Sewage Treatment Plant - The Sakala

ଉତ୍ତରପ୍ରଦେଶର ମିରଟରେ କ୍ଲୋରିନ୍ ଗ୍ୟାସ୍ ଲିକ୍: ଅନେକ ହସ୍ପିଟାଲରେ ଭର୍ତ୍ତି, ସ୍ଥାନୀୟ ଅଞ୍ଚଳରେ ଆତଙ୍କ
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ମିରଟରେ ଏକ ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ (STP) ରୁ କ୍ଲୋରିନ୍ ଗ୍ୟାସ୍ ଲିକ୍ ହେବା କାରଣରୁ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କ ଖେଳିଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ପଲ୍ଲବପୁରମ୍ ଫେଜ୍-୨ର ଏନ୍ ପକେଟରେ ଥିବା ଏହି ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ହେବା ପରେ କିଛି ଲୋକ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗ୍ୟାସ୍ ଲିକ୍ ଖବର ପ୍ରଚାରିତ ହେବା ମାତ୍ରେ ପଲ୍ଲବପୁରମ୍ ରେସିଡେଣ୍ଟସ୍ ୱେଲଫେୟାର ଆସୋସିଏସନ୍ (RWA) ପକ୍ଷରୁ ସ୍ଥାନୀୟ ବାସିନ୍ଦାଙ୍କୁ ସତର୍କ କରାଯାଇଥିଲା। ଲୋକମାନଙ୍କୁ ନିଜ ଘରର କବାଟ ଏବଂ ଝରକା ବନ୍ଦ ରଖିବାକୁ ପରାମର୍ଶ ଦିଆଯାଇଥିଲା। ବିଶେଷ କରି ଛୋଟ ପିଲା, ବୟସ୍କ ଏବଂ ଶ୍ୱାସକ୍ରିୟା ଜନିତ ସମସ୍ୟା ଥିବା ବ୍ୟକ୍ତିମାନଙ୍କୁ ଗ୍ୟାସ୍ ପ୍ରଭାବିତ ଅଞ୍ଚଳରୁ ଦୂରରେ ରହିବାକୁ ସତର୍କ କରାଯାଇଥିଲା। ଘରୁ ବାହାରେ ଥିବା ଲୋକଙ୍କୁ ମଧ୍ୟ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ତୁରନ୍ତ ଘରକୁ ଫେରିବାକୁ ପରାମର୍ଶ ଦିଆଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଏହି ଲିକ୍ ହୋଇଥିବା ଗ୍ୟାସର ପ୍ରଭାବ ପ୍ଲାଣ୍ଟର ୫୦ ମିଟର ପରିଧି ମଧ୍ୟରେ ସୀମିତ ରହିବ ବୋଲି ଆଶା କରାଯାଉଛି। ଖବର ପାଇବା ପରେ ସମ୍ପୃକ୍ତ ଅଧିକାରୀ ଏବଂ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍ ଲିକ୍ ର ଉତ୍ସ ଖୋଜିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।

ଅନେକ ଲୋକଙ୍କୁ ଶ୍ୱାସରୁଦ୍ଧ ଓ ଅନ୍ୟାନ୍ୟ ସମସ୍ୟା କାରଣରୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ, ବର୍ତ୍ତମାନ ସୁଦ୍ଧା କୌଣସି ବଡ଼ ଧରଣର କ୍ଷୟକ୍ଷତି ବା ଜୀବନହାନିର ସୂଚନା ମିଳିନାହିଁ। ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ସମସ୍ତଙ୍କୁ ଧୈର୍ଯ୍ୟ ଧରିବାକୁ ଏବଂ ସୁରକ୍ଷା ନିୟମ ପାଳନ କରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।