Couple Jumps - The Sakala

ପାରିବାରିକ କଳହ: ବିରୂପା ନଦୀକୁ ଡେଇଁଲେ ଦମ୍ପତି, ସ୍ତ୍ରୀ ଉଦ୍ଧାର ଓ ସ୍ୱାମୀ ନିଖୋଜ
ଯାଜପୁର: ଯାଜପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାରିବାରିକ କଳହକୁ କେନ୍ଦ୍ର କରି ସୋମବାର ଭୋର ସମୟରେ ବାଲିକୁଦା ପୋଲ ଉପରୁ ବିରୂପା ନଦୀକୁ ଡେଇଁ ପଡ଼ିଛନ୍ତି ଜଣେ ଦମ୍ପତି। ଏହି ଘଟଣାରେ ସ୍ତ୍ରୀଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ସ୍ୱାମୀ ଏବେ ବି ନିଖୋଜ ଅଛନ୍ତି।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ନଦୀକୁ ଡେଇଁଥିବା ଏହି ଦମ୍ପତି ହେଲେ ବଡ଼ଚଣା ବ୍ଲକ ତଳୁଆ ଅଞ୍ଚଳର ସୁଧାକର ଓଝା ଏବଂ ତାଙ୍କ ପତ୍ନୀ ତିଳୋତ୍ତମା ଓଝା। ପାରିବାରିକ ବିବାଦ କାରଣରୁ ସେମାନେ ଏପରି ଚରମ ନିଷ୍ପତ୍ତି ନେଇଥିବା ସନ୍ଦେହ କରାଯାଉଛି। ରିପୋର୍ଟ ଅନୁଯାୟୀ, ଉଭୟେ ରାତି ପ୍ରାୟ ୩ଟା ସମୟରେ ବିରୂପା ନଦୀ ଉପରେ ଥିବା ବାଲିକୁଦା ପୋଲ ନିକଟରେ ପହଞ୍ଚିଥିଲେ ଏବଂ ହଠାତ୍ ନଦୀକୁ ଡେଇଁ ପଡ଼ିଥିଲେ।

ଘଟଣା ସମ୍ପର୍କରେ ଖବର ମିଳିବା ମାତ୍ରେ ବରୀ ଅଗ୍ନିଶମ ବାହିନୀର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତଲାସି ଅଭିଯାନ ସମୟରେ ବରୀର ମହାକାଳପଡ଼ା ଅଞ୍ଚଳରୁ ପତ୍ନୀ ତିଳୋତ୍ତମାଙ୍କୁ ଉଦ୍ଧାର କରାଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ଚିକିତ୍ସା ନିମନ୍ତେ କେନ୍ଦ୍ରାପଡ଼ା ଜିଲ୍ଲାସ୍ଥିତ ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (CHC)ରେ ଭର୍ତ୍ତି କରାଯାଇଛି।

ଅନ୍ୟପକ୍ଷରେ ଉଦ୍ଧାରକାରୀ ଦଳର ବ୍ୟାପକ ପ୍ରୟାସ ସତ୍ତ୍ୱେ ସ୍ୱାମୀ ସୁଧାକରଙ୍କର କୌଣସି ପତ୍ତା ମିଳିପାରିନାହିଁ। ତାଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ନଦୀରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ପ୍ରକୃତରେ ଏହି ଘଟଣା ପଛର କାରଣ କଣ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିଲେ ହେଁ ପୋଲିସ ଘଟଣାର ଛାନ୍‌ଭିନ୍ ଚଳାଇଛି।