Road - The Sakala

ରାସ୍ତା ଉପରେ ଜଳିଗଲା କଣ୍ଟେନର୍, ଅଳ୍ପକେ ବର୍ତ୍ତିଲେ ଚାଳକ; ରୋଷେଇରୁ ନିଆଁ ଲାଗିଥିବା ସନ୍ଦେହ
ବାରିପଦା: ଜାତୀୟ ରାଜପଥରେ ଜଳିଗଲା କଣ୍ଟେନର, ଅଳ୍ପକେ ବର୍ତ୍ତିଲେ ଚାଳକ। ୧୮ ନମ୍ବର ଜାତୀୟ ରାଜପଥର କୁଳିଅଣା ଥାନା ଶୁଖୁଆପଡ଼ା ଟୋଲଗେଟ୍ ସମ୍ମୁଖରେ ଦିନ ଦ୍ବିପ୍ରହର ସମୟରେ ଏକ କଣ୍ଟେନରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, କଣ୍ଟେନରଟି ବାରିପଦା ଦେଇ ପାଟଣା ଅଭିମୁଖେ ଯାଉଥିବା ବେଳେ ଶୁଖୁଆପଡ଼ା ଟୋଲଗେଟ୍ ନିକଟରେ ଅଟକି ରହିଥିଲା। ସେହି ସମୟରେ ଡ୍ରାଇଭର ଗାଡ଼ି ପାଖରେ ରୋଷେଇ କରୁଥିବା ବେଳେ ହଠାତ୍ କୌଣସି କାରଣରୁ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ନିଆଁ ସମଗ୍ର କଣ୍ଟେନରକୁ ବ୍ୟାପିଯାଇ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା। ତେବେ ଠିକ୍ ସମୟରେ ଚାଳକ ଦୂରେଇ ଯିବାରୁ ଅଳ୍ପକେ ବଡ଼ ବିପଦରୁ ବର୍ତ୍ତିଯାଇଛନ୍ତି ଏବଂ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ଯୋଗୁଁ ରାସ୍ତାରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଛି ।