Dengue - The Sakala

ଡରାଇଲାଣି ଡେଙ୍ଗୁ, ରାଜ୍ୟରେ ୧୦୦୦ ପାର କଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା
ଭୁବନେଶ୍ବର: ରାଜ୍ଯରେ ବଢ଼ି ଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ବର୍ତ୍ତମାନସୁଦ୍ଧା ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୦୦୦ ପାର କରିଛି। ଗତବର୍ଷ ଏହି ସମୟ ସୁଦ୍ଧା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୬୦୦ ଥିଲା ।  ଏହି ବର୍ଷ ଏହା ବଢ଼ି ୧୦୭୬ ରେ ପହଞ୍ଚିଛି।

ସୂଚନା ଅନୁଯାୟୀ, ଖୋର୍ଦ୍ଧାରେ ସର୍ବାଧିକ ୨୯୦ ଜଣ ଓ ୨୧୦ ସୁନ୍ଦରଗଡରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଗତକାଲି ୨୦୯ ଜଣକ ମଧ୍ୟରୁ ୧୯ ଜଣ ପାଜିଟିଭ ଚିହ୍ନଟ ହୋଇଛନ୍ତି। ସେପଟେ ଲଗାଣ ବର୍ଷାରେ ଜଳବାହିତ ରୋଗ ପାଇଁ ସଜାଗ ରହିଛି ସ୍ଵାସ୍ଥ୍ୟ ବିଭାଗ। ବନ୍ୟା ପ୍ରବଣ ଅଞ୍ଚଳରେ ଜଳ ବିଷୋଧନ ପାଇଁ ବାରମ୍ବାର କୁହାଯାଇଛି। ବର୍ଷା ଚାଲିଛି, ବନ୍ୟା ପାଣି ଆସିଲାଣି। ଏଣୁ ଲୋକେ ଅଧିକ ସତର୍କ ରହିବା ପାଇଁ କୁହାଯାଉଛି। ସାପ କାମୁଡା ଭୟ ମଧ୍ୟ ଅଧିକ ରହିଛି।ଡାକ୍ତରଖାନାରେ ଆଣ୍ଟି ଭେନମ ମହଜୁଦ ରଖିବାକୁ ନିର୍ଦ୍ଦେଶ ରହିଛି। ସବୁ ଜିଲ୍ଲାରେ ଆଶା କର୍ମୀ ଓ ସ୍ଵାସ୍ଥ୍ୟ କର୍ମୀ ସଜାଗ ରହିଛନ୍ତି। ରାପିଡ୍ ରେସପନ୍ସ ଟିମ୍ ନଜର ରଖିଛନ୍ତି। ପିଏଚସି, ସିଏଚସିରେ ବେଡ ଠାରୁ ଆରମ୍ଭ କରି ସମସ୍ତ ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛି ସ୍ଵାସ୍ଥ୍ୟ ବିଭାଗ।

ରାଜ୍ୟରେ ଚିନ୍ତା ବଢ଼ାଇଲାଣି ଡେଙ୍ଗୁ, ଚିହ୍ନଟ ହେଲେଣି ୩୮୯ ଆକ୍ରାନ୍ତ
ଭୁବନେଶ୍ବର: ବର୍ଷା ଆରମ୍ଭରୁ ଚିନ୍ତା ବଢ଼ାଇଲାଣି ଡେଙ୍ଗୁ। ଗତ ବର୍ଷ ତୁଳନାରେ ଏ ବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି। ଗତବର୍ଷ ଏହି ସମୟ ସୁଦ୍ଧା ୨୨୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ଚଳିତ ବର୍ଷ ଏ ପର୍ଯ୍ୟନ୍ତ ସାରା ରାଜ୍ୟରେ ୩୮୯ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ସର୍ବାଧିକ ଖୋର୍ଦ୍ଧାରୁ ୧୦୦ ରୋଗୀ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ରୁ୩୮ଓ ବଲାଙ୍ଗୀରରୁ ୩୩ ରୋଗୀ ଚି଼ହ୍ନଟ ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲା ସଇଁତଲାର ଗୋପବନ୍ଧୁ ପଡାରୁ କିଛି ଲୋକ ତେଲେଙ୍ଗାନା କାମ କରିବାକୁ ଯାଇଥିଲେ। ସେମାନଙ୍କ ପରିବାର ଲୋକଙ୍କ ଠାରୁ ଡେଙ୍ଗୁ ବ୍ୟାପିଛି। କେବଳ ଗୋପବନ୍ଧୁ ପଡାରୁ ଏପର୍ଯ୍ୟନ୍ତ ୨୩ ପଜିଟିଭ ଚି଼ହ୍ନଟ ହୋଇଛନ୍ତି। ଭୁବନେଶ୍ୱରରୁ ସ୍ୱାସ୍ଥ୍ୟ ବିଭାଗର ଟିମ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ମଶାରୀରେ ଭିତରେ ରୋଗୀଙ୍କୁ ଆବଧ ରଖି ଚିକିତ୍ସା କରାଯାଉଛି। ବଲାଙ୍ଗୀର ସିଡିଏମଓଙ୍କ ସହ ସ୍ୱାସ୍ଥ୍ୟ ଯୋଗାଯୋଗ ରଖି କାମ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ନିର୍ଦେଶକଙ୍କ ନିର୍ଦେଶ ରହିଛି। କିଭଳି ରୋଗ ନ ବ୍ୟାପିବ ସେଥିପାଇଁ ଚେଷ୍ଟା ଜାରି ରହିଛି। ଟେଷ୍ଟିଙ୍ଗ ବଢ଼ାଯାଇଛି । ରାଜ୍ୟର ସବୁ ହସ୍ପିଟାଲରେ ଡେଙ୍ଗୁ ୱାର୍ଡ କରାଯାଇଛି। ଏ ନେଇ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିିଛନ୍ତି।

ସଇଁତଳାରେ ଡେଙ୍ଗୁ ଆତଙ୍କ, ଚିହ୍ନଟ ହେଲେଣି ୧୪ ଆକ୍ରାନ୍ତ
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ସଇଁତଳା ସହରରେ ଡେଙ୍ଗୁ ଆତଙ୍କ । କିଛି ଦିନ ତଳେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଲାଣି।  ୧୪ ଜଣକ ମଧ୍ୟରୁ ୧୧ ଜଣଙ୍କୁ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଏହା ଯେପରି ଅଧିକ ନ ବ୍ୟାପେ ସେଥିନିମନ୍ତେ  ସେମାନଙ୍କୁ ଆଇସୋଲେସନରେ ରଖା ଯାଇଛି।

ଆଜି ସକାଳୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜରୁ ଏକ ଡ଼ାକ୍ତରୀ ଟିମ ଆସି ସହରର ବିଭିନ୍ନ ପଡ଼ାରେ ବୁଲି ଲୋକଙ୍କୁ ସଚେତନ କରିଥିଲେ। ଏଥିସହ ୧୧ ରୋଗୀଙ୍କୁ ତୁରନ୍ତ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି।  ଅନ୍ୟପଟେ ସଇଁତଳା ହସ୍ପିଟାଲରୁ ମଧ୍ୟ ଏକ ଟିମ୍‌ ଗାଁରେ ଘରକୁ ଘର ବୁଲି ଡେଙ୍ଗୁ ଲକ୍ଷଣ ଦେଖା ଦେଉଥିବା ବ୍ୟକ୍ତିଙ୍କୁ ପରୀକ୍ଷା କରୁଛନ୍ତି।

ବିଶ୍ୱକପ୍‌ ଅଭିଯାନ ପୂର୍ବରୁ ଭାରତକୁ ଝଟକା, ବ୍ୟାଟ୍ସମ୍ୟାନ୍ ଶୁଭମାନ ଗିଲଙ୍କୁ ଡେଙ୍ଗୁ; ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ଖେଳିବା ନେଇ ଆଶଙ୍କା
ଚେନ୍ନାଇ: ବିଶ୍ୱକପ୍‌ ଅଭିଯାନ ଆରମ୍ଭ ହେଉ ହେଉ ଭାରତକୁ ଝଟକା । ଟିମ୍ ଇଣ୍ଡିଆର ୟଙ୍ଗଷ୍ଟାର ବ୍ୟାଟ୍ସମ୍ୟାନ୍ ଶୁବମନ ଗିଲଙ୍କୁ ଡେଙ୍ଗୁ । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ବିସିସିଆଇର ମେଡିକାଲ ଟିମ୍ ତତ୍ତ୍ଵାବଧାନରେ ବର୍ତ୍ତମାନ ତାଙ୍କ ଚିକିତ୍ସା ଚାଲିଛି । ବିଶ୍ୱକପରେ ଭାରତ ନିଜ ଅଭିଯାନ ଆରମ୍ଭ କରିବାକୁ ଯାଉଥିବା ବେଳେ ପ୍ରଥମ ମ୍ୟାଚ୍ ପୂର୍ବରୁ ଦଳ ପାଇଁ ଆସିଛି ଏପରି ଚିନ୍ତାଜନକ ଖବର । ଡେଙ୍ଗୁ ରିପୋର୍ଟ ପଜିଟିଭ୍ ଆସିବା ପରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଗିଲ୍ ଖେଳିବା ନେଇ ମଧ୍ୟ ଆଶଙ୍କା ଦେଖାଦେଇଛି । ତେବେ ଗିଲଙ୍କ ସ୍ବାସ୍ଥ୍ୟ ଉପରେ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ନଜର ରଖିଛି । ଶୁକ୍ରବାର ତାଙ୍କର ଆଉ ଏକ ଟେଷ୍ଟ ହେବ । ଏହାପରେ ହିଁ ଅଷ୍ଟ୍ରେଲିଆ ମ୍ୟାଚ୍ ପାଇଁ ସେ ଉପଲବ୍ଧ ହେବେ ନା ନାହିଁ ଜଣାପଡ଼ିବ ।

ଆସନ୍ତା ୮ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜ ପ୍ରଥମ ମ୍ୟାଚ୍ ଖେଳିବ ଭାରତ । ଯଦି ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ପୂର୍ବରୁ ଶୁଭମାନ ଗିଲ ସୁସ୍ଥ ନ‌ ହୁଅନ୍ତି, ତେବେ ଭାରତୀୟ ଦଳ ଅନ୍ୟ ବିକଳ୍ପ ଦେଖିବ। ଅଧିନାୟକ ରୋହିତ ଶର୍ମାଙ୍କ ସହ ଇଶାନ କିଶନ ନା କେଏଲ୍ ରାହୁଲ ଇନିଂସ ଓପନ୍ କରିବେ ତାହା ଟିମ୍ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେବ। ଚୂଡ଼ାନ୍ତ ଏକାଦଶରୁ ଗିଲ୍ ଯଦି ବାଦ୍ ପଡନ୍ତି ତେବେ ଟିମ୍ ଇଣ୍ଡିଆ ପାଇଁ ଏହା ଏକ ବଡ଼ ଝଟକା ହେବ । ଏସିଆ କପ୍ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଦମଦାର ଫର୍ମରେ ନଜର ଆସିଥିଲେ ଶୁବମନ୍ । ବ୍ୟାକ୍ ଟୁ ବ୍ୟାକ୍ ସେଂଚୁରୀ ମାରିଥିଲେ ଏହି ଷ୍ଟାର ବ୍ୟାଟର ।

ବିଜ୍ଞାପନରେ ସୀମିତ ଡେଙ୍ଗୁ ସଚେତନତା: ସାଧାରଣ ୱାର୍ଡରେ ଡେଙ୍ଗୁ ରୋଗୀ, ହେଲେ ମଶାରି ନାହିଁ
ଭୁବନେଶ୍ୱର:  ଘାଇଁ ଘାଇଁ ହେଇ ଘୂରୁଛି ପଙ୍ଖା। ଝରକା ଖୋଲା ରହିଛି। ଯେ କେହି ବିଶ୍ୱାସ କରିବନି ଇଏ ସ୍ୱତନ୍ତ୍ର ୱାର୍ଡ। ସେ ପୁଣି ଡେଙ୍ଗୁ ରୋଗୀଙ୍କ ପାଇଁ। ପାଦଚଲା ରାସ୍ତା ପାଲଟିଛି ଚିକିତ୍ସିତ ଡେଙ୍ଗୁ ରୋଗୀଙ୍କ ସ୍ଥାନ। ସେଇଠି ସଫେଇ କର୍ମଚାରୀ ଅଳିଆ ସଫା କରୁଛନ୍ତି। ପାଖରେ ଡେଙ୍ଗୁ ଆକ୍ରାନ୍ତ ଶୋଇ ରହିଛନ୍ତି। ମଶାରି ନାହିଁ। ମଶାଙ୍କ ଦାଉରୁ ରକ୍ଷା ମିଳିବ ତାହାଲେ କେମିତି। ସଫେଇ ଗାଡ଼ିଠାରୁ ନେଇ ସବୁଠି ପ୍ରଚାର ହେଉଛି। ମାଳମାଳ ବିଜ୍ଞାପନ ବାହାରୁଛି। ହେଲେ କାମ ପୂରା ଓଲଟା। ମଶାରି ଟାଙ୍ଗି ଶୋଇବା ଲାଗି ସଚେତନତା ଏବେ କେବଳ ବିଜ୍ଞାପନରେ ସୀମିତ ରହିଛି। ଡେଙ୍ଗୁ ରୋଗୀଙ୍କ ପାଇଁ ରାଜଧାନୀ ଚିକିତ୍ସାଳୟ(କ୍ୟାପିଟାଲ ହସ୍ପିଟାଲ)ରେ ମଶାରି ନାହିଁ। ପଚାରିଲେ ନାହିଁ ତ ଆଣିବୁ କେଉଁଠୁ, ନ ହେଲେ ଏତେ ରୋଗୀଙ୍କୁ ଦେଇହେବ କେମିତି ବୋଲି ଓଲଟା ପ୍ରଶ୍ନ କରୁଛନ୍ତି କର୍ମଚାରୀଠାରୁ ଅଧିକାରୀ।

ଅନ୍ୟପକ୍ଷେ ଡେଙ୍ଗୁରୋଗୀଙ୍କୁ ଦେଖିବାକୁ ଆସୁଥିବା ଡାକ୍ତର କେବଳ ପରିଦର୍ଶନ କରିବା ଲାଗି ଆସୁଥିବାବେଳେ ଆଉ ଦେଖାମିଳୁନି। ହଠାତ୍‌‌ କିଛି ଅସୁବିଧା ହେଲେ ଶୁଣିବା ପାଇଁ କେହି ନାହିଁ। ଖବର ଯାଇ ପହଞ୍ଚିଲା ପରେ ଆସୁଛନ୍ତି। ପ୍ଲେଟ୍‌‌ଲେଟ୍‌‌ ପାଇଁ ଘଣ୍ଟା ଘଣ୍ଟା ଧରି ଲମ୍ବା ଧାଡ଼ିରେ ଠିଆ ହୋଇ ରହୁଛନ୍ତି ରୋଗୀଙ୍କ ସମ୍ପର୍କୀୟ। ତାହା ପୁଣି ଅନିଶ୍ଚିତତାରେ। କେତେବେଳେ ମିଳୁଛି ତ ଆଉ କେତେବେଳେ ନିରାଶ। ଏଭଳି ଅଭିଯୋଗ କରିଛନ୍ତି ରୋଗୀ ଓ ସେମାନଙ୍କ ସହିତ ଆସିଥିବା ସମ୍ପର୍କୀୟମାନେ। ରାଜଧାନୀର ବହୁ ଜାଗାରୁ ଡେଙ୍ଗୁ ଚିହ୍ନଟ ହୋଇ ଆସୁଛନ୍ତି ବହୁ ରୋଗୀ। ସେହିଭଳି ଅନ୍ୟ ଜିଲ୍ଲାରୁ ମଧ୍ୟ ରୋଗୀ ଚିକିତ୍ସା ହେବା ପାଇଁ ଆସୁଛନ୍ତି କ୍ୟାପିଟାଲ ହସ୍‌‌ପିଟାଲ। ତଳେ ଯେତିକି, ଉପରେ ସେତିକି ଆକ୍ରାନ୍ତଙ୍କ ଚାଲିଛି ଚିକିତ୍ସା। ସାଧାରଣ ରୋଗୀ ଓ ଡେଙ୍ଗୁରୋଗୀ ଗୋଟିଏ ୱାର୍ଡରେ ରହୁଥିବାର ଦେଖିବାକୁ ମିଳୁଛି। ରାଜଧାନୀରେ ହୁ ହୁ ହେଇ ବଢ଼଼ିଚାଲିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ବାହାରୁଥିବାବେଳେ ପଛକୁ ପଛ ବାଲେଶ୍ୱର, ପୁରୀ, କଟକ ଓ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼଼ିବଢ଼଼ି ଚାଲିଛି। ସାରା ରାଜ୍ୟରେ ଏବେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ଛୁଇଁବାକୁ ବସିଲାଣି। ଡାକ୍ତରଖାନାରୁ ସୁସ୍ଥ ହେଇ ଯେତେ ରୋଗୀ ଘରକୁ ଫେରୁଛନ୍ତି ତା’ଠାରୁ ଅଧିକ ରୋଗୀ ଡେଙ୍ଗୁ ଚିହ୍ନଟ ହେଉଛନ୍ତି। ତେଣେ ରକ୍ତଭଣ୍ଡାରଠାରୁ ନେଇ ପରୀକ୍ଷା ଯାଏ ଲମ୍ବା ଧାଡ଼ିରୁ ମୁକୁଳି ପାରୁନାହାନ୍ତି ରୋଗୀ ଓ ସେମାନଙ୍କ ସମ୍ପର୍କୀୟ।

ରାଜଧାନୀରେ ଚଳିତବର୍ଷର ପ୍ରଥମ ଜୀବନ ନେଲା ଡେଙ୍ଗୁ ! ୭ ବର୍ଷ ବାଳିକାର ମୃତ୍ୟୁ ଅଭିଯୋଗ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚଳିତବର୍ଷର ପ୍ରଥମ ଡେଙ୍ଗୁଜନିତ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି । ରାଜଧାନୀ ଜାଗମରାସ୍ଥିତ ଧର୍ମବିହାର ଅଞ୍ଚଳର ୬୩ ନମ୍ବର ୱାର୍ଡର ଜଣେ ୭ ବର୍ଷୀୟ ଶିଶୁକନ୍ୟାର ମୃତ୍ୟୁ ଘଟିଛି । ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାଙ୍କର ମୃତ୍ୟୁ ହୋଇଛି । ଡେଙ୍ଗୁରେ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ରାଜଧାନୀ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଡେଙ୍ଗୁ ବ୍ୟାପିଥିବା ବେଳେ ପୁରୁଣା ଭୁବନେଶ୍ୱର, ନୟାପଲ୍ଲୀ, ଖଣ୍ଡଗିରି, ଧର୍ମବିହାର ଭଳି ଅଞ୍ଚଳରେ ଅଧିକ ବ୍ୟାପିଥିବା ଅଭିଯୋଗ ହୋଇଛି ।

ରାଜଧାନୀରେ ଚଳିତ ବର୍ଷ ଏହା ଡେଙ୍ଗୁଜନିତ ପ୍ରଥମ ମୃତ୍ୟୁ ବୋଲି କୁହାଯାଉଛି । ରାଜଧାନୀରେ ଡେଙ୍ଗୁ ଏବେ ଡେଇଁବାରେ ଲାଗିଛି । ଏବେ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଛୁଇଁଛି । ଅନ୍ୟପଟେ ଡେଙ୍ଗୁରୁ ନିଜକୁ ରକ୍ଷା କରିବା ପାଇଁ ବିଏମ୍‌ସି ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ସହ ଅନେକ ପଦକ୍ଷେପ ନିଆଯାଉଛି । ଖାସ୍‌ କରି ବିଭିନ୍ନ ସ୍ଥାନରେ କିପରି ପାଣି ଜମିକି ନରହିବ, ସଫା ସୁତରା ରଖିବା ଆଦି ଦିଗ ଉପରେ ଧ୍ୟାନ୍‌ ଦେବାକୁ ବିଏମ୍‌ସି ଓ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି ।

ରାଜ୍ୟରେ ଡେଙ୍ଗୁ ଏବେ ନିୟନ୍ତ୍ରଣାଧିନ,ଏଲିସା ପଦ୍ଧତିରେ ଚାଲିଛି ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା- ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ବର: ରାଜ୍ୟରେ ଡେଙ୍ଗୁ ଏବେ ନିୟନ୍ତ୍ରଣରେ ରହିଛି। ଗତକାଲି ସୁଦ୍ଧା ୧୭୩୪୮ ଜଣଙ୍କର ପରୀକ୍ଷା ହୋଇଛି। ଏଥିରୁ ୪୫୫ ଜଣ ଡେଙ୍ଗୁ ଆକ୍ରାନ୍ତ ବୋଲି ଜଣା ପଡ଼ିଛି। ଭୁବନେଶ୍ୱରର ଆରଏମଆରସି, କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସ ଭୁବନେଶ୍ୱରରେ ଏଲିସା ପଦ୍ଧତିରେ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା କରାଯାଉଛି। କ୍ୟାପିଟାଲ ହସ୍ପିଟାଲରେ ୨୦ ଜଣ ଏବେ ବି ଚିକିତ୍ସିତ ହେଉଛନ୍ତି। ଜୁନରୁ ସେପ୍ଟେମ୍ବର ମଧ୍ୟରେ ବର୍ଷା ଦିନେ ଡେଙ୍ଗୁ ବ୍ୟାପିଥାଏ। ଗତଥର୯ ହଜାର ସାମ୍ପୁଲ ପରୀକ୍ଷା ହୋଇଥିଲା ଏବଂ ଏଥିରୁ ୯୫୪ ଜଣ ପଜିଟିଭ ବାହାରିଥିଲେ। ହେଲେ ଏଥର ଦୁଇଗୁଣ ପରୀକ୍ଷା ହୋଇଥିବା ବେଳେ ଗତଥର ଠାରୁ ଅଧା ପଜିଟିଭ ବାହାରିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।

ରାଜ୍ୟରେ ଡରାଇଲାଣି ଡେଙ୍ଗୁ: ବିଭିନ୍ନ ଜିଲ୍ଲାରୁ ଚିହ୍ନଟ ହେଲେଣି ୧୮୫ ଆକ୍ରାନ୍ତ
ଭୁବନେଶ୍ବର: ଡରାଇଲାଣି ଡେଙ୍ଗୁ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଚିହ୍ନଟ ହେଲେଣି ଡେଙ୍ଗୁ ରୋଗୀ । ଏବର୍ଷ ମଧ୍ୟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଜୁଲାଇରୁ ସେପ୍ଟେମ୍ବର ମାସରେ ଏହା ବଢିବାରେ ଆମେ ଜାଣିଛେ। କିନ୍ତୁ ପୂର୍ବ ବର୍ଷ ତୁଳନାରେ ଏ ବର୍ଷ ଟେଷ୍ଟିଙ୍ଗ ସଂଖ୍ୟା ଅଧିକ ରହିଥିବା ବେଳେ ପଜିଟିଭ ସଂଖ୍ୟା ବହୁତ କମ୍ ରହିଛି।  ମୋଟ୧୬ ଜିଲ୍ଲାରୁ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛି। ଖୋର୍ଦ୍ଧା ଜିଲ୍ଲାର ୯୬ ଜଣ ପଜିଟିଭ ଓ ଯାଜପୁରରେ ୧୨ ଜଣ, ବାଲେଶ୍ୱରରେ ୧୦ ଏବଂ ଅନ୍ୟାନ୍ୟ ଜିଲ୍ଲାରୁ ଜଣେ ଲେଖାଏଁ ମିଶାଇ ସମୁଦାୟ ୧୮୫ ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ୧୧,୪୬୪ ଜଣ ଟେଷ୍ଟ କରାଯାଇଛି ସେଥିରୁ୧୮୫ ଜଣ ପଜିଟିଭ ଅଛନ୍ତି। ଗତବର୍ଷ ଏହି ସମୟରେ ୫୯୮୧ ଜଣଙ୍କୁ ଟେଷ୍ଟ କରାଯାଇଥିଲା ସେଥିରୁ ୩୫୩ ଜଣ ପଜିଟିଭ ବାହାରିଥିଲେ।  ଯାହା ଏବର୍ଷ ତୁଳନାରେ ବହୁତ କମ ଅଛି । ଏଡିସ ମଶା ସାଧାରଣତଃ ସକାଳ ଓ ସନ୍ଧ୍ୟା ସମୟରେ କାମୁଡନ୍ତି । ଶୋଇବା ଅବସ୍ଥାରେ ନୁହେଁ। ଏଡିସ ମଶା ମାନେ ସ୍ୱଚ୍ଛ ନିର୍ମଳ ପାଣିରେ ବଂଶ ବିସ୍ତାର କରନ୍ତି। ଆମକୁ ସେସବୁ ସଫା କରିବାକୁ ହେବ ଯେଉଁଥିରେ ସେମାନେ ବଂଶ ବିସ୍ତାର କରନ୍ତି, କୁଲର ,ଟିଣ,କୁଡୁଆ ଆଦି ଜିନିଷରେ ପାଣି ଜମିବାକୁ ଦେବା ନାହିଁ। ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ, ଏମ୍ସ ହସ୍ପିଟାଲରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।

ଭୁବନେଶ୍ବରରେ ନିୟନ୍ତ୍ରଣ ବାହାରେ ଡେଙ୍ଗୁ ସ୍ଥିତି : ବଢୁଛନ୍ତି ରୋଗୀ, ମେଡିକାଲରେ ପ୍ଲେଟଲେଟ୍‍ ଓ ଶଯ୍ୟା ଅଭାବ
ଭୁବନେଶ୍ୱର: ଡେଙ୍ଗୁର ହଟ୍‍ସ୍ପଟ ପାଲଟିଛି ସ୍ମାର୍ଟସିଟି। ରାଜଧାନୀରେ ସ୍ଥିତି ସାଂଘାତିକ ହେବାରେ ଲାଗିଛି। ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରେ ମାସେ ହେଲା ପ୍ରତି ଦିନ ଶତାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବା ବେଳେ ସେଥିରୁ ୯୦% ହେଉଛନ୍ତି ଭୁବନେଶ୍ୱରର। ବସ୍ତିରୁ ଅଧିକ ସଂଖ୍ୟକ ରୋଗୀ ଚିହ୍ନଟ ହେଉଛନ୍ତି। ସାଲିଆସାହିରୁ ଚିହ୍ନଟ ରୋଗୀଙ୍କ ସଂଖ୍ୟା ୧୦୦ ଅତିକ୍ରମ କରିଥିବା ସୂଚନା ମିଳିଛି।

ଏହାରି ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨ ହଜାର ପାର ହୋଇଛି। ଗତ କାଲି ସୁଦ୍ଧା ଜିଲ୍ଲାରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୦୪୧ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ସର୍ବାଧିକ ୧୩୯ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଭୁବନେଶ୍ବରରୁ ପ୍ରବଳ ଡେଙ୍ଗୁରୋଗୀ ଚିହ୍ନଟ ହେଉଛନ୍ତି। ଗତ ୨୪ ଗଣ୍ଟାରେ ଚିହ୍ନଟ ୧୩୯ ଜଣ ଡେଙ୍ଗୁରୋଗୀଙ୍କ ମଧ୍ୟରୁ କେବଳ ଭୁବନେଶ୍ବରୁ ୧୩୫ ଜଣ ଡେଙ୍ଗୁ ରୋଗୀ ରହିଥିବା ବେଳେ ଉପକଣ୍ଠରୁ ୪ ଜଣ ଚିହ୍ନଟ ହୋଇଛନ୍ତି। ଏହାରି ମଧ୍ୟରେ ଭୁବନେଶ୍ୱରର ମହାନଗର ନିଗମ ଅଞ୍ଚଳରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୯୨୬ କୁ ବୃଦ୍ଧି ପାଇଥିବା ବେଳେ ଗ୍ରାମାଞ୍ଚଳର ଡେଙ୍ଗୁରୋଗୀଙ୍କ ସଂଖ୍ୟା ୧୧୫ରେ ପହଞ୍ଚିଛି।

ଏପରି ସ୍ଥିତିରେ କ୍ୟାପିଟାଲ ହସ୍‍ପିଟାଲରେ ଶଯ୍ୟା ଅଭାବ ଦେଖାଦେଲାଣି। ବାରଣ୍ଡାରେ ରୋଗୀ ଚିକିତ୍ସିତ ହେଉଥିବା ଘଟଣା ନଜରକୁ ଆସିଛି। ଆର୍ଥିକ ସ୍ୱଚ୍ଛଳ ଲୋକେ ଘରୋଇ ଡାକ୍ତରଖାନାକୁ ଯାଉଥିବା ବେଳେ ଅଭାବୀ ଲୋକେ ଛଟପଟ ହେଉଛନ୍ତି। ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ସାଙ୍ଗକୁ ପ୍ଲେଟ୍‌ଲେଟ୍‌ର ଅଭାବ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇ ଦେଇଛି। ସ୍ଥିତି ଚିନ୍ତାଜନକ ଥିବା କ୍ୟାପିଟାଲ ହସ୍‍ପିଟାଲ ନିର୍ଦ୍ଦେଶକ ସ୍ୱୀକାର କରିଛନ୍ତି। ରୋଗୀଙ୍କ ସଂଖ୍ୟାକୁ ଦେଖି ଶଯ୍ୟା ସଂଖ୍ୟା ବଢାଯାଉଥିବା କୁହାଯାଉଥିବା ବେଳେ ତାହା ପର୍ଯ୍ୟାପ୍ତ ହେଉନାହିଁ। ସମ୍ପ୍ରତି କ୍ୟାପିଟାଲ ହସ୍ପିଟାଲରେ ପ୍ରାୟ ୪୦ ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଛନ୍ତି। ଚଳିତ ବର୍ଷ ଏପର୍ଯ୍ୟନ୍ତ ଭୁବନେଶ୍ୱରରେ ଡେଙ୍ଗୁ ପଜିଟିଭ୍‍ ସଂଖ୍ୟା ୧୯୨୬ରେ ପହଞ୍ଚିଲାଣି।

ଡେଙ୍ଗୁ ରୋଗର ପ୍ରତିକାର ପାଇଁ ଭୁବନେଶ୍ୱର ମହାନଗର ନିଗମ ଗତ ଚାରିମାସ ହେଲା ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି। ସଫେଇ ଗାଡ଼ିରେ ମାଇକ୍‍ ଜରିଆରେ ସଚେତନତା ବାର୍ତ୍ତା ଦିଆଯାଉଛି, ପାଣି ଜମିବା ସ୍ଥାନକୁ ସଫା କରିବା ପାଇଁ ଅନୁରୋଧ କରାଯାଉଛି। ବସ୍ତିରେ ସଚେତନତା ବୈଠକ ଅନୁଷ୍ଠିତ ହେଉଛି। ହେଲେ ଏହାର ବିଶେଷ ପ୍ରଭାବ ପଡୁଥିବା ଦେଖାଯାଉ ନାହିଁ। ଏଭଳି ସ୍ଥିତିରେ ଭୁବନେଶ୍ୱରରେ ଅଳିଆପାହାଡ଼ ଗଦା ହେଉଛି। କିଛି ଦିନ ହେଲା ସଫେଇକୁ ନେଇ ଜଟିଳ ପରିସ୍ଥିତି ଦେଖା ଦେଇଥିବା ବେଳେ ସଫେଇ କର୍ମଚାରୀ ବାରମ୍ବାର ଆନ୍ଦୋଳନକୁ ଓହ୍ଲାଉଛନ୍ତି। ଭୁବନେଶ୍ୱରକୁ ସମ୍ପୂର୍ଣ୍ଣ ଆବର୍ଜନା ମୁକ୍ତ କରିବା ସମ୍ଭବ ହେଉ ନାହିଁ। ବର୍ଷା ଋତୁ ଏବଂ ଏବେ ବାରମ୍ବାର ଲଘୁଚାପ ଜନିତ ବର୍ଷା ପରିସ୍ଥିତିକୁ ଆହୁରି ଜଟିଳ କରୁଛି। ବର୍ଷ ହେତୁ ବିଭିନ୍ନ ସ୍ଥାନରେ ପାଣି ଜମି ରହୁଛି ଆଉ ଏହି ସୁଯୋଗରେ ସଫା ପାଣିରେ ଏଡିସ୍‍ ମଶା ବେଶ୍‍ ଭଲ ଭାବେ ବଂଶ ବିସ୍ତାର କରୁଛି। ଦିନ ବେଳା ଏଡିସ୍‍ ମଶାର ଦଂଶନ ଡେଙ୍ଗୁ ରୋଗୀ ବୃଦ୍ଧି କରୁଛି।

ଏହା ଛଡ଼ା ରାଜଧାନୀରେ ନିର୍ମାଣ କାମ ଜୋର୍‌ସୋରରେ ଚାଲିଥିବାରୁ ବିଭିନ୍ନ ସ୍ଥାନରେ ପାଣି ଜମିରହୁଛି। ଏଥିରେ ମଶାବଂଶ ବୃଦ୍ଧି ପାଉଛି। କିଛି ସୌଖୀନ ଲୋକ ଘର ଭିତରେ ଓ ଛାତ ଉପରେ କୁଣ୍ଡରେ ଫୁଲ ଗଛ ସହ ଅନ୍ୟାନ୍ୟ ଗଛ ଲଗାଉଛନ୍ତି। ଏହା ମଧ୍ୟ ମଶାଙ୍କ ପାଇଁ ଏକ ନିରାପଦ ସ୍ଥାନ ପ୍ରମାଣିତ ହେଉଛି। ବାରମ୍ବାର ସଚେତନ କରିବା ସତ୍ତ୍ବେ ଲୋକେ ଘର ଆଖପାଖରେ ଲତାବୁଦା ସଫା କରିବା ଦିଗରେ ଆଦୌ ଧ୍ୟାନ ଦେଉନାହାନ୍ତି, ଏଭଳି ଦାୟିତ୍ୱହୀନତା ଡେଙ୍ଗୁ ବଢାଉଛି।

ଡେଙ୍ଗୁ ଆତଙ୍କ: ଖୋର୍ଦ୍ଧାରୁ ଚିହ୍ନଟ ହେଲେ ଆଉ ୪୦ ନୂଆ ଡେଙ୍ଗୁ ରୋଗୀ
ଭୁବନେଶ୍ବର: ରାଜଧାନୀରେ ଡେଙ୍ଗୁ  ଆତଙ୍କ । ୨୪ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରେ ପୁଣି ଚିହ୍ନଟ ହୋଇଛନ୍ତି ୪୦ଜଣ ନୂଆ ଡେଙ୍ଗୁ ରୋଗୀ । ଏଥିସହ ଖୋର୍ଦ୍ଧା ଜିଲ୍ଲାର ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୯୮୭କୁ ବୃଦ୍ଧି ହୋଇଛି। ନୂଆ ୪୦ଜଣଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୩୬ଜଣ ରହିଥିବା ବେଳେ  ଗ୍ରାମଞ୍ଚଳରୁ ନୂଆ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଭୁବନେଶ୍ୱର ମହାନଗର ନିଗମରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୯୨୩କୁ ବୃଦ୍ଧି ହୋଇଛି।

ଭୁବନେଶ୍ୱରରେ ହୁ ହୁ ହୋଇ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା : ଗୋଟିଏ ଦିନରେ ଚିହ୍ନଟ ହେଲେ ୩୨ ଡେଙ୍ଗୁ ରୋଗୀ
ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଗତ କିଛି ଦିନ ମଧ୍ୟ ଡେଙ୍ଗୁ କାୟାବିସ୍ତାର କରି ଚାଲିଥିବା  ବେଳେ  ଘରେ ଘରେ ଜର ମାଡିଗଲାଣି। ୩ ମାସ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ୮୧୮ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ, ସେଥିମଧ୍ୟରୁ କେବଳ ଭୁବନେଶ୍ବର ମହାନଗର ନିଗମ(ବିଏମସି)ରେ ୭୬୭ ରୋଗୀ ରହିଛନ୍ତି। ଅବଶିଷ୍ଟ ୫୧ରୋଗୀ ବାଲିଅନ୍ତା, ବାଲିପାଟଣା ଓ ଖୋର୍ଦ୍ଧା ଗ୍ରାମାଞ୍ଚଳରେ  ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ସବୁଠୁ ଚିନ୍ତାଜନକ ବିଷୟ ହେଉଛି ଗତକାଲି ଅର୍ଥାତ ୨୨ ତାରିଖରେ କେବଳ ଭୁବନେଶ୍ବର ମହାନଗର ନିମଗରେ ୩୨ ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି। ଯାହା ରାଜଧାନୀବାସୀଙ୍କ ଚିନ୍ତା ଆହୁରି ବଢିଯାଇଛି।

ସେପଟେ ଭୁବନେଶ୍ବର ୟୁନିଟ୍‌-୯ ଅଞ୍ଚଳରେ ଡେଙ୍ଗୁ କାୟା ବିସ୍ତାର କରିଛି। ଘରେ ଘରେ ଜର ମାଡିଗଲାଣି । ପିଏଚ୍‌ଡି ଅଫିସରେ ଏକାଧିକ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହେଲେଣି । ଜଣେ କର୍ମଚାରୀଙ୍କ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ୱାର୍ଡ ନଂ-୨୯ରେ ଡେଙ୍ଗୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ପ୍ରତି ଘରେ ଜଣେ ଦୁଇ ଜଣ ରୋଗୀ ଚିହ୍ନଟ ହେଉଛନ୍ତି । ସେହିପରି ୩୫ ନଂ ୱାର୍ଡରେ ମଧ୍ୟ ଏକାଧିକ ରୋଗୀ ଚିହ୍ନଟ ହୋଇଛନ୍ତି । ପିଏଚ୍‌ଡି ଅଫିସରେ ମାଳ ମାଳ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଜଣେ କର୍ମଚାରୀ ଡେଙ୍ଗୁରେ ଆକ୍ରାନ୍ତ ହେବା ପରେ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତିନି ଦିନ ତଳେ ତାଙ୍କର ଦେହାନ୍ତ ହୋଇଛି । ତେବେ ସରକାରଙ୍କ ପାଖରେ ଏହି ତଥ୍ୟ ନାହିଁ। ଡେଙ୍ଗୁ ମୃତ୍ୟୁ ହୋଇଥିବା ନେଇ କୌଣସି ଅଭିଯୋଗ ଆସିନଥିବା ନେଇ ଏଡିୟୁପିଏଚ୍‌ଓ ଅର୍ନ୍ତଯାମୀ ମିଶ୍ର କହିଛନ୍ତି ।

ସବୁ ସରକାରୀ ଅଫିସ ଏବେ ଡେଙ୍ଗୁ ମଶାଙ୍କ ଆଡ୍ଡା ପାଲଟିଛି । ଫୁଲକୁଣ୍ଡ ଏବଂ ଅନ୍ୟ ଜାଗାକୁ ଠିକ୍‌ ଭାବେ ସଫା କରାଯାଉନି । ଫଳରେ ବର୍ଷା ପାଣି ଜମିବା ପରେ ଡେଙ୍ଗୁ ମଶା ବଂଶ ବୃଦ୍ଧି ପାଉଛି । ବିଏମ୍‌ସି ପକ୍ଷରୁ କରାଯାଉଥିବା ସଚେତନତା କିଛି କାମ ଦେଉନି । ରବିବାର ଏବଂ ଗୁରୁବାର କେବଳ ଫଟୋରେ ଡ୍ରାଏ ଡେ ପାଳନ କରା ଯାଉଥିବା ନେଇ ଅଭିଯୋଗ ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜଧାନୀରେ ୭୬୭ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି । ସର୍ବାଧିକ ଡେଙ୍ଗୁ ରୋଗୀ ବିଡିଏ କଲୋନୀ ଏବଂ ୟୁନିଟ୍‌-୯ ଅଞ୍ଚଳରେ ଚିହ୍ନଟ ହୋଇଛନ୍ତି । ସେହିପରି ଚନ୍ଦ୍ରଶେଖରପୁର, ଡମଣା ଅଞ୍ଚଳରେ ମଧ୍ୟ ଏକାଧିକ ରୋଗୀ ଚିହ୍ନଟ ହୋଇଛନ୍ତି ।

ରାଜଧାନୀ ଭୁବନେଶ୍ବରରେ ବଢୁଥିବା ଡେଙ୍ଗୁରୋଗୀଙ୍କ ସଂଖ୍ୟା ବୃଦ୍ଧି ହେବାକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ସାଙ୍ଗକୁ ଟେଷ୍ଟିଂ କରିବାରେ ଅବହେଳାକୁ ଦାୟୀ କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ଭୁବନେଶ୍ବରର ଲୋକ ଯେ ପର୍ଯ୍ୟନ୍ତ ସଚେତନ ହେଇନାହାଁନ୍ତି ରୋଗ ହ୍ରାସ କରିବା କଷ୍ଟକର। ବିଏମ୍‌ସି ଓ ସ୍ୱାସ୍ଥ୍ୟ ବିଭାଗ ମିଶି ଲୋକଙ୍କୁ ସଚେତନ କରୁଛନ୍ତି। ଫଗିଂ, ମଶାତେଲ ପକାଉଛନ୍ତି। ଡ୍ରାଇ ଡେ ମଧ୍ୟ ପାଳନ ହେଉଛି। ବର୍ଷା କମିଲେ ଏ ଉପଦ୍ରବ ବି କମିବ,”କହିଛନ୍ତି ବିଏମ୍‌ସି ଜନ ସ୍ଵାସ୍ଥ୍ୟ ଉପନିର୍ଦ୍ଦେଶକ ଅନ୍ତର୍ଯ୍ୟାମୀ ମିଶ୍ର। ଡେଙ୍ଗୁ ରୋଗ ଚିହ୍ନଟ ପାଇଁ ସରକାରୀ ନିଦାନ କେନ୍ଦ୍ରରେ ଏଲିସା ପରୀକ୍ଷା ଜରୁରୀ । ଏହା ନକରି ଲୋକେ ଘରୋଇ ଭାବେ ଟେଷ୍ଟିଂ କରୁଛନ୍ତି । ଯାହା ଆଦୌ ଗ୍ରହଣୀୟ ନୁହେଁ।

ଭୁବନେଶ୍ୱରରେ ବୃଦ୍ଧି ପାଉଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା : ଜୁଲାଇରେ ଚିହ୍ନଟ ହେଲେଣି ୧୪୧ ରୋଗୀ
ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଗତ ଜାନୁଆରୀ ମାସରୁ ଆଜି ସୁଦ୍ଧା ରାଜଧାନୀ ଭୁବନେଶ୍ବରରୁ ୨୨୭ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଭୁବନେଶ୍ବରରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ରାଜଧାନୀବାସୀଙ୍କ ଚିନ୍ତା ବଢିଯାଇଛି।

ରାଜ୍ୟର ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେବାକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ସାଙ୍ଗକୁ ଟେଷ୍ଟିଂ କରିବାରେ ଅବହେଳାକୁ ଦାୟୀ କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ଜାନୁଆରୀ ମାସରୁ ଏପର୍ଯ୍ୟନ୍ତ ଭୁବନେଶ୍ବରରୁ ଚିହ୍ନଟ ହେଲେଣି ୨ଶହରୁ ଅଧିକ ଡେଙ୍ଗୁ ରୋଗୀ । କ୍ରମଶଃ ଏହି ସଂଖ୍ୟା ବୃଦ୍ଧି ପାଇ ୨୨୭ ରେ ପହଞ୍ଚିସାରିଛି । ଜୁନ୍ ଓ ଜୁଲାଇ ମାସରେ ଯଥାକ୍ରମେ ୬୮ ଓ ୧୪୧ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ କେବଳ ଚିହ୍ନଟ ହୋଇଛନ୍ତି ୧୮ଜଣ ଆକ୍ରାନ୍ତ । ରାଜଧାନୀରୁ ଚିହ୍ନଟ ୨୨୭ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ୧୧ ଜଣ ରୋଗୀ ଅଜଣା ଥିବା ବେଳେ ଭୁବନେଶ୍ୱରରେ କେବଳ ୨୧୬ ରୋଗୀ ଚିହ୍ନଟ ହୋଇଛନ୍ତି।

ଅନ୍ୟପଟେ ଡେଙ୍ଗରେେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗତ ମାସରେ ଜଣେ ଅବସର ପ୍ରାପ୍ତ ପୋଲିସ ଅଧିକାରୀଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଏବେ ପୁଣି ୪ନମ୍ବର କେନ୍ଦ୍ରୀୟ ବିଦ୍ୟାଳୟର ୫ମ ଶ୍ରେଣୀ ଛାତ୍ର ପୂର୍ଣ୍ଣାଂଶୁ ଚୌଧୁରୀଙ୍କର ଡେଙ୍ଗୁ ଜନିତ ମୃତ୍ୟୁ ଘଟିଛି । ଗତ ସୋମବାର ଠାରୁ ପୂର୍ଣ୍ଣାଂଶୁ ଜ୍ବରରେ ପୀଡ଼ିତ ହୋଇ ଚିକିତ୍ସିତ ଥିଲେ । ଗତ ରବିବାର ଗୁରୁତର ହେବାରୁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଟେଷ୍ଟିଂ ଓ ରୋଗ ଚିହ୍ନଟରେ ବିଳମ୍ବ ଯୋଗୁଁ ସମସ୍ୟା ସୃଷ୍ଟି ହେଉଥିବା କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ।

ଭୁବନେଶ୍ବରର ଲୋକ ଯେ ପର୍ଯ୍ୟନ୍ତ ସଚେତନ ହେଇନାହାଁନ୍ତି ରୋଗ ହ୍ରାସ କରିବା କଷ୍ଟକର। ବିଏମ୍‌ସି ଓ ସ୍ୱାସ୍ଥ୍ୟ ବିଭାଗ ମିଶି ଲୋକଙ୍କୁ ସଚେତନ କରୁଛନ୍ତି। ଫଗିଂ, ମଶାତେଲ ପକାଉଛନ୍ତି। ଡ୍ରାଇ ଡେ ମଧ୍ୟ ପାଳନ ହେଉଛି। ବର୍ଷା କମିଲେ ଏ ଉପଦ୍ରବ ବି କମିବ,”କହିଛନ୍ତି ବିଏମ୍‌ସି ଜନ ସ୍ଵାସ୍ଥ୍ୟ ଉପନିର୍ଦ୍ଦେଶକ ଅନ୍ତର୍ଯ୍ୟାମୀ ମିଶ୍ର। ଡେଙ୍ଗୁ ରୋଗ ଚିହ୍ନଟ ପାଇଁ ସରକାରୀ ନିଦାନ କେନ୍ଦ୍ରରେ ଏଲିସା ପରୀକ୍ଷା ଜରୁରୀ । ଏହା ନକରି ଲୋକେ ଘରୋଇ ଭାବେ ଟେଷ୍ଟିଂ କରୁଛନ୍ତି । ଯାହା ଆଦୌ ଗ୍ରହଣୀୟ ନୁହେଁ।