TDCCOL - The Sakala

ବ୍ରିକ୍ସ ସମ୍ମିଳନୀରେ ମହକିବ ଓଡ଼ିଶାର କୋରାପୁଟ କଫି: ବିଦେଶୀ ଅତିଥି ଚାଖିବେ 'ଟାଇଗର ବ୍ରାଇଟ୍'
ଭୁବନେଶ୍ୱର: ନୂଆଦିଲ୍ଲୀରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀ ୨୦୨୬ ରେ ଏବେ ଓଡ଼ିଶାର ସୁବାସିତ କୋରାପୁଟ କଫିର ମହକ ଦେଖିବାକୁ ମିଳିବ। ସେପ୍ଟେମ୍ବର ୧୨ ଏବଂ ୧୩ ତାରିଖରେ ହେବାକୁ ଥିବା ଏହି ଅନ୍ତର୍ଜାତୀୟ କୂଟନୈତିକ ସମ୍ମିଳନୀରେ ବିଦେଶରୁ ଆସିଥିବା ଅତିଥି ଏବଂ ପ୍ରତିନିଧିମାନଙ୍କୁ ଶତପ୍ରତିଶତ ଆରବିକା କିସମର 'ଟାଇଗର ବ୍ରାଇଟ୍' କଫି ପରସାଯିବ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟର ସ୍ୱଦେଶୀ ଏବଂ ଘରୋଇ ଉତ୍ପାଦଗୁଡ଼ିକୁ ଏହି ବିଶାଳ ଅନ୍ତର୍ଜାତୀୟ ସମ୍ମିଳନୀରେ ପ୍ରଦର୍ଶନ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଏହି କ୍ରମରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଭାବରେ କୋରାପୁଟ କଫିକୁ ବଛାଯାଇଛି। 'ଏକ ଜିଲ୍ଲା ଏକ ଉତ୍ପାଦ' (ODOP) ଯୋଜନା ଅଧୀନରେ ଗଣମାଧ୍ୟମ କିଟ୍ ପାଇଁ ରାଜ୍ୟର ସ୍ୱତନ୍ତ୍ର ଉତ୍ପାଦ ଯୋଗାଇଦେବାକୁ ମନ୍ତ୍ରଣାଳୟ ଅନୁରୋଧ କରିଥିଲା।

ଏହି ସମ୍ମିଳନୀ ପାଇଁ ଆଦିବାସୀ ଉନ୍ନୟନ ସମବାୟ ନିଗମ ଲିମିଟେଡ୍ (TDCCOL) ପକ୍ଷରୁ ୨୫୦ ଗ୍ରାମ୍ ବିଶିଷ୍ଟ ପ୍ରାୟ ୧,୫୦୦ ପ୍ୟାକେଟ୍ ଟାଇଗର ବ୍ରାଇଟ୍ କଫି ନୂଆଦିଲ୍ଲୀକୁ ପଠାଯାଇଛି। ସମୟ ସୀମା ବହୁତ କମ୍ ଥିବାରୁ ସେପ୍ଟେମ୍ବର ୯ ସୁଦ୍ଧା ସମସ୍ତ ପ୍ୟାକେଟ୍ ପହଞ୍ଚାଇବା ପାଇଁ ଆହ୍ୱାନ ରହିଥିଲା। ତେଣୁ ବିମାନ ଯୋଗେ ମାତ୍ର ୩୬ ଘଣ୍ଟା ମଧ୍ୟରେ ଏହି କଫି ନୂଆଦିଲ୍ଲୀରେ ପହଞ୍ଚାଯାଇଥିଲା।

କୋରାପୁଟର ପାର୍ବତ୍ୟ ଏବଂ ଜଙ୍ଗଲ ଅଞ୍ଚଳରେ ଚାଷ କରାଯାଉଥିବା 'ଟାଇଗର ବ୍ରାଇଟ୍' ଏବେ ଓଡ଼ିଶାର ଏକ ପ୍ରମୁଖ ସ୍ୱଦେଶୀ ଉତ୍ପାଦ ଭାବରେ ଉଭା ହୋଇଛି। ଏହାର ନିଆରା ସ୍ୱାଦ ଏବଂ ବାସ୍ନା ଯୋଗୁଁ ଏହା ରାଜ୍ୟ ବାହାରେ ମଧ୍ୟ ବେଶ୍ ଲୋକପ୍ରିୟତା ହାସଲ କରିଛି। ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର 'ମନ୍ କି ବାତ୍' କାର୍ଯ୍ୟକ୍ରମରେ କୋରାପୁଟ କଫିର ପ୍ରଶଂସା କରିବା ସହ ଏହାକୁ 'ଓଡ଼ିଶାର ଗର୍ବ' ବୋଲି ଅଭିହିତ କରିଥିଲେ।