Unauthorized Tree Felling - The Sakala

ମନଇଛା ଗଛ କାଟିବା ଅଭିଯୋଗରେ ଡାବୁଗାଁ ରେଞ୍ଜ ମୈଦଲପୁର ସେକ୍ସନ ଫରେଷ୍ଟର ନିଲମ୍ବିତ
ନବରଙ୍ଗପୁର: ବିନା ଅନୁମତିରେ ବେଆଇନ ଗଛକଟା ଏବଂ ଆର୍ଥିକ ଅନିୟମିତତା ଅଭିଯୋଗରେ ଜଣେ ଫରେଷ୍ଟରଙ୍କୁ ନିଲମ୍ବନ କରାଯାଇଛି। ନବରଙ୍ଗପୁର ଡିଭିଜନାଲ୍ ଫରେଷ୍ଟ ଅଫିସର (ଡିଏଫ୍ଓ) ଏହି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ନିଲମ୍ବିତ ହୋଇଥିବା ଫରେଷ୍ଟର ଜଣକ ହେଉଛନ୍ତି ଡାବୁଗାଁ ରେଞ୍ଜ୍ ଅନ୍ତର୍ଗତ ମାଇଦଲପୁର ସେକ୍ସନର ଫରେଷ୍ଟର ବିପିନ କୁମାର ହରିଜନ।

ନବରଙ୍ଗପୁର ଡିଏଫ୍ଓ ଉଦୟନ ସୁବୁଦ୍ଧି (ଆଇଏଫ୍ଏସ୍)ଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ଦେଓବନ୍ଧଠାରୁ ଜମାଦାରପଡ଼ା ରାସ୍ତାରେ ବିନା ଅନୁମତିରେ ୟୁକାଲିପଟାସ୍ ଗଛ କଟାଯିବାରେ ପ୍ରାଥମିକ ପ୍ରମାଣ ମିଳିଥିଲା। ପୂର୍ବରୁ ଝରିଗାଁ ରେଞ୍ଜର ମୋହରା ସେକ୍ସନରେ ଦାୟିତ୍ୱରେ ଥିବା ବେଳେ ବେଆଇନ ଆର୍ଥିକ କାରବାର ନେଇ ମଧ୍ୟ ତାଙ୍କ ବିରୋଧରେ ଅଭିଯୋଗ ଆସିଥିଲା। ଗତ ୩୧.୦୮.୨୦୨୬ ତାରିଖରେ ଝରିଗାଁ ଏଫଆରଓଙ୍କ ଦ୍ୱାରା ଦିଆଯାଇଥିବା ରିପୋର୍ଟ ଏବଂ ପରିସ୍ଥିତିଗତ ପ୍ରମାଣ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଏହି ଘଟଣାରେ ପୂର୍ବରୁ ଗତ ୦୧.୦୮.୨୦୨୬ ତାରିଖରେ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ତେବେ ଫରେଷ୍ଟର ବିପିନ କୁମାର ହରିଜନଙ୍କ ଦ୍ୱାରା ଦିଆଯାଇଥିବା ଉତ୍ତର ସନ୍ତୋଷଜନକ ନଥିବାରୁ ଏହା ଗୁରୁତର ଅନିୟମିତତାକୁ ପ୍ରମାଣିତ କରିଥିଲା। ଏହାପରେ ଓଡ଼ିଶା ସିଭିଲ୍ ସର୍ଭିସେସ୍ (ସିସିଏ) ନିୟମାବଳୀ, ୧୯୬୨ର ନିୟମ ୧୨(୧)(କ) ଅନୁଯାୟୀ ତାଙ୍କୁ ୧୮.୦୯.୨୦୨୬ ତାରିଖ ଅପରାହ୍ନରୁ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିଲମ୍ବିତ କରାଯାଇଛି।

ନିଲମ୍ବନ ସମୟରେ ତାଙ୍କର ମୁଖ୍ୟାଳୟ ନବରଙ୍ଗପୁର ଜଙ୍ଗଲ ଖଣ୍ଡର ଡିଏଫ୍ଓ ଅଫିସରେ ସ୍ଥିର କରାଯାଇଛି। ସକ୍ଷମ ଅଧିକାରୀଙ୍କ ବିନା ଅନୁମତିରେ ସେ ମୁଖ୍ୟାଳୟ ଛାଡିପାରିବେ ନାହିଁ। ନିଲମ୍ବନ କାଳରେ ତାଙ୍କୁ ଓଡ଼ିଶା ସର୍ଭିସ କୋଡର ରୁଲ୍ ୯୦ ଅନୁଯାୟୀ ଜୀବିକା ନିର୍ବାହ ଭତ୍ତା ପ୍ରଦାନ କରାଯିବ।