Ganesh Chaturthi 2026 - The Sakala

ଆଜି ପବିତ୍ର ଗଣେଶ ଚତୁର୍ଥୀ, ଅଗ୍ରପୂଜ୍ୟଙ୍କ ଆରାଧନା ପାଇଁ ଉତ୍ସବମୁଖର ଗାଁଠୁ ସହର
ଭୁବନେଶ୍ୱର: ଆଜି ପବିତ୍ର ଗଣେଶ ଚତୁର୍ଥୀ। ଧରା ପୃଷ୍ଠରେ ଅବତରଣ କରିବେ ଗଜାନନ । ଗଜାନନଙ୍କ ପୂଜାକୁ ନେଇ ଉତ୍ସବ ଉତ୍ସବ ମୁଖର ଗାଁଠୁ ସହର। ପ୍ରତ୍ୟେକ ଶୁଭକାର୍ଯ୍ୟରେ ଗଣେଶଙ୍କ ପୂଜା ପ୍ରଥମେ କରାଯାଏ। ତେଣୁ ତାଙ୍କୁ ଅଗ୍ରପୂଜ୍ୟ ବୋଲି କୁହାଯାଏ। ଗଣେଶ ଜ୍ଞାନଦାତା, ବିଦ୍ୟାଦାତା, ବିଘ୍ନ ବିନାଶକାରୀ ପ୍ରଭୁ ଗଣନାଥ ଭାବେ ସର୍ବବିଦିତ । ଆବାଳବୃଦ୍ଧ ବନିତା ସମସ୍ତେ ତାଙ୍କୁ ପୂଜା କରନ୍ତି । ଗଣେଶ ହେଉଛନ୍ତି ଜ୍ଞାନ ଓ ପ୍ରଜ୍ଞାର ପ୍ରତୀକାତ୍ମକ ବିଗ୍ରହ । ଛାତ୍ରଛାତ୍ରୀ, ପଣ୍ଡିତ ଓ ବୁଦ୍ଧିଜୀବୀମାନେ ହାତ ଯୋଡ଼ି ତାଙ୍କ ପାଖରେ ଜ୍ଞାନ ଭିକ୍ଷା କରନ୍ତି । ଭାଦ୍ରବ ମାସର ଚତୁର୍ଥୀ ତିଥିରେ ପବିତ୍ର ଶ୍ରୀଗଣେଶ ଚତୁର୍ଥୀ । ଛାତ୍ରଛାତ୍ରୀମାନଙ୍କ ନୂତନ ବିଦ୍ୟାରମ୍ଭର ଏହି ଦିନ ହୋଇଥାଏ ।

ହିନ୍ଦୁ ଧର୍ମରେ କୌଣସି ବି ଶୁଭ କାର୍ଯ୍ୟ ହେଉ ନା କାହିଁକି ତା ପୂର୍ବରୁ ଅଗ୍ରପୂଜ୍ୟ ଗଣନାଥଙ୍କୁ ପୂଜା କରାଯାଏ। ଗଣେଶଙ୍କ ଧ୍ୟାନ, ଜପ ଓ ଆରଧନା ଦ୍ବାରା ସମସ୍ତ କାର୍ଯ୍ୟ ନିର୍ବିଘ୍ନରେ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ସେଇଥି ପାଇଁ ତ ସେ ବିଘ୍ନବିନାଶକ ଆଉ ବିଘ୍ନହର୍ତ୍ତା । ତେବେ ତାଙ୍କର ଏହି ପ୍ରଥମ ପୂଜା ପାଇବାକୁ ନେଇ ଏକ ସୁନ୍ଦର କାହାଣୀ ଅଛି।

ବାଲ୍ୟକାଳରେ ଥରେ ଶ୍ରୀଗଣେଶ ଓ ଶ୍ରୀକାର୍ତ୍ତିକଙ୍କ ମଧ୍ୟରେ ବୁଦ୍ଧିମାନ କିଏ, ତାହାକୁ ନେଇ ଝଗଡ଼ା ଲାଗିଲା। ସେଇଠୁ ଏହି ପ୍ରଶ୍ନକୁ ନେଇ ଦୁହେଁ ମହାଦେବଙ୍କ ପାଖରେ ପହଞ୍ଚିଲେ। ଶିବ ଦୁହିଁଙ୍କୁ କହିଲେ, ‘ଯିଏ ସର୍ବପ୍ରଥମେ  ବ୍ରହ୍ମାଣ୍ଡକୁ ପରିକ୍ରମା କରି ତାଙ୍କ ପାଖରେ ଆସି ପହଞ୍ଚିବ, ସିଏ ଜିତିବ।’ ଏହାପରେ କାର୍ତ୍ତିକ ନିଜ ବାହନ ମୟୂର ଉପରେ ବିରାଜମାନ କରି ବିଶ୍ବ ଭ୍ରମଣ କରିବାକୁ ବାହାରିଲେ। ମାତ୍ର ଗଣେଶ ନିଜ ପିତା ଓ ମାତାଙ୍କ ଚାରିପାର୍ଶ୍ବକୁ ପରିକ୍ରମା କରି ତାଙ୍କ ସାମ୍ନାରେ ଛିଡ଼ା ହେଲେ। ଏହାସହ ସେ କହିଲେ, ତାଙ୍କ ପାଇଁ ତାଙ୍କ ପିତା ଓ ମାତା ହେଉଛନ୍ତି ସର୍ବସ୍ବ। ଦୁହିଁଙ୍କ ପରିକ୍ରମା କରି ସେ ବ୍ରହ୍ମାଣ୍ଡ ପରିକ୍ରମା ପୂର୍ଣ୍ଣ କରିଛନ୍ତି ବୋଲି କହିଲେ। ଏକଥା ଶୁଣି ଶିବ ତାଙ୍କୁ କହିଲେ, ‘ତୁମେ ବହୁତ ବୁଦ୍ଧ଄ମାନ।’ ଏହାସହ ତାଙ୍କୁ ଆର୍ଶିବାଦ ଦେଲେ, ‘ପ୍ରତ୍ୟେକ ଶୁଭକାର୍ଯ୍ୟରେ ସର୍ବପ୍ରଥମେ ଗଣେଶଙ୍କର ପୂଜା ହେବ।’ ସେଥ଄ପାଇଁ ଶ୍ରୀଗଣେଶଙ୍କୁ ପ୍ରଥମ ପୂଜନୀୟ ବା ଅଗ୍ରପୂଜ୍ୟ ବୋଲି କୁହାଯାଏ।