paralakhemundi-acf-soumyaranjan - The Sakala

ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ସ୍ତ୍ରୀ ବିଦ୍ୟାଭାରତୀ ହିଁ ଅଭିଯୁକ୍ତ, ଚାର୍ଜସିଟ୍‌ ଦାଖଲ କଲା କ୍ରାଇମବ୍ରାଞ୍ଚ
ଭୁବନେଶ୍ବର : ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ତାଙ୍କ ସ୍ତ୍ରୀ ବିଦ୍ୟାଭାରତୀ ହିଁ ଅଭିଯୁକ୍ତ। ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଛି  । ଗତକାଲି ବିଳମ୍ବିତ ରାତିରେ ପାରଳାଖେମୁଣ୍ଡି କୋର୍ଟରେ ବିଦ୍ୟାଭାରତୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ତାଙ୍କ ବିରୋଧରେ ୫୦୦ରୁ ଅଧିକ ପୃଷ୍ଠାର ଚାର୍ଜସିଟ ଦାଖଲ ହୋଇଥିବା ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା। ଏଥି ସହିତ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଡିଏଫଓ ସଂଗ୍ରାମକେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ କୌଣସି ସମ୍ପର୍କ ନାହିଁ।

ସାମ୍ବାଦିକ ସମ୍ମିଳନୀରେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି ଯେ ସୌମ୍ୟଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ। ସୌମ୍ୟରଞ୍ଜନ କିଛି କାଗଜ କିରୋସିନ୍ ଢାଳି ପୋଡ଼ୁଥିବା ବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା। ଗୋଡ଼ ଖସିଯିବାରୁ କିରୋସିନ୍ ତାଙ୍କ ଉପରେ ଢାଳି ହୋଇଯାଇଥିଲା ଏବଂ ସେ ନିଆଁରେ ଜଳି ଯାଇଥିଲେ। ତେବେ ସୌମ୍ୟ ନିଆଁରେ ଜଳିଯାଉଥିବା ସମୟରେ ବିଦ୍ୟାଭାରତୀ ସେଠାରେ ଉପସ୍ଥିତ ଥିବା ସତ୍ତ୍ବେ ତାଙ୍କୁ ଉଦ୍ଧାର କରିବାକୁ କୌଣସି ପ୍ରକାର ପଦକ୍ଷେପ ନେଇ ନଥିଲେ। ଏଥି ପାଇଁ ବିଦ୍ୟାଭାରତୀଙ୍କ ନାଁରେ ଦଫା ୨୮୫ ଓ ୩୦୪(ଏ)ରେ ଚାର୍ଜସିଟ ଦାଖଲ ହୋଇଛି। ସିଆରପିସି ୪୧ ଧାରାରେ ବିଦ୍ୟାଭାରତୀଙ୍କୁ ନୋଟିସ୍ କରାଯାଇଛି ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା।

ଏଥିସହ ସେ କହିଥିଲେ, ସୌମ୍ୟରଞ୍ଜନଙ୍କ ସହିତ ବିଦ୍ୟାଭାରତୀ ପଣ୍ଡାଙ୍କ ବୈବାହିକ ସଂପର୍କ ଭଲ ନଥିଲା। ଏକଥା ତଦନ୍ତ ଏବଂ ବିଦ୍ୟାଭାରତୀ ପଣ୍ଡାଙ୍କ ପଲିଗ୍ରାଫ୍ ଟେଷ୍ଟ ବେଳେ ଜଣାପଡ଼ିଛି। ଘଟଣା ଦିନ ସୌମ୍ୟ ଜଳୁଥିଲେ ବି ବିଦ୍ୟାଭାରତୀ ନିଆଁ ଲିଭାଇବାକୁ ଚେଷ୍ଟା କରି ନଥିଲେ। ନିଜେ ନିଆଁ ଲିଭାଇ ନଥିଲେ କି ଲିଭାଇବାକୁ କାହାକୁ ଡାକି ନଥିଲେ। ତେଣୁ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ଅବହେଳା କରିଛନ୍ତି ବୋଲି ତଦନ୍ତ ବେଳେ ଜଣାପଡ଼ିଛି। ଏନେଇ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ତଦନ୍ତରେ ଯାହା କିଛି ପ୍ରମାଣ ମିଳିଥିଲା,‌ ସେହି ଅନୁସାରେ ଚାର୍ଜସିଟ କରାଯାଇଥିବା ସହ ୮୧ଜଣ ସାକ୍ଷୀ ମଧ୍ୟ ରହିଛନ୍ତି। ସାକ୍ଷୀମାନଙ୍କ ବୟାନ, ଟେଲିଫୋନର ସିଡିଆର୍ ଆନାଲିସିସ୍, ସୌମ୍ୟରଞ୍ଜନଙ୍କ ଡାଏରୀ, ସୌମ୍ୟରଞ୍ଜନଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ, ଡିଏଫଓ ସଂଗ୍ରାମ ଓ ବିଦ୍ୟାଭାରତୀଙ୍କ ପଲିଗ୍ରାଫ୍ ଟେଷ୍ଟ ରିପୋର୍ଟକୁ ଅନୁଧ୍ୟାନ କଲା ପରେ ଡିଏଫଓଙ୍କର ବିଦ୍ୟାଭାରତୀଙ୍କ ସହିତ ଅନୈତିକ ସମ୍ପର୍କର କୌଣସି ପ୍ରମାଣ ମିଳିନାହିଁ। ସୌମ୍ୟରଞ୍ଜନଙ୍କ ପୋଡ଼ି ଘଟଣାରେ ତାଙ୍କର ସମ୍ପୃକ୍ତି ଥିବା ପ୍ରମାଣ ମିଳିନାହିଁ।

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ଜାତୀୟ ମାନବାଧିକାର କମିଶନରଙ୍କ ନିର୍ଦ୍ଦେଶ, ‘୬ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦିଅ’
ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ଏସିଏଫ୍‍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାର ସମସ୍ତ ତଦନ୍ତ ରିପୋର୍ଟକୁ ୬ ସପ୍ତାହ ମଧ୍ୟରେ ପ୍ରଦାନ କରିବା ପାଇଁ ଜାତୀୟ ମାନବାଧିକାର କମିଶନ (ଏନ୍‍ଏଚ୍‍ଆର୍‍ସି) ଗୁରୁତ୍ୱର ସହ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ରାଜ୍ୟ ପୁଲିସ ଡିଜିଙ୍କୁ ୬ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ କମିଶନ ନିର୍ଦ୍ଦେଶ ଦେଇଥିବା ଏକ ନିର୍ଭର ଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।

ପ୍ରଥମେ ଏହି ମାମଲାର ତଦନ୍ତ ପାରଳାଖେମୁଣ୍ଡି ପୁଲିସ କରୁଥିବା ବେଳେ ପରବର୍ତ୍ତୀ ସମୟରେ ମାମଲାଟିର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। କ୍ରାଇମବ୍ରାଞ୍ଚ ପାରଳାଖେମୁଣ୍ଡିରେ ୮ଦିନ ଧରି ତଦନ୍ତ କରିବା ସହ ଡିଏଫ୍‍ଓ, ଦୁଇଜଣ ଡାକ୍ତର, ତହସିଲଦାର, ଗୁରାଣ୍ଡି ଥାନା ଅଧିକାରିଣୀ ପ୍ରମୁଖଙ୍କ ସହ ୧୪ଜଣଙ୍କୁ ଜେରା କରି ବୟାନ ରେକର୍ଡ କରିଛନ୍ତି। ଏହା ପରେ ପାରଳାରେ ତଦନ୍ତ କରୁଥିବା ୪ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‍ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ସମସ୍ତ ରିପୋର୍ଟ ପ୍ରଦାନ ପାଇଁ ମୁଖ୍ୟ କାର୍ଯ୍ୟାଳୟକୁ ଫେରିଯାଇଥିଲେ ମଧ୍ୟ ତଦନ୍ତ ଆଉ ଆଗେଇ ପାରିନି। ସୌମ୍ୟଙ୍କ ମୃତ୍ୟୁକୁ ୪୪ଦିନ ବିତିବାକୁ ଯାଉଥିଲେ ମଧ୍ୟ ଘଟଣାର ରହସ୍ୟ ଏ ପର୍ଯ୍ୟନ୍ତ ଉନ୍ମୋଚିତ ହୋଇପାରିନି। ତେଣୁ ଏହି ମାମଲାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମାନବାଧିକାର କର୍ମୀ ସୁବ୍ରତ ଦାସ ଏନ୍‍ଏଚ୍‍ଆର୍‍ସିଙ୍କ ଠାରେ ଗତ ୩ ତାରିଖରେ ଅଭିଯୋଗ କରିଥିଲେ। ଏଥିରେ ଜାତୀୟ ମାନବଧିକାର କମିଶନ ମାମଲା ରୁଜୁ କରି ଆକ୍ସନ ଟେକନ୍‍ ରିପୋର୍ଟ ମାଗିଛନ୍ତି। ୬ସପ୍ତାହ ମଧ୍ୟରେ ଘଟଣାର ସବିଶେଷ ରିପୋର୍ଟ ପ୍ରଦାନ ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ଗଜପତି ଡିଏଫ୍‌ଓଙ୍କୁ ଜେରା କରୁଛି କ୍ରାଇମ୍‌ବ୍ରାଞ୍ଚ
ପାରଳାଖେମୁଣ୍ଡି: ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଜେରାରେ ପଡ଼ିଲା ଗଜପତି ଡିଏଫଓଙ୍କ ପାଳି । ଆଜି ତଦନ୍ତକାରୀ ଟିମ୍ ଆଗରେ ହାଜର ହୋଇଛନ୍ତି ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା । ପାରଳାଖେମୁଣ୍ଡି ପୁଲିସ ଗେଷ୍ଟ ହାଉସ୍‌ରେ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍‌ ତାଙ୍କୁ ପଚରାଉଚରା ଚଳାଇଛନ୍ତି । ତାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଥିଲେ ସୌମ୍ୟଙ୍କ ପରିବାର ଲୋକ ।

ବୋହୂ ବିଦ୍ୟାଭାରତୀଙ୍କ ସହ ଗଜପତି ଡିଫଓଙ୍କ ଅନୈତିକ ସମ୍ପର୍କ ଥିବା ଅଭିଯୋଗ ହୋଇଥିଲା । ସୌମ୍ୟଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଡିଏଫଓଙ୍କ ନାଁରେ ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁଜୁ ବି ହୋଇଥିଲା । ପୂର୍ବରୁ ତଦନ୍ତ ବେଳେ ଗଜପତି ପୋଲିସ ତାଙ୍କୁ କ୍ଲିନଚିଟ୍ ଦେଇଥିଲା । କ୍ରାଇମବ୍ରାଞ୍ଚ ତଦନ୍ତ ଭାର ନେବା ପରେ ଆଜି ତାଙ୍କୁ ପଚରାଉଚରା କରାଯାଉଛି ।

ଘଟଣାରେ ଏ ପର୍ୟ୍ୟନ୍ତ ୧୪ଜଣଙ୍କୁ ଜେରା କରିସାରିଲାଣି କ୍ରାଇମବ୍ରାଞ୍ଚ । ଖୁବଶୀଘ୍ର ବିଦ୍ୟାଭାରତୀଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିବା ନେଇ ସୂଚନା ମିଳିଛି । ଗତକାଲି ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡାଙ୍କୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ । ସୌମ୍ୟଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନାନ୍ତର ବେଳେ ମମତା ଅଧିକ ସମୟ ଆମ୍ୱୁଲାନ୍ସ ଅଟକାଇଥିବା ଅଭିଯୋଗ ହୋଇଥିଲା । ଏପରିକି ସେ ବିଦ୍ୟାଭାରତୀଙ୍କ ସମ୍ପର୍କୀୟ ଓ ମାମଲାର ପ୍ରମାଣ ନଷ୍ଟ କରିବାରେ ମଧ୍ୟ ସହଯୋଗ କରିଥିବା ସୌମ୍ୟଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ପୂର୍ବରୁ ସୌମ୍ୟଙ୍କ ଦୁଇ ସହଯୋଗୀ ଏସିଏଫ୍, ବନ ବିଭାଗ କର୍ମଚାରୀ, ତହସିଲଦାର, ଆମ୍ବୁଲାନ୍ସ କର୍ମଚାରୀଙ୍କ ସହିତ ଦୁଇ ଡାକ୍ତରଙ୍କୁ ଜେରା କରିସାରିଛି କ୍ରାଇମବ୍ରାଞ୍ଚ ।

ଅନ୍ୟପଟେ  ସୌମ୍ୟଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଯେତିକି ଆଗକୁ ବଢୁଛି ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ପୋଲିସ ତଦନ୍ତ ପରିସରଭୁକ୍ତ କରିନଥିବା ଡାକ୍ତର ଓ ତହସିଲଦାରଙ୍କୁ ପଚାରା ଉଚାରା କରିଛି କ୍ରାଇମବ୍ରାଞ୍ଚ। ହେଲେ ମୃତ୍ୟୁ କାଳୀନ ଜମାନବନ୍ଦିକୁ ନେଇ ରହିଥିବା ସନ୍ଦେହ ଘନିଭୂତ ହୋଇଛି । ଜଣେ ୯୫ ପ୍ରତିଶତ ପୋଡି ଯାଇଥିବା ବ୍ୟକ୍ତି କିଭଳି ମୃତ୍ୟୁ କାଳିନ ଜମାନ ବନ୍ଦି ଦେବାକୁ ସକ୍ଷମ ହେଲେ ତାକୁ ନେଇ ଆପତ୍ତି ରହିଛି । ଡ଼ାକ୍ତର କହିଥିଲେ ଜମାନବନ୍ଦୀ ସମୟରେ ଡାକ୍ତର ଓ ମାଜିଷ୍ଟ୍ରେଟଙ୍କ ବ୍ୟତୀତ କେହି ଉପସ୍ଥିତ ନଥିଲେ । କିନ୍ତୁ ଭାଇରଲ ହେଉଥିବା ଭିଡିଓରେ ଡାକ୍ତର ଓ ତହସିଲଦାରଙ୍କ ସହ ଜମାନବନ୍ଦୀ ଲେଖା ହେବା ସମୟରେ ଗଜପତି ଡିଏଫ୍‌ଓ  ଉପସ୍ଥିତ ଅଛନ୍ତି । ସେପଟେ ଜମାନବନ୍ଦୀ ଲେଖା ସମୟରେ ଭିଡିଓ ରେକର୍ଡ କରାଯାଇଥିବା କଥାକୁ ଡାକ୍ତର ଜାଣି ନଥିବା କହୁଥିବା ବେଳେ ତହସିଲଦାର ମୁହଁ ଖୋଲୁ ନାହାନ୍ତି । ଯାହା ପରିବାର ଲୋକଙ୍କ ଅଭିଯୋଗ ଓ ଲୋକଙ୍କ ସନ୍ଦେହ କୁ ଅଧିକ ଘନୀଭୂତ କରିଛି । ତେବେ ଏସମ୍ପର୍କରେ କ୍ରାଇମବ୍ରାଞ୍ଚ ଡିଏସପିଙ୍କ କହିବା ହେଲା ଭିଡିଓର ଯାଞ୍ଚ କରାଯିବ । ଯଦି ସତ୍ୟତା ଥାଏ ତାହା ହେଲେ ତଦନ୍ତ ପରିସରଭୁକ୍ତ କରାଯିବ ।

ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପତ୍ନୀ ବିଦ୍ୟାଭାରତୀଙ୍କ ଘରେ ପହଞ୍ଚିଲା ପାରଳାଖେମୁଣ୍ଡି ପୁଲିସ ଟିମ୍‌, ଦ୍ଵିତୀୟ ଥର ହେବେ ଜେରା
ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଏବେ ମଧ୍ୟ ସନ୍ଦେହ ଘେରରେ ରହିଛି। ଆଜି ଅଧିକ ତଥ୍ଯ ପାଇଁ ମୟୂରଭଞ୍ଜରେ ବିଦ୍ୟାଭାରତୀଙ୍କ ଘରେ ପାରଳାଖେମୁଣ୍ଡି ପୁଲିସ ଟିମ୍‌ ପହଞ୍ଚିଛି। କପ୍ତିପଦା ଗୌଡ଼ଗାଁରେ ବିଦ୍ୟାଭାରତୀକୁ ଦ୍ଵିତୀୟ ଥର ଜେରା କରିବ ଟିମ୍‌। ପୂର୍ବରୁ ୨ଟି ମୋବାଇଲ ଏଟିଏମ କାର୍ଡ ଓ କାଗଜପତ୍ର ଜବତ କରାଯାଇଥିଲା ।

ସୂଚନା ଅନୁଯାୟୀ, ସୌମ୍ୟଙ୍କ ମୃତ୍ୟୁ ଘଟଣାରେ ବର୍ତ୍ତମାନ ସୁଦ୍ଧା ପୁଲିସ ଏବଂ କ୍ରାଇମ୍ବ୍ରାଞ୍ଚ ୨୫ଜଣଙ୍କୁ ପଚରା ଉଚରା କରିଥିବା ବେଳେ ୫ଜଣଙ୍କୁ ଜେରା କରିଛି। ତେବେ କାହାଠାରୁ କଣ ତଥ୍ୟ ହାସଲ କରିଛନ୍ତି ସେ ନେଇ କୌଣସି ସୂଚନା ମିଳିନାହିଁ। ସମସ୍ତଙ୍କର ତଥ୍ୟକୁ ନେଇ ଏବେ ଫାଇଲ ଚାଷ ଚାଲିଛି। ଜବତ ଲାପ୍ଟପ୍ ଏବଂ ମୋବାଇଲ୍ର ମଧ୍ୟ ଖୋଳତାଡ ଚାଲିଛି। ବର୍ତ୍ତମାନ ସୁଦ୍ଧା ପୁଲିସ କୌଣସି ନିଷ୍କର୍ସରେ ପହଞ୍ଚିପାରିନାହିଁ କିମ୍ବା କାହାକୁ ମଧ୍ୟ ଗିରଫ କରିପାରି ନାହିଁ। ଘଟଣାକୁ ନେଇ ହାଇକୋର୍ଟରେ ପିଆଇଏଲ୍ ଫାଇଲ୍ ହୋଇସାରିଛି। ସୌମ୍ୟଙ୍କ ମୃତ୍ୟୁକାଳିନ ଜମାନବନ୍ଦି ଏବଂ ତାଙ୍କ ପରିବାର ଲୋକଙ୍କ ଅଭିଯୋଗ ମଧ୍ୟରେ ପାର୍ଥକ୍ୟ ରହୁଛି। ଘଟଣାର ମୁଖ୍ୟ ଦୁଇ ସନ୍ଦେହକାରୀ କୁହାଯାଉଥିବା ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ପୁଲିସ ଜେରା କରିଥିଲେ ମଧ୍ୟ ସେପରି କିଛି ତଥ୍ୟ ହାସଲ କରିପାରିନାହିଁ।

ଧିରେ ଧିରେ ଦିନ ଏବଂ ସମୟ ବିତିଯାଉଥିବା ବେଳେ ଘଟଣା ଶିଥିଳ ହୋଇଯାଉଛି। ଯାହାକି ସନ୍ଦେହରେ ଥିବା ଅଭିଯୁକ୍ତମାନଙ୍କ ପାଇଁ ସୁଯୋଗ ମିଳୁଛି। ଘଟଣା ଦିନଠାରୁ ବର୍ତ୍ତମାନ ଯାଏଁ ପୁଲିସ ବିଭିନ୍ନ ଦିଗରୁ ବିଭିନ୍ନ ପ୍ରକାର ତଥ୍ୟ ହାସଲ କରିଥିଲେ ମଧ୍ୟ ଘଟଣା କିପରି ଘଟିଛି ତାହା ସ୍ପଷ୍ଟ ହୋଇପାରୁନାହିଁ। ସୌମ୍ୟଙ୍କ ମୃତ୍ୟୁ କଣ ସତରେ ଏକ ମିଷ୍ଟ୍ରି ହୋଇଯିବ କି ବୋଲି ମଧ୍ୟ ପ୍ରଶ୍ନ ଉଠିଛି।  ଏସିଏଫ ସୌମ୍ୟଙ୍କ ଘଟଣା ରଙ୍ଗ ଫିତା ତଳେ ବାନ୍ଧି ହୋଇ ରହିଯିବକି ବୋଲି ପ୍ରଶ୍ନ ଉଠିଛି। ଘଟଣାକୁ ନେଇ ଭିନ୍ନ ପ୍ରକାର ଆଲୋଚନା ହେଉଥିବା ବେଳେ ସୌମ୍ୟଙ୍କ ଘଟଣା ଆତ୍ମହତ୍ୟା ନା ହତ୍ୟା ତାହା ଏବେ ପ୍ରଶ୍ନବାଚୀ ହୋଇ ରହିଯାଇଛି। ପୁଲିସ ଜେରା ବେଳେ ସମସ୍ତ ସନ୍ଦେହକାରୀଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ ପଚାରିଥିଲେ ମଧ୍ୟ ମୁଖ୍ୟ ସନ୍ଦେହକାରୀଙ୍କୁ କିନ୍ତୁ ସେହିଭଳି କିଛି ଖାସ୍ ପଚରା ଉଚରା କରାଯାଇନଥିବା ଅଭିଯୋଗ ହେଉଛି।  ବେଚଲର ପାର୍ଟି ଠାରୁ ଆରମ୍ଭ କରି ବିଦ୍ୟାଙ୍କ ଚିଠିକୁ ନେଇ ତଦନ୍ତ ଜାରି ରହିଥିବା ପୁଲିସ କହିଛି।

ଏସିଏଫ୍‌ ସୌମ୍ୟଙ୍କ ମୃତ୍ୟୁ ଘଟଣାରେ ଡିଏଫ୍‌ଓ ସଂଗ୍ରାମ ବେହେରାଙ୍କୁ କ୍ଲିନ୍‌ଚିଟ୍‌
ସୋର: ବହୁର୍ଚ୍ଚିତ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା ଏବେ ଜଟିଳରୁ ଜଟିଳ ହେବାରେ ଲାଗିଛି। ଦିନ ଗଡ଼ିଚାଲିଥିଲେ ମଧ୍ୟ କୌଣସି ସୁରାଗ ଖୋଜି ପାଉନି ପୋଲିସ। ଏହାରିଭିତରେ ମୃତ୍ୟୁ ମାମଲାରେ ଚର୍ଚ୍ଚାକୁ ଆସିଥିବା ଊୠଙଙ୍କୁ ମିଳିଛି କ୍ଲିନ୍‌ ଚିଟ୍‌। ଡିଏଫଓଙ୍କର କୌଣସି ସଂପୃକ୍ତି ନାହିଁ ବୋଲି ଗଜପତି ଏସପି ତପନ କୁମାର ପଟ୍ଟନାୟକ କହିଛନ୍ତି। ଆଜି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ସହ ମୋଟ୍‌ ୮ଜଣଙ୍କୁ ପଚରାଉଚରା କରାଯାଇଛି। ଜେରା ବେଳେ ବିଦ୍ୟାଭାରତୀଙ୍କୁ ଜାଣିନଥିବା କହିଥିଲେ ଡିଏଫଓ। ପୂର୍ବରୁ ସେ କେବେ ବିଦ୍ୟାଭାରତୀଙ୍କୁ ଭେଟିନଥିଲେ। ଘଟଣା ଦିନ ହିଁ ସେ ପ୍ରଥମ କରି ବିଦ୍ୟାଙ୍କୁ ଦେଖିଥିବା କହିଥିଲେ। ଏଥିସହ ତାଙ୍କ ସହ ସଂପର୍କକୁ ଅସ୍ୱୀକାର କରିଥିଲେ ଡିଏଫଓ।  ତେବେ ତଦନ୍ତ ପ୍ରକ୍ରିୟା ଜାରି ରହିବ ବୋଲି ଗଜପତି ଏସ୍‌ପି କହିଛନ୍ତି।

ସିଡିଆର୍‌ ଯାଞ୍ଚରୁ ଡିଏଫ୍‌ଓଙ୍କର ବିଦ୍ୟାଙ୍କ ସହ ସଂପୃକ୍ତି ନଥିବା ସ୍ପଷ୍ଟ ହୋଇଛି। ଅଧିକ ତଦନ୍ତ ପାଇଁ ପଡ଼ୋଶୀଙ୍କୁ ମଧ୍ୟ ପଚରାଉଚରା କରିଥିଲୁ। ଡିଏଫ୍‌ଓ, ବିଦ୍ୟାଙ୍କ ଘରକୁ ଆସୁଥିବା କେହି କହିନାହାନ୍ତି। କେବଳ ଘଟଣା ଦିନ ଡିଏଫ୍‌ଓ ସ୍ପଟକୁ ଯାଇଥିଲେ। ଏପରିକି ରୋଷେୟାଙ୍କର ମଧ୍ୟ କୌଣସି ସଂପୃକ୍ତି ନାହିଁ ବୋଲି ଏସ୍‌ପି କହିଛନ୍ତି।

ଏସ୍‌ପି ଆହୁରି ମଧ୍ୟ କହିଛନ୍ତି-“ବିଦ୍ୟାଭାରତୀ ପଣ୍ଡାଙ୍କ ଘର ଲୋକଙ୍କ ଫୋନକଲ୍‌ ପାଇ ମମତା ପଣ୍ଡା ଯାଇଥିଲେ। ମମତା ବିଦ୍ୟାଙ୍କ ଦୂର ସଂପର୍କୀୟା। ମାନବିକତା ଦୃଷ୍ଟିରୁ ଯାଇଥିଲେ। ସୌମ୍ୟଙ୍କ ମୃତ୍ୟୁ କିପରି ହେଲା, ସେନେଇ ଅଧିକ ତଦନ୍ତ ଆବଶ୍ୟକ।”

ସୌମ୍ୟଙ୍କ ମୃତ୍ୟୁର ୧୨ ଦିନ ପରେ ଆଜି ପାରଳାଖେମୁଣ୍ଡି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ ତାଙ୍କ ଅଫିସରେ ଜେରା କରାଯାଇଥିଲା। ପାଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ଏସ୍‌ଡିପିଓ ରାମକୃଷ୍ଣ ପତି ଓ କ୍ରାଇମବ୍ରାଞ୍ଚ ମିଳିତ ଭାବେ ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଧରି ଡିଏଫ୍‌ଓଙ୍କୁ ପଚରାଉଚରା କରାଯାଇଥିଲା। ମିଳିଥିବା ତଥ୍ୟ ଅନୁସାରେ ତାଙ୍କୁ ୫୦ରୁ ଅଧିକ ପ୍ରଶ୍ନ ପଚରା ଯାଇଛି। ପଚରାଉଚରା ସମୟରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ସହ ତାଙ୍କର ସମ୍ପର୍କ କଥାକୁ ଡିଏଫ୍‌ଓ ଅସ୍ୱୀକାର କରିଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି।