light pressures - The Sakala

ମାସ ଶେଷକୁ ପୁଣି ଏକ ଲଘୁଚାପ
ଭୁବନେଶ୍ୱର : ଗୁରୁବାର ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୱେଲମାର୍କଡ୍‍ ଲଘୁଚାପରେ ପରିଣତ ହୋଇଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଗୁରୁବାର ରାତିରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହୋଇଛି। ଫଳରେ ରାଜ୍ୟରେ ଯେଉଁ ନିଅଣ୍ଟିଆ ବର୍ଷା ରହିଥିଲା ତାହା କିଛି ପରିମାଣରେ ଭରଣା ହେବାରେ ଲାଗିଛି। ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୩୬ ଘଣ୍ଟାରେ ବୌଦ୍ଧରେ ରାଜ୍ୟର ସର୍ବାଧିକ ୧୯୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ସୋନପୁରରେ ୧୬୭, ପୁରୀରେ ୧୫୪, ଚାନ୍ଦବାଲିରେ ୧୫୬, ପାରାଦୀପରେ ୧୨୫, ବଲାଙ୍ଗୀରରେ ୯୦, କେନ୍ଦୁଝରରେ ୬୭, ପାରାଦୀପରେ ୫୫ ମିମି ବର୍ଷା ରେକର୍ଡ ହୋଇଛି। ଏହା ବ୍ୟତୀତ ରାଜ୍ୟର କିଛି ଅଞ୍ଚଳରେ ମଧ୍ୟ ପାଖାପାଖି ୪୦ ମିମି କିମ୍ବା ଏହାଠାରୁ ଅଧିକ ବର୍ଷା ହୋଇଛି।

ଆଗକୁ ମଧ୍ୟ ଅନେକ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ତେବେ ଏହି ବର୍ଷା ପ୍ରଭାବରେ ଭଦ୍ରକରେ ୧୯ ପ୍ରତିଶତ ନିଅଣ୍ଟିଆ ବର୍ଷା ଭରଣା ହୋଇଥିବା ବେଳେ ସ୍ୱାଭାବିକ ବର୍ଷା ମଧ୍ୟ ୬ ପ୍ରତିଶତ ଭରଣା ହୋଇଛି। ବର୍ତ୍ତମାନ ଏହି ଜିଲ୍ଲାରେ ସ୍ୱାଭାବିକଠାରୁ ୪୨ ପ୍ରତିଶତ କମ୍‍ ବର୍ଷାରେ ରହିଛି। ୨୧ ତାରିକ ସୁଦ୍ଧା ରାଜ୍ୟରେ ସ୍ୱାଭାବିକଠାରୁ ୨୬ ପ୍ରତିଶତ କମ୍‍ ବର୍ଷା ହୋଇଥିବା ବେଳେ ଆଜି ସୁଦ୍ଧା ଏହା ୨୦କୁ ଖସି ଆସିଛି। ଏହାସହିତ ୨୨ ତାରିଖରେ ୧୧ ଟି ଜିଲ୍ଲାରେ ସ୍ୱାଭାବିକ୍‍ ବର୍ଷା ହୋଇଥିବା ବେଳେ ଏବେ ଏହି ତାଲିକାରେ ଆଉ ୨ ଜିଲ୍ଲା ଯୋଡ଼ି ହୋଇଛି। ବର୍ତ୍ତମାନ ରାଜ୍ୟରେ ୧୩ ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ଜଣାପଡ଼ିଛି। ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚ୍‍ଆର ବିଶ୍ୱାସ କହିଛନ୍ତି ଯେ ଶୁକ୍ରବାର ରାତି ପର୍ଯ୍ୟନ୍ତ ବର୍ଷାର ପ୍ରକୋପ ଅଧିକ ରହିବା ପରେ ଶନିବାରଠାରୁ ବର୍ଷାର ପରିମାଣ ସାମାନ୍ୟ ହ୍ରାସ ପାଇବ।

ଶନିବାର ସୁନ୍ଦରଗଡ଼଼, କେନ୍ଦୁଝର, ବରଗଡ଼଼ ଓ ଝାରସଗୁଡ଼ା ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୨୬ ତାରିଖ ପର୍ଯ୍ୟନ୍ତ ଏମିତି କିଛି ସ୍ଥାନରେ ହଲାକାରୁ ମଧ୍ୟମ ଧରଣର ବର୍ଷା ହେବା ସହିତ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ। ତେବେ ୨୭-୨୮ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏହା ପରେ ପୁଣି ବର୍ଷା ବୃଦ୍ଧି ହେବ ବୋଲି ଜଣାପଡ଼ିଛି।ତେବେ ବର୍ଷାର ପ୍ରକୋପ କମିବା ପରେ ମଧ୍ୟ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳ ଏବଂ ଓଡ଼ିଶା ଉପକୂଳରେ ୨୫ ଜୁଲାଇ ପର୍ଯ୍ୟନ୍ତ ଝଡ଼ପବନ ବହିବ। ଏଠାରେ ଘଣ୍ଟା ପ୍ରତି ପବନର ବେଗ ୪୦ରୁ ୫୦ କିମି ରହିବ। ସମ୍ଭାବ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳରୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।