Bhubaneswar Firing - The Sakala

ରାଜଧାନୀରେ ଫେସବୁକ୍ ଲାଇଭ୍‌କୁ ନେଇ ସଂଘର୍ଷ: ୨ ରାଉଣ୍ଡ ଗୁଳିଚାଳନା, ୫ ଆହତ
ଭୁବନେଶ୍ୱର: ପାର୍ବଣ ଋତୁରେ ରାଜଧାନୀ ରାଜଧାନୀରେ ଉତ୍ତେଜନା । ଭୁବନେଶ୍ୱରର ଘାଟିକିଆ ଅଞ୍ଚଳରେ ଏକ ଫେସବୁକ୍ ଲାଇଭ୍ ଭିଡିଓକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ତୀବ୍ର ସଂଘର୍ଷ ହେବା ସହ ଦୁଇ ରାଉଣ୍ଡ ଫାଙ୍କା ଗୁଳିଚାଳନା ହୋଇଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ୫ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପ୍ରାଥମିକ ସୂଚନା ଅନୁଯାୟୀ, ଜଣେ ଯୁବକ ଏକ ଘଟଣା ସମ୍ପର୍କରେ ଆଲୋଚନା କରିବା ସମୟରେ ଫେସବୁକ୍ ଲାଇଭ୍‌ରେ କଥିତ ଭାବେ କିଛି ଜାତିଗତ ମନ୍ତବ୍ୟ ଦେଇଥିଲେ। ପରବର୍ତ୍ତୀ ସମୟରେ ଏହି ଭିଡିଓଟି ଭାଇରାଲ୍ ହୋଇଯାଇଥିଲା, ଯାହାକୁ ନେଇ ଅନ୍ୟ ଗୋଷ୍ଠୀର ସଦସ୍ୟମାନେ ଉତ୍‌କ୍ଷିପ୍ତ ହୋଇପଡ଼ିଥିଲେ।

ବିଳମ୍ବିତ ରାତିରେ ବାହାରୁ ଆସିଥିବା କିଛି ଲୋକ ଘାଟିକିଆରେ ପହଞ୍ଚି ଉକ୍ତ ଯୁବକଙ୍କୁ ଫେସବୁକ୍ ଭିଡିଓ ସମ୍ପର୍କରେ ପଚରାଉଚରା କରିଥିଲେ। ସେହି ସମୟରେ ସ୍ଥାନୀୟ ଅଞ୍ଚଳରେ ଗଣେଶ ମୂର୍ତ୍ତି ଭସାଣି ଉତ୍ସବ ଚାଲିଥିଲା ଏବଂ ପୂଜା ମଣ୍ଡପ ନିକଟରେ ବହୁ ସଂଖ୍ୟାରେ ଯୁବକ ରୁଣ୍ଡ ହୋଇଥିଲେ। ଦେଖୁ ଦେଖୁ ଦୁଇ ପକ୍ଷ ମଧ୍ୟରେ ଯୁକ୍ତିତର୍କ ବଢ଼ି ହାତାହାତିରେ ପରିଣତ ହୋଇଥିଲା। ରିପୋର୍ଟ ଅନୁଯାୟୀ, ବାହାରୁ ଆସିଥିବା ବ୍ୟକ୍ତିମାନେ ଉତ୍‌କ୍ଷିପ୍ତ ହୋଇ ଖଣ୍ଡା ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ଆକାଶକୁ ଦୁଇ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିଲେ। ଏଥିରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।

ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନଙ୍କର ଚିକିତ୍ସା ଜାରି ରହିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାର ପ୍ରକୃତ କାରଣ ଏବଂ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ସିସିଟିଭି (CCTV) ଫୁଟେଜ୍ ଯାଞ୍ଚ କରାଯାଉଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିବା ବେଳେ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।