Final Voter List - The Sakala

ଚୁଡାନ୍ତ ଭୋଟର ତାଲିକା ପ୍ରକାଶ: ମୟୂରଭଞ୍ଜ ଜିଲ୍ଲାରେ ଭୋଟର ସଂଖ୍ୟା ୧୮.୩୭ଲକ୍ଷ
ବାରିପଦା: ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ମୟୂରଭଞ୍ଜ ଜିଲ୍ଲାର ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ (ଏସଆଇଆର)- ୨୦୨୬ ଶେଷ ହେବା ସହ ଚୂଡ଼ାନ୍ତ ଭୋଟର ତାଲିକା ବିଧିବଦ୍ଧ ଭାବେ ପ୍ରକାଶ ପାଇଛି। ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ହେମକାନ୍ତ ସଏ ପ୍ରକାଶିତ ଚୂଡ଼ାନ୍ତ ତାଲିକା ଅନୁସାରେ ଜିଲ୍ଲାର ସମୁଦାୟ ୯ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟର ତଥା ପୋଲିଂ ଷ୍ଟେସନ ସମ୍ପର୍କିତ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଛନ୍ତି । ଜିଲ୍ଲାରେ ମୋଟ ଭୋଟରଙ୍କ ସଂଖ୍ୟା ୧୮ଲକ୍ଷ ୩୬ହଜାର ୮୨୨ରେ ପହଞ୍ଚିଛି। ଏଥିରେ ୯ଲକ୍ଷ ୧୬ହଜାର ୨୭୫ ଜଣ ପୁରୁଷ, ୯ଲକ୍ଷ ୨୦ହଜାର ୪୮୨ ଜଣ ମହିଳା ଏବଂ ୬୫ ଜଣ ତୃତୀୟ ଲିଙ୍ଗୀ ଭୋଟର ସାମିଲ ଅଛନ୍ତି। ବିଶେଷ କଥା ହେଉଛି ଜିଲ୍ଲାରେ ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି। ସଂଶୋଧନ ପୂର୍ବରୁ ଜିଲ୍ଲାରେ ୨ହଜାର ୩୭୨ଟି ପୋଲିଂ ଷ୍ଟେସନ ଥିବା ବେଳେ ଯୁକ୍ତିଯୁକ୍ତକରଣ  ପରେ ୩୫୨ଟି ନୂତନ ବୁଥ୍ ସୃଷ୍ଟି କରାଯାଇ ବର୍ତ୍ତମାନ ମୋଟ ପୋଲିଂ ଷ୍ଟେସନ ସଂଖ୍ୟା ୨ହଜାର ୭୨୪କୁ ବୃଦ୍ଧି ପାଇଛି।

ନିର୍ବାଚନମଣ୍ଡଳୀ ଅନୁଯାୟୀ ସ୍ଥିତିକୁ ବିଚାରକୁ ନେଲେ ଜିଲ୍ଲାର ମୋରଡ଼ା ନିର୍ବାଚନମଣ୍ଡଳୀରେ ସର୍ବାଧିକ ୨ଲକ୍ଷ ୨୨ହଜାର ୮୫୧ ଭୋଟର ଥିବା ବେଳେ ବଡ଼ସାହିରେ ସର୍ବନିମ୍ନ ୧ଲକ୍ଷ ୮୮ହଜାର ୩୨ ଜଣ ଭୋଟର ରହିଛନ୍ତି। ବାରିପଦାରେ ୨ଲକ୍ଷ ୧୦ହଜାର ୬୪୨ ଏବଂ ରାଇରଙ୍ଗପୁରରେ ୨ଲକ୍ଷ ୧୧ହଜାର ୪୯୮ ଭୋଟର ତାଲିକାଭୁକ୍ତ ହୋଇଛନ୍ତି।

ସେହିପରି ମୃତ୍ୟୁ, ସ୍ଥାୟୀ ସ୍ଥାନାନ୍ତରଣ, ଅନୁପସ୍ଥିତି ଓ ନକଲି ପଞ୍ଜୀକରଣ ଭଳି କାରଣ ଯୋଗୁଁ ଯାଞ୍ଚ ପରେ ଅଯୋଗ୍ୟ ଘୋଷିତ ହୋଇଥିବା ନାମଗୁଡ଼ିକୁ ଚୂଡ଼ାନ୍ତ ତାଲିକାରୁ ବାଦ୍ ଦିଆଯାଇଛି। ଅଭିଯୋଗ ଓ ଆବେଦନ ପାଇଁ ସୁଯୋଗ ମଧ୍ୟ ଦିଆଯାଇଛି । ପ୍ରଜାପ୍ରତିନିଧିତ୍ୱ ଆଇନ, ୧୯୫୦ର ଧାରା ୨୪ ଅନୁଯାୟୀ ଯଦି କୌଣସି ବ୍ୟକ୍ତି ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସରଙ୍କ ନିଷ୍ପତ୍ତି ବିରୋଧରେ ଅଭିଯୋଗ କରିବାକୁ ଚାହାନ୍ତି, ତେବେ ସେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ପ୍ରଥମ ଆବେଦନ ଏବଂ ପରବର୍ତ୍ତୀ ସମୟରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦ୍ୱିତୀୟ ଆପିଲ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ନିର୍ବାଚନ ମଣ୍ଡଳୀର ପଞ୍ଜିକରଣ ଅଧିକାରୀ ନେତ୍ରାନନ୍ଦ ମଲ୍ଲିକ, ଦୁଃଖବନ୍ଧୁ ନାୟକ, ଇଶ୍ବର ଚନ୍ଦ୍ର ନାଏକ, କସ୍ତୁରୀ ପଣ୍ଡା ଓ ରାଖାଲ ଚନ୍ଦ୍ର  ପରିଡା ଉପସ୍ଥିତ ଥିଲେ ।