acf-soumya-ranjan-death - The Sakala

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ଜାତୀୟ ମାନବାଧିକାର କମିଶନରଙ୍କ ନିର୍ଦ୍ଦେଶ, ‘୬ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦିଅ’
ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ଏସିଏଫ୍‍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାର ସମସ୍ତ ତଦନ୍ତ ରିପୋର୍ଟକୁ ୬ ସପ୍ତାହ ମଧ୍ୟରେ ପ୍ରଦାନ କରିବା ପାଇଁ ଜାତୀୟ ମାନବାଧିକାର କମିଶନ (ଏନ୍‍ଏଚ୍‍ଆର୍‍ସି) ଗୁରୁତ୍ୱର ସହ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ରାଜ୍ୟ ପୁଲିସ ଡିଜିଙ୍କୁ ୬ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ କମିଶନ ନିର୍ଦ୍ଦେଶ ଦେଇଥିବା ଏକ ନିର୍ଭର ଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।

ପ୍ରଥମେ ଏହି ମାମଲାର ତଦନ୍ତ ପାରଳାଖେମୁଣ୍ଡି ପୁଲିସ କରୁଥିବା ବେଳେ ପରବର୍ତ୍ତୀ ସମୟରେ ମାମଲାଟିର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। କ୍ରାଇମବ୍ରାଞ୍ଚ ପାରଳାଖେମୁଣ୍ଡିରେ ୮ଦିନ ଧରି ତଦନ୍ତ କରିବା ସହ ଡିଏଫ୍‍ଓ, ଦୁଇଜଣ ଡାକ୍ତର, ତହସିଲଦାର, ଗୁରାଣ୍ଡି ଥାନା ଅଧିକାରିଣୀ ପ୍ରମୁଖଙ୍କ ସହ ୧୪ଜଣଙ୍କୁ ଜେରା କରି ବୟାନ ରେକର୍ଡ କରିଛନ୍ତି। ଏହା ପରେ ପାରଳାରେ ତଦନ୍ତ କରୁଥିବା ୪ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‍ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ସମସ୍ତ ରିପୋର୍ଟ ପ୍ରଦାନ ପାଇଁ ମୁଖ୍ୟ କାର୍ଯ୍ୟାଳୟକୁ ଫେରିଯାଇଥିଲେ ମଧ୍ୟ ତଦନ୍ତ ଆଉ ଆଗେଇ ପାରିନି। ସୌମ୍ୟଙ୍କ ମୃତ୍ୟୁକୁ ୪୪ଦିନ ବିତିବାକୁ ଯାଉଥିଲେ ମଧ୍ୟ ଘଟଣାର ରହସ୍ୟ ଏ ପର୍ଯ୍ୟନ୍ତ ଉନ୍ମୋଚିତ ହୋଇପାରିନି। ତେଣୁ ଏହି ମାମଲାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମାନବାଧିକାର କର୍ମୀ ସୁବ୍ରତ ଦାସ ଏନ୍‍ଏଚ୍‍ଆର୍‍ସିଙ୍କ ଠାରେ ଗତ ୩ ତାରିଖରେ ଅଭିଯୋଗ କରିଥିଲେ। ଏଥିରେ ଜାତୀୟ ମାନବଧିକାର କମିଶନ ମାମଲା ରୁଜୁ କରି ଆକ୍ସନ ଟେକନ୍‍ ରିପୋର୍ଟ ମାଗିଛନ୍ତି। ୬ସପ୍ତାହ ମଧ୍ୟରେ ଘଟଣାର ସବିଶେଷ ରିପୋର୍ଟ ପ୍ରଦାନ ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ଏସିଏଫ୍‌ ସୌମ୍ୟଙ୍କ ମୃତ୍ୟୁ ଘଟଣାରେ ଡିଏଫ୍‌ଓ ସଂଗ୍ରାମ ବେହେରାଙ୍କୁ କ୍ଲିନ୍‌ଚିଟ୍‌
ସୋର: ବହୁର୍ଚ୍ଚିତ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା ଏବେ ଜଟିଳରୁ ଜଟିଳ ହେବାରେ ଲାଗିଛି। ଦିନ ଗଡ଼ିଚାଲିଥିଲେ ମଧ୍ୟ କୌଣସି ସୁରାଗ ଖୋଜି ପାଉନି ପୋଲିସ। ଏହାରିଭିତରେ ମୃତ୍ୟୁ ମାମଲାରେ ଚର୍ଚ୍ଚାକୁ ଆସିଥିବା ଊୠଙଙ୍କୁ ମିଳିଛି କ୍ଲିନ୍‌ ଚିଟ୍‌। ଡିଏଫଓଙ୍କର କୌଣସି ସଂପୃକ୍ତି ନାହିଁ ବୋଲି ଗଜପତି ଏସପି ତପନ କୁମାର ପଟ୍ଟନାୟକ କହିଛନ୍ତି। ଆଜି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ସହ ମୋଟ୍‌ ୮ଜଣଙ୍କୁ ପଚରାଉଚରା କରାଯାଇଛି। ଜେରା ବେଳେ ବିଦ୍ୟାଭାରତୀଙ୍କୁ ଜାଣିନଥିବା କହିଥିଲେ ଡିଏଫଓ। ପୂର୍ବରୁ ସେ କେବେ ବିଦ୍ୟାଭାରତୀଙ୍କୁ ଭେଟିନଥିଲେ। ଘଟଣା ଦିନ ହିଁ ସେ ପ୍ରଥମ କରି ବିଦ୍ୟାଙ୍କୁ ଦେଖିଥିବା କହିଥିଲେ। ଏଥିସହ ତାଙ୍କ ସହ ସଂପର୍କକୁ ଅସ୍ୱୀକାର କରିଥିଲେ ଡିଏଫଓ।  ତେବେ ତଦନ୍ତ ପ୍ରକ୍ରିୟା ଜାରି ରହିବ ବୋଲି ଗଜପତି ଏସ୍‌ପି କହିଛନ୍ତି।

ସିଡିଆର୍‌ ଯାଞ୍ଚରୁ ଡିଏଫ୍‌ଓଙ୍କର ବିଦ୍ୟାଙ୍କ ସହ ସଂପୃକ୍ତି ନଥିବା ସ୍ପଷ୍ଟ ହୋଇଛି। ଅଧିକ ତଦନ୍ତ ପାଇଁ ପଡ଼ୋଶୀଙ୍କୁ ମଧ୍ୟ ପଚରାଉଚରା କରିଥିଲୁ। ଡିଏଫ୍‌ଓ, ବିଦ୍ୟାଙ୍କ ଘରକୁ ଆସୁଥିବା କେହି କହିନାହାନ୍ତି। କେବଳ ଘଟଣା ଦିନ ଡିଏଫ୍‌ଓ ସ୍ପଟକୁ ଯାଇଥିଲେ। ଏପରିକି ରୋଷେୟାଙ୍କର ମଧ୍ୟ କୌଣସି ସଂପୃକ୍ତି ନାହିଁ ବୋଲି ଏସ୍‌ପି କହିଛନ୍ତି।

ଏସ୍‌ପି ଆହୁରି ମଧ୍ୟ କହିଛନ୍ତି-“ବିଦ୍ୟାଭାରତୀ ପଣ୍ଡାଙ୍କ ଘର ଲୋକଙ୍କ ଫୋନକଲ୍‌ ପାଇ ମମତା ପଣ୍ଡା ଯାଇଥିଲେ। ମମତା ବିଦ୍ୟାଙ୍କ ଦୂର ସଂପର୍କୀୟା। ମାନବିକତା ଦୃଷ୍ଟିରୁ ଯାଇଥିଲେ। ସୌମ୍ୟଙ୍କ ମୃତ୍ୟୁ କିପରି ହେଲା, ସେନେଇ ଅଧିକ ତଦନ୍ତ ଆବଶ୍ୟକ।”

ସୌମ୍ୟଙ୍କ ମୃତ୍ୟୁର ୧୨ ଦିନ ପରେ ଆଜି ପାରଳାଖେମୁଣ୍ଡି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ ତାଙ୍କ ଅଫିସରେ ଜେରା କରାଯାଇଥିଲା। ପାଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ଏସ୍‌ଡିପିଓ ରାମକୃଷ୍ଣ ପତି ଓ କ୍ରାଇମବ୍ରାଞ୍ଚ ମିଳିତ ଭାବେ ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଧରି ଡିଏଫ୍‌ଓଙ୍କୁ ପଚରାଉଚରା କରାଯାଇଥିଲା। ମିଳିଥିବା ତଥ୍ୟ ଅନୁସାରେ ତାଙ୍କୁ ୫୦ରୁ ଅଧିକ ପ୍ରଶ୍ନ ପଚରା ଯାଇଛି। ପଚରାଉଚରା ସମୟରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ସହ ତାଙ୍କର ସମ୍ପର୍କ କଥାକୁ ଡିଏଫ୍‌ଓ ଅସ୍ୱୀକାର କରିଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି।