Andharua - The Sakala

ଅନ୍ଧାରୁଆରେ ଆହତ ଦନ୍ତାକୁ ନେଇ ଭୟ, ଜଙ୍ଗଲ ଛାଡ଼ି ଜନବସତି ନିକଟରେ ବୁଲୁଛି ହାତୀ
ଭୁବନେଶ୍ୱର: ଅନ୍ଧାରୁଆରେ ଆହତ ଦନ୍ତାକୁ ନେଇ ଭୟ । ଜଙ୍ଗଲ ଛାଡ଼ି ଜନବସତି ନିକଟରେ ଘୁରୁଛି ବିଶାଳ ଦନ୍ତା ହାତୀ। ବାମ ଗୋଡ଼ରେ ଲାଗିଛି ଶକ୍ତ ଆଘାତ। ଗତକାଲି ରାତିଠାରୁ ଜଙ୍ଗଲ ବାହାରେ ବୁଲୁଛି ହାତୀ। ରାସ୍ତାଠାରୁ ପ୍ରାୟ ୨୦୦ ମିଟର ଦୂରରେ ଦୀର୍ଘ ସମୟ ଧରି ହାତୀଟି ରହିବାରୁ ଭୟଭୀତ ଅବସ୍ଥାରେ ଅଞ୍ଚଳବାସୀ। ହାତୀଟି ଆହତ ଥିବାରୁ ତାହାର ଗତିବିଧିକୁ ନେଇ ମଧ୍ୟ ଚିନ୍ତା ବଢ଼ିଛି। ହାତୀ କେତେବେଳେ ଜନବସତି ଆଡ଼କୁ ମାଡ଼ି ଆସିବ, ତାକୁ ନେଇ ଆତଙ୍କିତ ଲୋକେ। ଘଟଣାସ୍ଥଳରେ ବନ ବିଭାଗର ଟିମ୍ ପହଞ୍ଚି ହାତୀର ଗତିବିଧି ଉପରେ ନଜର ରଖିଛି।

ତେବେ ସବୁଠାରୁ ବଡ଼ ପ୍ରଶ୍ନ ଦନ୍ତା ହାତୀର ବାମ ଗୋଡ଼ରେ ଆଘାତ ଲାଗିଲା କେମିତି? କୌଣସି ଦୁର୍ଘଟଣାରେ ହାତୀ ଆହତ ହୋଇଛି ନା ଆଘାତ ପଛରେ ରହିଛି ଅନ୍ୟ କିଛି କାରଣ? ଏହାକୁ ନେଇ ତଦନ୍ତ ଆରମ୍ଭ କରିଛି ବନ ବିଭାଗ। ଆହତ ହାତୀର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବା ସହ ଆବଶ୍ୟକ ଚିକିତ୍ସା ଦେବାକୁ ଉଦ୍ୟମ ଚାଲିଛି। ଏହାସହ ହାତୀଟିକୁ କିପରି ସୁରକ୍ଷିତ ଭାବେ ପୁଣି ଜଙ୍ଗଲ ଭିତରକୁ ଫେରାଇ ନିଆଯିବ, ସେନେଇ ବନ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି। ଆହତ ଦନ୍ତା ଜଙ୍ଗଲ ବାହାରେ ଥିବାରୁ ଯେକୌଣସି ସମୟରେ ପରିସ୍ଥିତି ବଦଳିପାରେ। ତେଣୁ ସ୍ଥାନୀୟ ଲୋକଙ୍କୁ ହାତୀଠାରୁ ଦୂରେ ରହିବା ସହ ସତର୍କ ରହିବାକୁ ବନ ବିଭାଗ ପକ୍ଷରୁ କୁହାଯାଇଛି। ଏବେ ଅପେକ୍ଷା, ଆହତ ଦନ୍ତାକୁ କେବେ ଚିକିତ୍ସା ଦିଆଯାଇ ଜଙ୍ଗଲ ଭିତରକୁ ସୁରକ୍ଷିତ ଭାବେ ଫେରାଇ ନିଆଯାଉଛି। ହାତୀର ଆଘାତର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ।