Andhra Pradesh Trawlers - The Sakala

ବଙ୍ଗୋପସାଗରରେ ଘନୀଭୂତ ହେଉଛି ଅବପାତ: ଗଞ୍ଜାମ ଉପକୂଳରେ ଫସିଲା ୨୭ଟି ଆନ୍ଧ୍ର ଟ୍ରଲର
ବ୍ରହ୍ମପୁର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଏକ ଗଭୀର ଅବପାତର ରୂପ ନେବାର ଆଶଙ୍କା ରହିଛି, ଯାହା ଫଳରେ ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିବ। ଖରାପ ପାଗ ଯୋଗୁଁ ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ସମୁଦ୍ର ଉପକୂଳରେ ଆନ୍ଧ୍ରପ୍ରଦେଶର ୨୭ଟି ମାଛଧରା ଟ୍ରଲର ଫସି ରହିଥିବା ସୂଚନା ମିଳିଛି।

ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିବା ସତ୍ତ୍ୱେ ଏହି ଟ୍ରଲର ଗୁଡ଼ିକ ସମୁଦ୍ର ଭିତରକୁ ଯାଇଥିଲେ। ତେବେ ପ୍ରବଳ ପବନ, ଉଚ୍ଚ ସମୁଦ୍ର ଜୁଆର ଏବଂ ଅଶାନ୍ତ ସମୁଦ୍ର କାରଣରୁ ନାବିକମାନେ ଦିଗହରା ହୋଇ ଫସି ଯାଇଥିଲେ। ବିଶେଷ କରି ଛତ୍ରପୁର ବ୍ଲକର ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଏହି ଟ୍ରଲର ଗୁଡ଼ିକ ଅଟକି ରହିଥିବା ଦେଖିବାକୁ ମିଳିଛି।

ଖବର ପାଇବା ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଇତିମଧ୍ୟରେ କିଛି ଟ୍ରଲରକୁ ସୁରକ୍ଷିତ ଭାବେ କୂଳକୁ ଅଣାଯାଇଥିବା ବେଳେ ଅନ୍ୟ ଟ୍ରଲର ଗୁଡ଼ିକୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ମତ୍ସ୍ୟଜୀବୀମାନଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯାଉଛି। ପାଣିପାଗର ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସମୁଦ୍ର ମଧ୍ୟକୁ ନଯିବା ପାଇଁ କର୍ତ୍ତୃପକ୍ଷ ପୂର୍ବରୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ପରିସ୍ଥିତି ଉପରେ ପ୍ରଶାସନ କଡ଼ା ନଜର ରଖିବା ସହ କୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛି।