେ ବର୍ତ୍ତମାନ ପ୍ରାୟ ୨ରୁ ୩ ଫୁଟ୍ ଉଚ୍ଚର ବର୍ଷା ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ସେହିପରି କାଲିମେଳା-ପଡ଼ିଆ ରାସ୍ତାରେ ଥିବା କନ୍ୟାଶ୍ରମ ବ୍ରିଜ୍ ଉପରେ ମଧ୍ୟ ପ୍ରାୟ ୩ ଫୁଟ୍ ଉଚ୍ଚର ପାଣି ପ୍ରବାହିତ ହେଉଛି।

ବ୍ରିଜ୍ ଉପରେ ପାଣି ପ୍ରବାହିତ ହେଉଥିବାରୁ ମାଲକାନଗିରିରୁ କାଲିମେଳା ଏବଂ ମୋଟୁ ମଧ୍ୟରେ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। କାଲିମେଳାରୁ ପଡ଼ିଆକୁ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଫସି ରହିଛି। ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ରିଜ୍ ନିକଟରେ ବ୍ୟାରିକେଡ୍ ଲଗାଯାଇଛି ଏବଂ ଜାତୀୟ ରାଜପଥର ଟ୍ରାଫିକ୍‌କୁ ଛତିଶଗଡ଼ ଆଡ଼କୁ ଡାଇଭର୍ଟ କରାଯାଇଛି।