Children - The Sakala

ପିଲାଙ୍କ ପାଇଁ ସାମାଜିକ ଗଣମାଧ୍ୟମ ନିଷିଦ୍ଧ ହେଉ: ମାଡ୍ରାସ ହାଇକୋର୍ଟ
ଚେନ୍ନଇ: ସାମାଜିକ ଗଣମାଧ୍ୟମ ନେଇ ମାଡ୍ରାସ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ୧୬ ବର୍ଷରୁ କମ୍‌‌ ବୟସର ପିଲାଙ୍କ ପାଇଁ ସାମାଜିକ ଗଣମାଧ୍ୟମଗୁଡିକ ନିଷିଦ୍ଧ ହେବା ଉଚିତ। ଅଷ୍ଟ୍ରେଲିଆରେ ଏହି ନିୟମ ଲାଗୁ ହୋଇଛି। ଏବେ ଭାରତରେ ଏହାକୁ ଲାଗୁ କରିବାର ଆବଶ୍ୟକତା ରହିଛି ବୋଲି କୋର୍ଟ କହିଛନ୍ତି। ଏ ସଂକ୍ରାନ୍ତରେ ଗୁରୁତର ସହ ବିଚାର କରିବା ଉଚିତ ବୋଲି କୋର୍ଟ କହିଛନ୍ତି। ମଦୁରାଇ ହାଇକୋର୍ଟର ବିଚାରପତି ଜି ଜୟଚନ୍ଦ୍ରନ ଓ କେକେ ରାମକୃଷ୍ଣନଙ୍କ ବେଞ୍ଚ୍‌‌ ନାବାଳକମାନଙ୍କ ପାଇଁ ଅନଲାଇନ୍‌‌ରେ ପର୍ଣ୍ଣୋଗ୍ରାଫିକ୍‌‌ ବିଷୟବସ୍ତୁ ସହଜରେ ଉପଲବ୍ଧ ହେଉଥିବା ନେଇ ଦାଏର ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏହି ମନ୍ତବ୍ୟ ଦେଇଛନ୍ତି। ଆବେଦନକାରୀ ଏସ ବିଜୟକୁମାରଙ୍କ ଓକିଲ କେପିଏସ୍‌‌ ପାଲନେଭେଲ ରାଜନ ଅଷ୍ଟ୍ରେଲିଆରେ ଜାରି ହୋଇଥିବା ନିୟମର ଉଦାହରଣ ଦେଇଥିଲେ। ଇଣ୍ଟରନେଟ ସେବା ପ୍ରଦାନକାରୀ (ଆଇଏସ୍‌‌ପି)ଙ୍କ ଉପରେ କଡ଼ା ନିୟମ ଲାଗୁ କରିବାକୁ କୋର୍ଟ ସୁପାରିସ କରିଛନ୍ତି। ପିଲାମାନଙ୍କ ଅନ୍‌‌ଲାଇନ କାର୍ଯ୍ୟକଳାପ ଉପରେ ଅଭିଭାବକ ତଥା ପିତାମାତାଙ୍କ ନିୟନ୍ତ୍ରଣ ରହିବା ବାଧ୍ୟତାମୂଳକ ହେବା ଉଚିତ ବୋଲି କୋର୍ଟ କହିଛନ୍ତି। ଏହି ମାମଲା ଏକ ପୁରୁଣା ଆବେଦନ ସହିତ ଜଡିତ। ଅନେକ ସମୟରେ ଛୋଟପିଲାଙ୍କୁ ଇଣ୍ଟରନେଟ୍‌‌ରେ ଅଶ୍ଳୀଳ କଣ୍ଟେଣ୍ଟ ସହଜରେ ମିଳିଯାଉଛି। ଏହାକୁ ରୋକିବା ପାଇଁ ଉଚିତ ବ୍ୟବସ୍ଥା ନାହିଁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା।

ଉଲ୍ଲେଖଥାଉ କି, ଅଷ୍ଟ୍ରେଲିଆରେ ଡିସେମ୍ବର ୯ରୁ ୧୬ ବର୍ଷରୁ କମ୍‌‌ ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆକାଉଣ୍ଟ ତିଆରି କରିବାକୁ ନିଷେଧ କରିଛି। ବିଶ୍ୱର ପ୍ରଥମ ଦେଶ ଭାବେ ଅଷ୍ଟ୍ରେଲିଆ ଏହି ନିୟମ ଲାଗୁ କରିଛି। ଏଥିପାଇଁ ଅଷ୍ଟ୍ରେଲିଆ ଗତବର୍ଷ ‘ଅନ୍‌‌ଲାଇନ୍‌‌ ସେଫ୍ଟି ଆମେଣ୍ଡମେଣ୍ଟ ବିଲ୍‌‌’ ଆଗତ କରିଥିଲା। ଏଥିରେ ୧୬ ବର୍ଷରୁ କମ୍‌‌ ପିଲା ଟିକ୍‌‌ଟକ, ଏକ୍ସ, ଫେସବୁକ, ଇନ୍‌‌ଷ୍ଟାଗ୍ରାମ, ସ୍ନାପଚାଟ, ୟୁଟ୍ୟୁବ ଭଳି ସାମାଜିକ ଗଣମାଧ୍ୟମଗୁଡିକଠାରୁ ଦୂରେଇ ରଖିବାର ବ୍ୟବସ୍ଥା କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ଭାରତରେ ୯୬ ପ୍ରତିଶତ ୧୦ରୁ ୧୫ ବର୍ଷର ପିଲା ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହିଛନ୍ତି। ଏ ପର୍ଯ୍ୟନ୍ତ ଭାରତରେ ସାମାଜିକ ଗଣମାଧ୍ୟମ ନେଇ କୌଣସି ଆଇନ୍‌‌ ଜାରି ହୋଇନାହିଁ।

ଦୁଇ ବର୍ଷର କମ ପିଲାଙ୍କୁ କଫ୍ ସିରପ୍ ମନା
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଗତ କିଛି ଦିନ ମଧ୍ୟରେ କଫ୍ ସିରପ୍ ଯୋଗୁଁ ୧୨ ଜଣ ପିଲାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ପିଲାମାନେ ଗୋଟିଏ ପରେ ଗୋଟିଏ ମୃତ୍ୟୁବରଣ କରୁଥିବା ଖବର ଲୋକଙ୍କୁ ଭୟଭୀତ କରିଥିଲା। ମୃତ୍ୟୁ ପରେ ସନ୍ଦିଗ୍ଧ କଫ୍ ସିରପ୍ ମଧ୍ୟ ପରୀକ୍ଷା ପାଇଁ ପଠାଯାଇଥିଲା। ଦିଲ୍ଲୀର CDSCO ପୁଣେର ଭାଇରୋଲୋଜି ଇନଷ୍ଟିଚ୍ୟୁଟ୍ ଏବଂ ମଧ୍ୟପ୍ରଦେଶ ସରକାର ନଅଟି ନମୁନାର ପରୀକ୍ଷା ଶେଷ କରିଛନ୍ତି। କୌଣସି ନମୁନାରେ କିଛି ସନ୍ଦେହଜନକ ମିଳି ନ ଥିବା କୁହାଯାଉଛି। ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (NCDC) ମଧ୍ୟ ଏହି ଘଟଣାର ତଦନ୍ତ କରୁଛି।

ତେବେ ଏହି ଘଟଣାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ସରକାରୀ ପରାମର୍ଶ ମଧ୍ୟ ଜାରି କରାଯାଇଛି। ଯେଉଁଥିରେ ଦୁଇ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ସିରପ୍ ନ ଦେବାକୁ ପରାମର୍ଶ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ମଧ୍ୟପ୍ରଦେଶରେ ସମସ୍ତ ମୃତ୍ୟୁ ଛିନ୍ଦୱାଡ଼ାର ପରସିଆ ବ୍ଲକରେ ଘଟିଛି। ବର୍ତ୍ତମାନ ଥଣ୍ଡା, ଜ୍ୱର ଏବଂ ଫ୍ଲୁ ଦ୍ୱାରା ପ୍ରଭାବିତ ୧,୪୨୦ ପିଲାଙ୍କ ଲିଷ୍ଟ ଅଛି। ପିଲାମାନଙ୍କ ମୃତ୍ୟୁ ପାଇଁ ଦାୟୀ ଦୁଇଟି କଫ ସିରପ, କୋଲଡ୍ରିଫ୍ (ଚେନ୍ନାଇ) ଏବଂ ନେକ୍ସା ଡିଏସ୍ (ନେକ୍ସା ଡିଏସ୍) ହିମାଚଳରେ ନିର୍ମିତ।

ରେଳ ଯାତ୍ରାରେ ଛୋଟ ପିଲାଙ୍କ ପାଇଁ ଟିକଟ୍ ବୁକିଂ ନିୟମ ରେ କୌଣସି ପରିବର୍ତ୍ତନ ହୋଇନାହିଁ : ରେଳବାଇ
ନୂଆଦିଲ୍ଲୀ : ନିକଟରେ କିଛି ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଥିଲା ଯେ ଟ୍ରେନ୍‌ରେ ଯାତ୍ରା କରୁଥିବା ପିଲା ମାନଙ୍କ ପାଇଁ ଟିକଟ୍ ବୁକିଂ ନେଇ ଭାରତୀୟ ରେଳ ନିୟମକୁ ପରିବର୍ତ୍ତନ କରିଦେଇଛି। ଏହି ରିପୋର୍ଟଗୁଡିକରେ ଦାବି କରାଯାଇଥିଲା ଯେ, ଏବେ ଏକରୁ ଚାରି ବର୍ଷ ପର୍ଯ୍ୟନ୍ତ ବୟସର ପିଲାମାନଙ୍କ ନିମନ୍ତେ ଟ୍ରେନ୍‌ରେ ଯାତ୍ରା କରିବା ପାଇଁ ଟିକଟ୍ କରିବାକୁ ପଡିବ। ଏହି ଖବରଗୁଡିକ ଏବଂ ଗଣମାଧ୍ୟମର ରିପୋର୍ଟଗୁଡିକ ବିଭ୍ରାନ୍ତିକର। ଏହା ସୂଚିତ କରାଯାଇଛି ଯେ, ଟ୍ରେନ୍‌ରେ ଯାତ୍ରା କରୁଥିବା ପିଲାମାନଙ୍କ ପାଇଁ ଟିକଟ୍ ବୁକିଂ ନେଇ ଭାରତୀୟ ରେଳବାଇ କୌଣସି ପରିବର୍ତ୍ତନ ଆଣିନାହିଁ। ଯାତ୍ରୀଙ୍କର ଚାହିଦା ଅନୁଯାୟୀ, ଟିକଟ୍ କିଣିବା ପାଇଁ ଏବଂ ୫ ବର୍ଷରୁ କମ୍ ପିଲାମାନଙ୍କ ନିମନ୍ତେ ବର୍ଥ ବୁକ୍ କରିବା ପାଇଁ ସେମାନଙ୍କୁ ଏକ ବିକଳ୍ପ ଦିଆଯାଇଛି।

ଯଦି ସେମାନେ ଏକ ପୃଥକ୍ ବର୍ଥ ଚାହୁଁନାହାନ୍ତି, ତେବେ ଏହା ମାଗଣା ରହିଛି ଆଉ  ଯେଉଁ ଭଳି ବ୍ୟବସ୍ଥା ପୂର୍ବରୁ ରହିଆସିଛି। ରେଳ ମନ୍ତ୍ରାଳୟର ୨୦୨୦ ମାର୍ଚ୍ଚ ୬ରେ ଏକ ବିଜ୍ଞପ୍ତିରେ ଦର୍ଶା ଯାଇଥିଲା ଯେ, ୫ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ମାଗଣାରେ ଟ୍ରେନ୍ ଯାତ୍ରା କରିବାକୁ ଦିଆଯିବ। ଅଲଗା ବର୍ଥ କିମ୍ବା ଆସନ (ଚେୟାର କାର୍‌) ଦିଆଯିବନାହିଁ। ତେଣୁ ପୃଥକ୍ ବର୍ଥ ଦାବି ନ ହେଲେ କୌଣସି ଟିକଟ୍ କ୍ରୟ କରିବା ଆବଶ୍ୟକ ନାହିଁ । ଯଦି କେହି ୫ ବର୍ଷରୁ କମ୍ ବୟସର ପିଲା ମାନଙ୍କ ନିମନ୍ତେ ସ୍ୱେଚ୍ଛାକୃତ ଭାବରେ ବର୍ଥ/ସିଟ୍ ନେବାକୁ ଚାହାନ୍ତି, ତେବେ ପୂର୍ଣ୍ଣ ବୟସ୍କଙ୍କ ନିମନ୍ତେ ଉଦ୍ଦିଷ୍ଟ ଭଡା ଆଦାୟ କରାଯିବ।

ସେପ୍ଟେମ୍ବର ସୁଦ୍ଧା ପିଲାମାନଙ୍କ ପାଇଁ କୋଭିଡ୍ ଟିକା ଉପଲବ୍ଧ ହେବ : ଏମସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ
ନୂଆଦିଲ୍ଲୀ: ଏମସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି ସେପ୍ଟେମ୍ବର ସୁଦ୍ଧା ହେବ ଶିଶୁଙ୍କ ଟିକାକରଣ । ଏହା ଆରମ୍ଭ ହେଲେ ଦେଶରେ କୋଭିଡ ବିରୋଧରେ ଯୁଦ୍ଧ ଶକ୍ତିଶାଳୀ ହେବ ଏବଂ ସଂକ୍ରମଣକୁ ବ୍ୟାପକ ଭାବେ ରୋକାଯାଇପାରିବ । ସେ କହିଛନ୍ତି- ଶିଶୁଙ୍କୁ ଟିକାକରଣ ନେଇ ଜାଇଡସ ସମସ୍ତ ଟ୍ରାଏଲ ଶେଷ କରିଛି । ସେହିପରି ଭାରତ ବାୟୋଟେକର କୋଭାକ୍ସିନ ଟ୍ରାଏଲ ବି ଅଗଷ୍ଟ ସୁଦ୍ଧା ଶେଷ ହୋଇପାରେ । ଫଳରେ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଦେଶରେ ଶିଶୁଙ୍କୁ ଟିକାକରଣ କରାଯିବା ପ୍ରକ୍ରିୟା ଆରମ୍ଭ ହେବାର ସମ୍ଭାବନା ଅଧିକ । ବର୍ତ୍ତମାନ ସୁଦ୍ଧା ଦେଶରେ ୪୨ କୋଟି ଡୋଜ ଦିଆଯାଇସାରିଲାଣି । ଏହା ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତ ବୟସ୍କଙ୍କୁ ଟିକାକରଣ କରିବାର ଲକ୍ଷ୍ୟ ସରକାର ରଖିଛନ୍ତି । ଅଧିକ ବୟସ୍କ, ରୋଗରେ ସଢୁଥିବା ଲୋକଙ୍କ ଲାଗି ଟିକାକରଣର ଜରୁରୀ ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।