Bomb Hurling - The Sakala

ପାରିବାରିକ କଳହକୁ କେନ୍ଦ୍ର କରି ଦୁଇ ଭାଇଙ୍କ ମଧ୍ୟରେ ବୋମାମାଡ଼, ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର
ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଥାନା ଅନ୍ତର୍ଗତ ଅଙ୍ଗାରପଡ଼ା ପଞ୍ଚାୟତର ମହୁଲ ଗ୍ରାମରେ ଏକ ଅତି ଅଭାବନୀୟ ତଥା ଲୋମହର୍ଷଣକାରୀ ଘଟଣା ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏକ ପାରିବାରିକ କଳହକୁ କେନ୍ଦ୍ର କରି ଦୁଇ ଭାଇ ପରସ୍ପର ଉପରକୁ ବୋମାମାଡ଼ କରିଛନ୍ତି। ଏହି ମର୍ମନ୍ତୁଦ ଘଟଣାରେ ବଡ଼ ଭାଇର ମୃତ୍ୟୁ ଘଟିଥିବା ବେଳେ ସାନ ଭାଇ ଗୁରୁତର ଆହତ ହୋଇଛନ୍ତି।

ମୃତକଙ୍କ ନାମ ମୋହନ ପାଢ଼ୀ ହୋଇଥିବା ବେଳେ ଆହତ ସାନ ଭାଇଙ୍କ ନାମ ମଦନ ପାଢ଼ୀ ବୋଲି ଜଣାପଡିଛି। ବୋମାମାଡ଼ରେ ମଦନଙ୍କ ଗୋଟିଏ ହାତ ପାପୁଲି ଛିଣ୍ଡି ଯାଇଥିବା ବେଳେ ତାଙ୍କ ଶରୀରର ବିଭିନ୍ନ ଅଂଶରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ୍ ହସ୍ପିଟାଲ୍ ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକର ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି।

ପ୍ରାଥମିକ ସୂଚନା ଅନୁଯାୟୀ, ଦୁଇ ଭାଇ ବନ୍ୟଜନ୍ତୁ ଶିକାର କରିବା ଉଦ୍ଦେଶ୍ୟରେ ଘରେ ଦେଶୀ ବୋମା ଗଚ୍ଛିତ ରଖିଥିଲେ। ତେବେ ମଙ୍ଗଳବାର ରାତିରେ କୌଣସି ଏକ କଥାକୁ ନେଇ ଉଭୟଙ୍କ ମଧ୍ୟରେ ଉଗ୍ର ବିବାଦ ଦେଖାଦେଇଥିଲା। ଏହି ଝଗଡ଼ା ଏତେ ଭୟଙ୍କର ରୂପ ନେଇଥିଲା ଯେ ଦୁହେଁ ରାଗରେ ହିତାହିତ ଜ୍ଞାନ ଭୁଲିଯାଇ ଘରେ ଥିବା ବୋମା ଆଣି ପରସ୍ପରକୁ ଫିଙ୍ଗିଥିଲେ। ବୋମାମାଡ଼ରେ ମୋହନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣହାନି ଘଟିଥିଲା।

ଲଗାତାର ଦୁଇଟି ଶକ୍ତିଶାଳୀ ବିସ୍ଫୋରଣ ଶବ୍ଦ ଶୁଣି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଗାଁ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଚନ୍ଦକା ପୋଲିସ ସମେତ ଭୁବନେଶ୍ୱର ଡିସିପି ଏବଂ ଜୋନ୍-୬ ଏସିପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହାସହ ଏକ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିବା ସହ ଆବଶ୍ୟକ ନମୁନା ସଂଗ୍ରହ କରିଛି। ବୋମା କେଉଁଠୁ ଆସିଲା ଏବଂ ପ୍ରକୃତରେ କେଉଁ କାରଣ ପାଇଁ ବିବାଦ ହେଲା, ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।