Businessman missing - The Sakala

ପାରିବାରିକ କଳହ: ବ୍ରାହ୍ମଣୀ ବ୍ରିଜ୍‌ ଉପରେ କାର୍ ରଖି ନଦୀକୁ ଡେଇଁଲେ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି
ରାଉରକେଲା: ପାରିବାରିକ କଳହକୁ କେନ୍ଦ୍ର କରି ରାଉରକେଲାରେ ଜଣେ ବ୍ୟବସାୟୀ ବ୍ରାହ୍ମଣୀ ନଦୀର ନୂଆ ବ୍ରିଜ୍‌ ଉପରୁ ଡେଇଁ ପଡ଼ିଛନ୍ତି। ନିଖୋଜ ବ୍ୟବସାୟୀଙ୍କ ନାମ ଶିବରାମ ସାହୁ ଏବଂ ସେ ଉଦିତନଗର ଅଞ୍ଚଳର ଜଣେ ଟ୍ରାନ୍ସପୋର୍ଟ ବ୍ୟବସାୟୀ ବୋଲି ଜଣାପଡ଼ିଛି। ତାଙ୍କୁ ଉଦ୍ଧାର କରିବା ପାଇଁ ପୁଲିସ ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସକାଳ ପ୍ରାୟ ୮ଟା ବେଳେ କୌଣସି କାରଣକୁ ନେଇ ଶିବରାମଙ୍କ ପରିବାରରେ କଳହ ସୃଷ୍ଟି ହୋଇଥିଲା। ଏହାପରେ ସେ ପ୍ଲାଣ୍ଟସାଇଟ୍ ଅଞ୍ଚଳର ଜଣେ ମହିଳା ବାନ୍ଧବୀଙ୍କୁ ନିଜ ଘରକୁ ଡାକିଥିଲେ। ଉଭୟଙ୍କ ମଧ୍ୟରେ କିଛି ସମୟ ଧରି ଆଲୋଚନା ହୋଇଥିଲା। ପରେ ଶିବରାମ ଉକ୍ତ ମହିଳାଙ୍କୁ ନିଜ କାର୍‌ରେ ବସାଇ ବେଦବ୍ୟାସ ଟିସିଆଇ ଛକ ଆଡ଼କୁ ନେଇଯାଇଥିଲେ। ସେଠାରେ ସେ କାର୍ ଭିତରେ ମହିଳାଙ୍କ ସାମ୍ନାରେ କିଛି ଔଷଧ ଖାଇ ଦେଇଥିଲେ। ମହିଳା ଜଣକ ତାଙ୍କୁ ବାରଣ କରିବା ସହ ଅଟକାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସେ କାହାରି କଥା ଶୁଣି ନଥିଲେ।

ପରେ ଶିବରାମ ମହିଳାଙ୍କୁ ଗାଡ଼ିର ପଛ ସିଟ୍‌ରେ ବସାଇ ବ୍ରାହ୍ମଣୀ ନୂଆ ବ୍ରିଜ୍ ଅଭିମୁଖେ ଯାଇଥିଲେ। ବ୍ରିଜ୍ ଉପରେ ପହଞ୍ଚିବା ମାତ୍ରେ ସେ ହଠାତ୍ କାର୍‌ରୁ ଓହ୍ଲାଇ ସିଧା ନଦୀକୁ ଡେଇଁ ପଡ଼ିଥିଲେ। ଏହା ଦେଖି ମହିଳା ଜଣକ ଚିତ୍କାର କରିବାରୁ ରାସ୍ତାରେ ଯାଉଥିବା ଲୋକେ ତୁରନ୍ତ ପୁଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ବ୍ରାହ୍ମଣୀ ତରଙ୍ଗ ପୁଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ବ୍ୟବସାୟୀଙ୍କୁ ଖୋଜାଖୋଜି ଆରମ୍ଭ କରିଛନ୍ତି। ଶେଷ ଖବର ସୁଦ୍ଧା ଶିବରାମଙ୍କ ପତ୍ତା ମିଳିପାରି ନାହିଁ ଏବଂ ପୁଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।