Swaroop Nagar - The Sakala

ଦିଲ୍ଲୀରେ ଲଜ୍ଜ୍ୟା: ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା, କୁକୁର ଖାଉଥିବା ଗଳିତ ମୃତଦେହ ଉଦ୍ଧାର
ନୂଆଦିଲ୍ଲୀ: ଦିଲ୍ଲୀର ସ୍ୱରୂପ ନଗର ଅଞ୍ଚଳରେ ଏକ ଅତି ଅମାନବୀୟ ଓ ବର୍ବର ଘଟଣା ସାମ୍ନାକୁ ଆସିଛି। ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ଅତି ନିର୍ମମ ଭାବେ ଛୁରୀ ଭୁସି ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି, ଯେଉଁଥିରେ ୩ ଜଣ ନାବାଳକ (ବୟସ ୧୬ ରୁ ୧୭ ବର୍ଷ ମଧ୍ୟରେ) ଏବଂ ଶିବମ ଓରଫ ସୁଦାମା ନାମକ ଜଣେ ଯୁବକ ସାମିଲ ଅଛନ୍ତି।

ଗତ ସେପ୍ଟେମ୍ବର ୧୩ ତାରିଖ ସକାଳେ କୁଶାକ ରୋଡ୍ ନିକଟସ୍ଥ ଏକ ବିଲରୁ ପୋଲିସ ନାବାଳିକାଙ୍କ ମୃତଦେହ ଉଦ୍ଧାର କରିଥିଲା। ମୃତଦେହଟି ଏତେ ମାତ୍ରାରେ ପଚିଯାଇଥିଲା ଯେ, ପ୍ରାଥମିକ ଅବସ୍ଥାରେ ଫୋରେନ୍ସିକ୍ ଟିମ୍ ମଧ୍ୟ ଲିଙ୍ଗ ନିର୍ଦ୍ଧାରଣ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପୋଲିସର ସୂଚନାନୁସାରେ, ବୁଲା କୁକୁରମାନେ ମୃତଦେହର କିଛି ଅଂଶ ଖାଇଦେଇଥିଲେ ଏବଂ ଗୋଟିଏ ହାତ ଶରୀରରୁ ଅଲଗା ହୋଇ ବିଲରେ ପଡ଼ିଥିଲା। ପରିବାର ଲୋକେ ଝିଅ ନିଖୋଜ ନେଇ କୌଣସି ଅଭିଯୋଗ କରିନଥିଲେ, କାରଣ ସେ ପ୍ରାୟତଃ ଘରୁ ପଳାଇ କିଛି ଦିନ ପରେ ଫେରୁଥିଲେ ବୋଲି ସେମାନେ ପୋଲିସକୁ କହିଛନ୍ତି।

ପୋଲିସ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ଏବଂ ପୀଡ଼ିତା ପୂର୍ବରୁ ପରସ୍ପରକୁ ଜାଣିଥିଲେ। ଘଟଣା ଦିନ ସେମାନେ ଏକ ଟେମ୍ପୋ ଭିତରେ ଏକାଠି ବସି ମଦ୍ୟପାନ କରିଥିଲେ। ଏହାପରେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ କରାଯାଇଥିଲା ଏବଂ ପରେ ତାଙ୍କୁ ଛୁରୀ ଭୁସି ହତ୍ୟା କରାଯାଇ ବିଲରେ ଫିଙ୍ଗି ଦିଆଯାଇଥିଲା।

ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ପାଇଁ ଦିଲ୍ଲୀ ପୋଲିସ ୫୦ରୁ ଅଧିକ ସିସିଟିଭି କ୍ୟାମେରାର ଫୁଟେଜ୍ ଯାଞ୍ଚ କରିଥିଲା। ଫୁଟେଜରେ ଏକ ସନ୍ଦିଗ୍ଧ ଟେମ୍ପୋ ଯାଉଥିବାର ଦେଖିବାକୁ ମିଳିଥିଲା। ରାତିର ଅନ୍ଧକାର ଯୋଗୁଁ ଗାଡ଼ିର ନମ୍ବର ସ୍ପଷ୍ଟ ଜଣାପଡ଼ୁନଥିଲେ ମଧ୍ୟ ପରେ ପୋଲିସ ଖାଦ୍ଦା କଲୋନୀରୁ ଗାଡ଼ିଟିକୁ ଠାବ କରିଥିଲା। ଟେମ୍ପୋ ଚାଳକଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଅନ୍ୟ ତିନି ଅଭିଯୁକ୍ତଙ୍କ ସମ୍ପର୍କରେ ତଥ୍ୟ ମିଳିଥିଲା। ଅଭିଯୁକ୍ତମାନଙ୍କଠାରୁ ହତ୍ୟାରେ ବ୍ୟବହୃତ ୨ଟି ଛୁରୀ ଏବଂ ରକ୍ତଭିଜା ପୋଷାକ ଜବତ କରାଯାଇଛି।

ଏହି ଘଟଣାରେ ପୋଲିସ ଭାରତୀୟ ନ୍ୟାୟ ସଂହିତା (BNS) ର ବିଭିନ୍ନ ପ୍ରାସଙ୍ଗିକ ଧାରା ଏବଂ ପୋକ୍ସୋ (POCSO) ଆଇନର ଧାରା ୬ ଅନୁଯାୟୀ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି। ଏଥିରେ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ, ସେ ନେଇ ମଧ୍ୟ ଅନୁସନ୍ଧାନ କରାଯାଉଛି।