Dr Mrutyunjay Mohapatra - The Sakala

ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଗୁଜବକୁ ନେଇ ଭୟଭୀତ ହେବାର କାରଣ ନାହିଁ, ସ୍ପଷ୍ଟ କଲେ ଆଇଏମଡି ଡିଜି
ଭୁବନେଶ୍ୱର: ବର୍ତ୍ତମାନ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟାକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବାତ୍ୟା ସୃଷ୍ଟି ହେବା ନେଇ ପୂର୍ବାନୁମାନ କରାଯାଇ ନାହିଁ ବୋଲି ଆଇଏମଡି ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ସମ୍ବଲପୁର ଠାରେ ଏକ ଡପ୍ଲର ରାଡାର ଉଦଘାଟନ ଅବସରରେ ସେ ଏହି ସୂଚନା ଦେଇଛନ୍ତି।

ଡକ୍ଟର ମହାପାତ୍ର କହିଛନ୍ତି ଯେ, ପାଣିପାଗ ବିଭାଗ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି। ସେପ୍ଟେମ୍ବର ୧୯ ପରେ ଚିତ୍ର ଅଧିକ ସ୍ପଷ୍ଟ ହେବ। ଆଗୁଆ ସଠିକ୍ ପୂର୍ବାନୁମାନ ସହିତ ଆବଶ୍ୟକୀୟ ସତର୍କ ସୂଚନା ଜାରି କରାଯିବ। ତେଣୁ ବାତ୍ୟା ସମ୍ପର୍କିତ କୌଣସି ଗୁଜବରେ ଭୟଭୀତ ନହେବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି।

ଆଇଏମଡି ମୁଖ୍ୟଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ଥାଇଲାଣ୍ଡ ଉପକୂଳ ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସେପ୍ଟେମ୍ବର ୧୮ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗରରେ ପ୍ରବେଶ କରିବାର ଆଶଙ୍କା ରହିଛି। ସେପ୍ଟେମ୍ବର ୧୯ ସନ୍ଧ୍ୟା ସୁଦ୍ଧା ଏହା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର ଆଣ୍ଡାମାନ ସାଗର ଉପରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହାପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଅଗ୍ରସର ହୋଇପାରେ। ତେବେ ଏହି ଲଘୁଚାପ ଅବପାତ କିମ୍ବା ବାତ୍ୟାର ରୂପ ନେବ କି ନାହିଁ, ତାହା କହିବା ବର୍ତ୍ତମାନ ସମୟରେ ବହୁତ ଶୀଘ୍ର ହେବ। କିନ୍ତୁ ଏହି ସିଷ୍ଟମ ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଡକ୍ଟର ମହାପାତ୍ର ସ୍ପଷ୍ଟ କରିଛନ୍ତି।

ଆସନ୍ତା ସପ୍ତାହ ସୁଦ୍ଧା ବଙ୍ଗୋପସାଗରରେ ଏକ ଶକ୍ତିଶାଳୀ ବାତ୍ୟା ସୃଷ୍ଟି ହେବା ପାଇଁ ଅନୁକୂଳ ପରିବେଶ ରହିଥିବା ନେଇ ଅନେକ ଆନ୍ତର୍ଜାତୀୟ ପାଣିପାଗ ମଡେଲ୍ ସୂଚାଇଛନ୍ତି। ଏହି ପୂର୍ବାନୁମାନ ଏବଂ କିଛି ପାଣିପାଗ ବିଶେଷଜ୍ଞଙ୍କ ମତ ପରେ ପୂର୍ବ ଉପକୂଳରେ ଏକ ସମ୍ଭାବ୍ୟ ବାତ୍ୟାକୁ ନେଇ ବ୍ୟାପକ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଆଇଏମଡି ଆଶ୍ୱାସନା ଦେଇଛି ଯେ, ବିଭାଗ ନିରନ୍ତର ଭାବରେ ଏହି ପାଣିପାଗ ପ୍ରଣାଳୀ ଉପରେ ନଜର ରଖିବ ଏବଂ ଠିକ୍ ସମୟରେ ଅପଡେଟ୍ ଓ ପରାମର୍ଶ ଜାରି କରିବ।