Baishinga Police - The Sakala

ବ୍ୟାଙ୍କ ଡକାୟତି ଉଦ୍ୟମ ପଣ୍ଡ - କାର୍‌ ସହ ୫ ଡକାୟତ ଗିରଫ
ବୈଶିଙ୍ଗା: ବଡ଼ ଧରଣର ବ୍ୟାଙ୍କ ଡକାୟତି ଯୋଜନାକୁ ପଣ୍ଡ କରିଛି ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ପୁଲିସ। ସୋମବାର ରାତି ପ୍ରାୟ ୨ଟା ସମୟରେ ମାଣଗୋବିନ୍ଦପୁରସ୍ଥିତ ୟୁନିୟନ ବ୍ୟାଙ୍କ ଭିତରେ ପଶି ଡକାୟତି ଉଦ୍ୟମ କରୁଥିବା ବେଳେ ସିଷ୍ଟମ୍‌ ଆଲାରାମ୍‌ ବାଜିଥିଲା। ଏନେଇ ମୁମ୍ବାଇ ମୁଖ୍ୟାଳୟର ସିକ୍ୟୁରିଟି ଅଫିସର ବୈଶିଙ୍ଗା ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ପୁଲିସ ତତ୍କ୍ଷଣାତ୍‌ ଘଟଣାସ୍ଥଳରେ ଚଢ଼ାଉ କରିଥିଲା।

ପୁଲିସ ଆସିବା ଦେଖି ଅଭିଯୁକ୍ତମାନେ ଏକ କାର୍‌ରେ ଖସିଯିବାକୁ ଉଦ୍ୟମ କରିଥିଲେ। ତେବେ ମାଣତ୍ରୀ–ବୈଶିଙ୍ଗା ରାସ୍ତାରେ ପୁଲିସ ସେମାନଙ୍କ ପିଛା କରି ବୈଶିଙ୍ଗା ଛକ ନିକଟରେ ଧରିଥିଲା।ଘଟଣାସ୍ଥଳରୁ ପଶ୍ଚିମବଙ୍ଗ ନମ୍ବର ଥିବା କାର୍‌କୁ ଜବତ କରାଯାଇଥିବା ବେଳେ ୫ ଜଣ ସନ୍ଦିଗ୍ଧଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

ଏହି ଗ୍ୟାଙ୍ଗର ସଦସ୍ୟମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଥିବା ଚୋରି ଓ ଡକାୟତି ମାମଲାରେ ଜଡ଼ିତ ଥିବା ନେଇ ପୁଲିସ ତଦନ୍ତ ଜାରି ରଖିଛି।ନୂଆ ଥାନା ଅଧିକାରୀ ବାବା ଶଙ୍କର ସରାଫ ଯୋଗଦେବା ପରେ ବୈଶିଙ୍ଗା ପୁଲିସର ଏହି ବଡ଼ ସଫଳତାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି