allegations of spying - The Sakala

ରାଜୀବଙ୍କ ଠାରୁ ମୋଦୀଙ୍କ ଯାଏଁ ଲାଗିଛି ଗୁପ୍ତଚର ଅଭିଯୋଗ
ନୂଆଦିଲ୍ଲୀ : ଭାରତରେ ଗୁପ୍ତଚର ମାମଲା ନୂଆ ନୁହେଁ। ଏହା ପୂର୍ବରୁ ମଧ୍ୟ ଏଭଳି ଅଭିଯୋଗ ହୋଇଥିଲା। ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ତାଙ୍କ ବିରୋଧରେ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂହ ରାଷ୍ଟ୍ରପତି ଭବନର ଗୁପ୍ତଚର କରାଉଥିବା ଅଭିଯୋଗ କରିଥିଲେ। ୧୯୮୦ ମସିହାରେ ଫୋନ ଟ୍ୟାପିଂ ଅଭିଯୋଗ ଯୋଗୁଁ କେନ୍ଦ୍ର ଏବଂ କର୍ଣ୍ଣାଟକ ସରକାର ମଧ୍ୟ ଭୁଶୁଡି ଯାଇଥିଲା। ଆଇନ ଅନୁଯାୟୀ ସରକାର ବିନା କୌଣସି କାରଣରେ କାହାର ଫୋନ ଟ୍ୟାପିଂ କରିପାରିବେ ନାହିଁ। ତେବେ ଇଣ୍ଡିଆନ ଟେଲିଗ୍ରାଫ ଆକ୍ସ ୧୮୮୫ର ଧାରା୫(୨) ଏବଂ ଇଣ୍ଡିଆନ ଟେଲିଗ୍ରାଫ ଆଇନ ୧୯୫୧ର ନିୟମ ୪୧୯-ଏ ଅନୁଯାୟୀ ଦେଶର ସାର୍ବଭୌମତ୍ବ ଏବଂ ଅଖଣ୍ଡତା ବଜାୟ ରଖିବା ପାଇଁ ୧୦ଟି ଏଜେନ୍ସି ଆଇବି, ସିବିଆଇ, ଏନସିବି, ର, ଇଡି, ସିବିଡିଟି, ଡିଆରଆଇ, କିଛି ରାଜ୍ୟରେ ଥିବା ଡାଇରେକ୍ଟୋରେଟ ଅଫ ସିଗନାଲ ଇଣ୍ଟେଲିଜେନ୍ସ, ରାଜ୍ୟର ଡିଜିପି, ଦିଲ୍ଲୀ ଭଳି ରାଜ୍ୟର କମିଶନର ଆଦି ଫୋନ ଟ୍ୟାପିଂ କରିପାରିବେ।  ତେବେ ସନ୍ଦେହ ଆଧାରରେ ଏପରି କରିହେବ। କିନ୍ତୁ ଆଇନରେ ଥିବା ଏହି ଦୁର୍ବଳତାର ଫାଇଦା ନେଇ ସରକାରମାନେ ବିରୋଧୀ ନେତା ଏବଂ ଅନ୍ୟ ଲୋକମାନଙ୍କ ଉପରେ ନଜର ରଖୁଛନ୍ତି। ମାତ୍ର ଏଜେନ୍ସି ନିଜ ଇଛା ମୁତାବକ ସମସ୍ତଙ୍କ ଫୋନ ଟ୍ୟାପ କରିପାରିବ ନାହିଁ। ଏଥିପାଇଁ କେନ୍ଦ୍ର ଗୃହ ସଚିବ ଏବଂ ରାଜ୍ୟ ଗୃହ ସଚିବଙ୍କ ଅନୁମତି ନେବାକୁ ପଡିଥାଏ। କିନ୍ତୁ ସବୁ କ୍ଷେତ୍ରରେ ଫୋନ ଟ୍ୟାପିଂ ହେଉଛି ବୋଲି ସମସ୍ତେ ଜାଣିଛନ୍ତି। ଆଇଟି ଆଇନ ୨୦୦୦ର ଧାରା ୬୯ ଅନୁଯାୟୀ କେନ୍ଦ୍ର କିମ୍ବା ରାଜ୍ୟ ସରକାର ଦେଶର ସାର୍ବଭୌମତ୍ବ ଏବଂ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଯେକୌଣସି ସୂଚନାରେ ହସ୍ତକ୍ଷେପ, ଅନୁଧ୍ୟାନ ତଥା ହଟାଇବାର ଅଧିକାର ରହିଛି। କିନ୍ତୁ ସରକାରମାନେ ସାର୍ବଭୌମତ୍ବ ବାହାନାରେ ନିଜ ବିରୋଧୀଙ୍କ  ଫୋନ ଟ୍ୟାପ କରୁଥିବା ଅଭିଯୋଗ ହୋଇଛି।  ୨୦୨୦ରେ ରାଜସ୍ଥାନରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଥିଲା। କଂଗ୍ରେସ ନେତା ସଚିଲ ପାଇଲଟ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଥିଲା। ଏହି ସମୟରେ ଗେହଲଟଙ୍କ ଓଏସଡି ଲୋକେଶ ଶର୍ମା ବିଜେପି ନେତା ଏବଂ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ମଧ୍ୟରେ ହୋଇଥିବା ଆଲୋଚନାର ଅଡିଓ କ୍ଲିପ ଜାରି କରିଥିଲେ। ସେହି ସମୟରେ ଗେହଲଟ ଫୋନ ଟ୍ୟାପିଂ କରିଥିବାର ଅଭିଯୋଗ ହୋଇଥିଲା। ଏହା ପୂର୍ବରୁ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ ନିଜ  ବିଦ୍ରୋହୀ ବିଧାୟକଙ୍କ ଫୋନ ଟ୍ୟାପ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏଥିପାଇଁ ସିବିଆଇ ତଦନ୍ତ କରାଯାଇଥିଲା। ଏହା ସତ୍ତ୍ବେ ସେ ନିଜ ସରକାରକୁ ରକ୍ଷା କରିପାରି ନଥିଲେ।୨୦୧୩ରେ

ମୋଦୀ-ଶାହା କରିଥିଲେ ମହିଳା ଆର୍କିଟେକଙ୍କ ଫୋନ ଟ୍ୟାପିଂ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହା ଗୁଜରାଟ ରାଜନୀତିରେ ସକ୍ରିୟ ଥିବାବେଳେ ତାଙ୍କ ବିରୋଧରେ ଫୋନ ଟ୍ୟାପିଂର ଅଭିଯୋଗ ଲାଗିଥିଲା। ଗୁଜରାଟର ବରିଷ୍ଠ ପୁଲିସ ଅଧିକାରୀ ଏବଂ ଶାହାଙ୍କ ଫୋନ ବାର୍ତ୍ତାଳାପର ଟେପ୍ ସାମ୍ନାକୁ ଆସିଥିଲା। ଏଥିରୁ ଜଣାପଡିଥିଲା ଯେ ମହିଳା ଆର୍କିଟେକଙ୍କ ବିରୋଧରେ ଗୁଇନ୍ଦା କାର୍ଯ୍ୟ କରାଯାଇଥିଲା। କିନ୍ତୁ ମାମଲା ଚର୍ଚ୍ଚାକୁ ଆସିବା ପରେ ମହିଳାଙ୍କ ପିତା କହିଥିଲେ ଯେ ସେ ଝିଅ ଉପରେ ନଜର ରଖିବାକୁ କହିଥିଲେ। ସେହି ସମୟରେ ମାମଲା ରଫା-ଦଫା ହୋଇଯାଇଥିଲା। କିନ୍ତୁ ମହିଳା ଜଣେ ନିଲମ୍ବିତ ଅଧିକାରୀଙ୍କ ସମ୍ପର୍କରେ ଥିବା ସନ୍ଦେହ କରାଯାଇଥିଲା। ତେଣୁ ତାଙ୍କ ଉପରେ ନଜର ରଖାଯାଉଥିଲା।

୧୯୮୪-୮୭ରେ ରାଷ୍ଟ୍ରପତି ଆଣିଥିଲେ ଅଭିଯୋଗ

ଏହି ସମୟରେ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂହ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ବିରୋଧରେ ରାଷ୍ଟ୍ରପତି ଭବନର ଗୁଇନ୍ଦା କାର୍ଯ୍ୟ କରାଉଥିବା ଅଭିଯୋଗ କରିଥିଲେ। ଶ୍ରୀ ସିଂହ ଏତେ ଭୟଭୀତ ଥିଲେ ଯେ ନିଜ କଠୋରୀକୁ ଯିବାକୁ ମଧ୍ୟ ବନ୍ଦ କରିଦେଇଥିଲେ। ସେତେବେଳେ ଏହା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିଲା।