Youth Burnt Alive - The Sakala

ପ୍ରେମିକା ଘରକୁ ଯାଇଥିବା ଯୁବକଙ୍କୁ ପିଟିପିଟି ଜିଅନ୍ତା ଜାଳିଦେଲେ ପରିବାର ଲୋକେ !
ଦେବଗଡ଼: ପ୍ରେମିକା ଘରେ ପ୍ରେମିକକୁ ଜୀଅନ୍ତା ଜାଳିଦେଲେ । ଦେବଗଡ଼ ଜିଲ୍ଲା ଅନ୍ତର୍ଗତ ରିଆମାଳ ଅଞ୍ଚଳରୁ ଏପରି ଏକ ଅଭାବନୀୟ ତଥା ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ବିଳମ୍ବିତ ରାତିରେ ପ୍ରେମିକାଙ୍କୁ ଭେଟିବାକୁ ଯାଇଥିବା ଜଣେ ଯୁବକଙ୍କୁ ପ୍ରେମିକାଙ୍କ ପରିବାର ଲୋକେ ମାଡ଼ ମାରିବା ସହ ପେଟ୍ରୋଲ୍ ଢାଳି ଜିଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣକ ହେଉଛନ୍ତି ବାବରକୋଟ ଗ୍ରାମର ବାସିନ୍ଦା ସିଲୁ ରାୟ।

ସୂଚନା ଅନୁଯାୟୀ, ସିଲୁ ନିଜର ଇଞ୍ଜିନିୟରିଂ ପାଠପଢ଼ା ଶେଷ କରିବା ପରେ କିଛି ବର୍ଷ ସ୍ଥାନୀୟ ଅଞ୍ଚଳରେ କାମ କରିଥିଲେ। ପ୍ରାୟ ୪ ମାସ ପୂର୍ବେ ସେ ମୁମ୍ବାଇ ଯାଇ ସେଠାରେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ଗତକାଲି ସକାଳେ ହିଁ ସେ ମୁମ୍ବାଇରୁ ନିଜ ଗାଁକୁ ଫେରିଥିଲେ। ସନ୍ଧ୍ୟା ସମୟରେ ପରିବାର ଲୋକଙ୍କୁ ଦେବଗଡ଼ ଯାଉଛି ବୋଲି କହି ଘରୁ ବାହାରିଥିଲେ ଏବଂ ପରେ ରିଆମାଳର ଲକ୍ଷ୍ମୀ ଛକ ନିକଟରେ ଥିବା ପ୍ରେମିକାଙ୍କ ଘରକୁ ଯାଇଥିଲେ।

ରାତିରେ ସିଲୁଙ୍କୁ ପ୍ରେମିକାଙ୍କ ଘରେ ଦେଖିବା ପରେ ଝିଅର ପରିବାର ଲୋକେ ଉତକ୍ଷିପ୍ତ ହୋଇପଡ଼ିଥିଲେ। ଏହାକୁ ନେଇ ସେଠାରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏହାପରେ ପ୍ରେମିକାଙ୍କ ପରିବାର ଲୋକେ ସିଲୁଙ୍କୁ ନିର୍ଦ୍ଦୟ ଭାବେ ପିଟିପିଟି ଲହୁଲୁହାଣ କରିଦେଇଥିଲେ। ପରେ ତାଙ୍କ ଉପରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦେଇଥିଲେ। ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ରକ୍ତାକ୍ତ ଅବସ୍ଥାରେ ଥିବା ବେଳେ ହିଁ ସିଲୁଙ୍କୁ ଜିଅନ୍ତା ଜାଳି ଦିଆଯାଇଛି। ତାଙ୍କର ମୃତଦେହ ପ୍ରେମିକାଙ୍କ ଘରେ ପଡ଼ିଥିବା ଦେଖିବାକୁ ମିଳିଥିଲା।

ଖବର ପାଇ ରିଆମାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ଘଟଣାରେ ସମ୍ପୃକ୍ତ ପ୍ରେମିକା, ତାଙ୍କ ବାପା ଏବଂ ମା'ଙ୍କୁ ଅଟକ ରଖି ପଚରାଉଚରା କରୁଛି। କ୍ରାଇମ୍ ସିନକୁ ସିଲ୍ କରାଯିବା ସହ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ସ୍ନିଫର୍ ଡଗ୍ ପହଞ୍ଚିବା ପରେ ଅଧିକ ତଦନ୍ତ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ, ଏହି ବର୍ବରକାଣ୍ଡ ନେଇ ମୃତକଙ୍କ ବଡ଼ ଭାଇ ଯଶୋଧର ରାୟ ରିଆମାଳ ଥାନାରେ ଏକ ଲିଖିତ ଏତଲା ଦାୟର କରିଛନ୍ତି।