Odia Worker - The Sakala

ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକଙ୍କୁ ନିର୍ମମ ହତ୍ୟା, ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ପକ୍ଷରୁ ଦାବି
ବାରିପଦା: ହାଇଦରାବାଦର ଏକ ହଷ୍ଟେଲରେ ରହି କାମ କରୁଥିବା ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଧାତିକା ପଞ୍ଚାୟତ ଅଧୀନ ଡୁମୁରିଆ ଗ୍ରାମର ଜଣେ ଯୁବକଙ୍କୁ ଗୁରୁବାର ରାତିରେ ନିର୍ମମ ଭାବେ ହତ୍ୟା କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଡୁମୁରିଆ ଗ୍ରାମର ସ୍ବର୍ଗତ ଶମ୍ଭୁନାଥ ରାଜଙ୍କ ପୁଅ ଶଶିଧର ରାଜ ରୋଜଗାର ଆଶା ନେଇ ହାଇଦରାବାଦ ଯାଇଥିଲେ । ସେଠାରେ ଥିବା ଏକ ଘରୋଇ ହଷ୍ଟେଲରେ ରହି କାମ କରୁଥିଲେ। ଗତ ମେ ମାସରେ ଘରକୁ ବୁଲିବାକୁ ଆସିଥିବା ବେଳେ ନିଜ ପତ୍ନୀଙ୍କୁ ମଧ୍ୟ ସାଙ୍ଗରେ ନେଇଯାଇଥିଲେ। ସେଠାରେ ସ୍ବାମୀ-ସ୍ତ୍ରୀ ରହି କାମ କରୁଥିଲେ ।

ଗୁରୁବାର ରାତିରେ ତାଙ୍କ ପତ୍ନୀ ରୁମରେ ଥିବା ବେଳେ ଶଶିଧର କୌଣସି କାମରେ ବାହାରକୁ ଯାଇଥିଲେ। ଏତିକିବେଳେ ଜଣେ ବ୍ୟକ୍ତି ହଠାତ୍ ଏକ ଭୁଜାଲି ଧରି ଆସି ବିଚ୍ ରାସ୍ତାରେ ଶଶିଧରଙ୍କୁ ଆକ୍ରମଣ କରିବା ସହ ତାଙ୍କ ଛାତିରେ ବାରମ୍ବାର ଭୁଜାଲି ଭୁସି ଦେଇଥିଲେ। ଏହି ଲୋମଟାଙ୍କୁରା ଦୃଶ୍ୟ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା । ଯାହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ଦେଖିବାକୁ ମିଳିଛି । ରାୟଦୃଗମ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ହତ୍ୟାଜନିତ ଏକ ମାମଲା ରୁଜୁ କରିଛି। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାରଲୋକଙ୍କୁ ହସ୍ତାନ୍ତର କରିବା ନେଇ ତାଙ୍କ ନିକଟ ସମ୍ପର୍କୀୟଙ୍କଠାରୁ ସୂଚନା ମିଳିଛି।

ମୃତ ଶଶିଧର ଜଣେ ଗରିବ ପରିବାରର ହୋଇଥିବା ବେଳେ ଘରେ ଥିବା ଦୁଇ ନାବାଳିକା ଓ ଜଣେ ନାବାଳକ ଅସହାୟ ହୋଇ ପଡ଼ିଛନ୍ତି। ଏହି ପରିବାରକୁ ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ଯୋଗାଇ ଦେବା ସହ ଘଟଣାର ପ୍ରକୃତ କାରଣ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ତେବେ ଏନେଇ ଶଶିଧରଙ୍କ ଭାଉଜ ସୌଭାଗ୍ୟ ଲତା ରାଜ କହିଛନ୍ତି ଯେ ଅର୍ଥ ଅଭାବରୁ ଶବ ଗାଁ କୁ ଆଣିବା ସମ୍ଭବ ନହେବାରୁ ସେଠାରେ ଶବ ସତ୍କାର କରାଯାଇଛି । ଏବେ ସେଠାକାର ପୁଲିସ ପାଖରେ ମୋବାଇଲ ଥିବାରୁ ଯୋଗାଯୋଗ ସମ୍ଭବ ହେଇ ପାରୁନାହିଁ । ତେବେ ଶଶିଧରଙ୍କ ସ୍ତ୍ରୀ ଦେବଜାନୀ ରାଜ କେମିତି ଘରକୁ ଫେରିବେ ଓ ଶିଶିଧରଙ୍କୁ କେମିତି ନ୍ୟାୟ ମିଳିବ ସେ ଏନେଇ ଚିନ୍ତାରେ ଅଛନ୍ତି ପରିବାର ଲୋକେ ।

ଅପରପକ୍ଷରେ ଡମୁରିଆ ଗାଁ ରେ ଥିବା ଶଶିଧର ଦୁଇ ଝିଅ ଓ ପୁଅ ବାପା ମା'ଙ୍କୁ ଚାହିଁ ବସିଛନ୍ତି । ବାପାଙ୍କ ଖବର ଦେଖି ପୁଅ ଝିଅଙ୍କ ଆଖିରୁ ଲୁହ ସରୁନଥିବା ବେଳେ ମା' କେମିତି ଭଲରେ ଘରକୁ ଫେରିବ ସେନେଇ ଚିନ୍ତାରେ ପୁଅ ଝିଅ । ତେବେ ବଡ଼ ଝିଅ ମିଥାଲି ରାଜ ଗୁରୁବାର ଦିନ ସକାଳେ ବାପାଙ୍କ ସହିତ କଥା ହୋଇଥିଲେ । ବାପା କହିଲେ ମୁଁ ଟଙ୍କା ପଠାଉଛି ତୁ ସାନ ଭାଇର ସ୍କୁଲ ଫି ଦେବୁ ଓ ସାନ ଭଉଣୀ କଥା ବୁଝୁଥିବୁ । ତେବେ ଏବେ ମା' କେମିତି ଭଲରେ ଘରକୁ ଫେରିବ ଓ ବାପାଙ୍କ ହତ୍ୟାକାରୀଙ୍କୁ କୋଠର ଦଣ୍ଡ ଦେବାକୁ ଦାବି କରିଛନ୍ତି ବଡ ଝିଅ ।ମିଥାଲି ରାଜ । ତେବେ ଅର୍ଥ ଅଭାବରୁ ଶଶିଧର ଙ୍କ ଶବ ଗାଁକୁ ନ ଆଣିପାରି ସେଠାରେ ଶବଦାହ କରାଯାଇଥିବା ପରିବାର ଲୋକେ କହିଛନ୍ତି । ଅପରପକ୍ଷରେ ବାପା ଶଶିଧରଙ୍କ ଶବଦାହ ଖବର ଶୁଣି ଗାଁରେ କାନ୍ଦବୋବାଳି ରେ ଫାଟିପଡୁଛି ।