Sabita Barik - The Sakala

କେନ୍ଦୁଝରରେ ବଜ୍ରପାତ ନେଲା ଦୁଇ ଜଣଙ୍କ ଜୀବନ, ଆନନ୍ଦପୁର ଅଞ୍ଚଳରେ ଶୋକର ଛାୟା
କେନ୍ଦୁଝର: ଆକାଶରୁ ଖସିଲା ମୃତ୍ୟୁ । ବଜ୍ରପାତରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ପୃଥକ ପୃଥକ ବଜ୍ରପାତ ଘଟଣାରେ ଜଣେ ଯୁବକ ଏବଂ ଜଣେ ମହିଳାଙ୍କ ସମେତ ମୋଟ ୨ ଜଣଙ୍କର ପ୍ରାଣହାନୀ ଘଟିଛି। କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଅଞ୍ଚଳରେ ଏପରି ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏହି ଅକାଳ ମୃତ୍ୟୁ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ପ୍ରଥମ ଘଟଣାଟି ଆନନ୍ଦପୁର ଥାନା ଅନ୍ତର୍ଗତ ପଦ୍ମପୁର ଗାଁରେ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର ପାପୁ ସାହୁ ନାମକ ଜଣେ ଯୁବକ ଚାଷ କାମ ପାଇଁ କ୍ଷେତକୁ ଯାଉଥିବା ବେଳେ ହଠାତ୍ ବଜ୍ରପାତର ଶିକାର ହୋଇଥିଲେ। ବଜ୍ରାଘାତ ଏତେ ଭୟଙ୍କର ଥିଲା ଯେ, ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ସେହିପରି ଅନ୍ୟ ଏକ ଘଟଣା କାଣ୍ଟିପାଳ ଗାଁରେ ଦେଖିବାକୁ ମିଳିଛି। ଗାଁର ସବିତା ବାରିକ ନାମକ ଜଣେ ମହିଳା ନିଜ ଘରର ଦ୍ୱାରମୁହଁକୁ ଆସିଥିବା ବେଳେ ହଠାତ୍ ବଜ୍ରପାତ ଘଟିଥିଲା। ଏହି ଅଭାବନୀୟ ଘଟଣାରେ ଗୁରୁତର ହୋଇ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

ଗୋଟିଏ ଦିନରେ ଗୋଟିଏ ଅଞ୍ଚଳରେ ଦୁଇ ଦୁଇଟି ଅକାଳ ମୃତ୍ୟୁ ଘଟିବା କାରଣରୁ ସମଗ୍ର ଆନନ୍ଦପୁର ଅଞ୍ଚଳରେ ବିଷାଦର ବାତାବରଣ ସୃଷ୍ଟି ହୋଇଛି ଏବଂ ମୃତକଙ୍କ ପରିବାରରେ କାନ୍ଦ ବୋବାଳି ପଡ଼ିଛି।