ParalaKhemundi - The Sakala

ପ୍ରେମ ପାଇଁ ସାତଦରିଆ ପାରି: ଓଡ଼ିଆ ବୋହୂ ହେଲେ ସ୍ଲୋଭାକିଆ ଯୁବତୀ
ପାରଳାଖେମୁଣ୍ଡି: ପ୍ରେମ ମାନେନାହିଁ ସୀମା ସରହଦ, ବନ୍ଧବାଡ଼। ଏହି ଉକ୍ତିକୁ ପ୍ରମାଣିତ କରି ଦେଖାଇଛନ୍ତି ସ୍ଲୋଭାକିଆର ଜଣେ ଯୁବତୀ। ପ୍ରେମ ପାଇଁ ସେ ସାତଦରିଆ ପାର ହୋଇ ଓଡ଼ିଶା‌ରେ ପାଦ ଥାପିଛନ୍ତି। ହିନ୍ଦୁ ରୀତିନୀତିରେ ଜଣେ ଓଡ଼ିଆ ଯୁବକଙ୍କୁ ବିବାହ କରି ଓଡ଼ିଶାର ବୋହୂ ହୋଇଛନ୍ତି। ସେ ହେଲେ, ୟୁରୋପୀୟ ଦେଶ ସ୍ଲୋଭାକିଆର ଯୁବତୀ ଏନା। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ଉପକଣ୍ଠ ରାମଲିଙ୍ଗେଶ୍ୱର ମନ୍ଦିରରେ ସେ ପାରଳାଖେମୁଣ୍ଡିର ରାଜୀବ ମିଶାଲଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

ରାଜୀବ ସିଙ୍ଗାପୁରରେ କାମ କରନ୍ତି। ଏକ ହସ୍ପିଟାଲରେ ଏନାଙ୍କ ସହ ତାଙ୍କର ଦେଖା ହୋଇଥିଲା। ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଦୀର୍ଘ ବର୍ଷ ଧରି ରାଜୀବଙ୍କ ସଂସ୍ପର୍ଶରେ ରହିବା ପରେ ଏନା ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ମଧ୍ୟ ଭଲ ପାଇ ବସିଥିଲେ। ଏ ସଂପର୍କରେ ଉଭୟ ନିଜ ନିଜ ପରିବାରଲୋକଙ୍କ ସହ ଆଲୋଚନା କରିବା ପରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ନିଷ୍ପତ୍ତି ଅନୁଯାୟୀ ବୁଧବାର ରାତିରେ ରାମଲିଙ୍ଗେଶ୍ୱର ମନ୍ଦିରରେ ହିନ୍ଦୁ ରୀତିନୀତିରେ ଦୁହିଁଙ୍କ ବିବାହ ସଂପନ୍ନ ହୋଇଥିଲା। ରାଜୀବଙ୍କ ପରିବାରଲୋକ ଏନାଙ୍କ ନାମକୁ ଭାରତୀୟ ନାମ ଅନୁସାରେ ଅନନ୍ୟା ଦେଇଛନ୍ତି। ଏହି ବିବାହ ଉତ୍ସବରେ ଉଭୟ ପକ୍ଷର ସମସ୍ତ ବନ୍ଧୁବାନ୍ଧବ ଓ ପ୍ରିୟଜନ ଉପସ୍ଥିତ ଥିଲେ।

ପାରଳା ବିଧାନସଭା ଆସନ: ତିନି ଉଚ୍ଚଶିକ୍ଷିତଙ୍କ ମଧ୍ୟରେ ହେବ ଟକ୍କର
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳଖେମୁଣ୍ଡି ବିଧାନସଭା ଆସନ ପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ବିଜେଡି ପକ୍ଷରୁ ଇଂ. ରୂପେଶ କୁମାର ପାଣିଗ୍ରାହୀ, ବିଜେପିରୁ କେ.ନାରାୟଣ ରାଓ ଓ ବିଜୟ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ନିର୍ବାଚନ ମଇଦାନରେ ମୁଖ୍ୟତଃ ଏହି ତିନି ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ବିତା ହେବାକୁ ଯାଉଛି। ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ବିତା ପାଇଁ ସରଗରମ ହୋଇଛି ମାହୋଲ। ପ୍ରାର୍ଥୀ ଘୋଷଣା ପରେ ୩ ଦଳ ନିଜ ନିଜର ରଣକୌଶଳ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ରାଜନୈତିକ ଚର୍ଚ୍ଚା, ଆଲୋଚନା ତଥା ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ସ୍ଥିତିକୁ ନେଇ ବିଭିନ୍ନ ସ୍ଥାନରେ ଆଲୋଚନା ହେଉଛି।

ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ବିଜେଡି ନୂଆ ଚେହେରାକୁ ପ୍ରାର୍ଥୀ କରିଛି। ରାଜନୀତିରେ ନୂତନ ଭାବେ ପାଦ ଥାପିଥିବା ଇଂ. ରୂପେଶ କୁମାର ପାଣିଗ୍ରାହୀଙ୍କୁ ବିଜେଡି ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିଛି। ତାଙ୍କ ବାପା ହାଇଟେକ୍ ଗ୍ରୁପର ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ ଜଣେ ସଫଳ ବ୍ୟବସାୟୀ ଓ ଜଣାଶୁଣା ରାଜନେତା। ନବାଗତ ରୂପେଶ ଇଂଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି। ସେହିପରି ବିଜେପି ପ୍ରାର୍ଥୀ ତଥା ପାରଳା ବିଧାୟକ କେ. ନାରାୟଣ ରାଓ ଜଣେ ଉଚ୍ଚଶିକ୍ଷିତ। ସେ ସ୍ନାତକ ସହ ଆଇନରେ ଡିଗ୍ରୀ ହାସଲ କରି ଜଣେ ଆଇନଜୀବୀ। ସେ ରାଜନୀତିରେ ଜଣେ ପୁରୁଖା ନେତା। କଂଗ୍ରେସ ପ୍ରାର୍ଥୀ ବିଜୟ କୁମାର ପଟ୍ଟନାୟକ ପୂର୍ବତନ ତଥା ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ଭଳି ଗୁରୁତ୍ୱପୂର୍ଣ୍ଣ ପଦରେ ଥିଲେ। ଏଭଳି ୩ଜଣ ଉଚ୍ଚଶିକ୍ଷିତଙ୍କୁ ୩ ପ୍ରମୁଖ ଦଳ ପ୍ରାର୍ଥୀ କରିଥିବାରୁ ଏମାନଙ୍କ ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ରାଜନୀତି ସମୀକ୍ଷକମାନେ ଆକଳନ କରିଛନ୍ତି। ଅବଶ୍ୟ ପାରଳାଖେମୁଣ୍ଡି ବିଧାନସଭା ଆସନରେ ବିଜେଡିର ସାଂଗଠନିକ ସ୍ଥିତି ସୁଦୃଢ଼ ରହିଛି। ଗତ ପଞ୍ଚାୟତ ନିର୍ବାଚନ ୨୦୨୨ ପରଠାରୁ ବିଜେପି ଏବଂ କଂଗ୍ରେସଠାରୁ ବିଜେଡି ବହୁ ଆଗରେ ରହିଛି। ଏହା ରାଜନୀତିରେ ନବାଗତ ରୂପେଶଙ୍କୁ ସହାୟ ହେବ ବୋଲି କୁହାଯାଉଛି।

ଏକଦା କଂଗ୍ରେସ ଗଡ଼ ଥିବା ପାରଳାଖେମୁଣ୍ଡିରେ ଏବେ ଅଣକଂଗ୍ରେସ ଦଳଙ୍କ ପତିଆରା ବୃଦ୍ଧି ପାଇଛି। ୧୯୯୦ ରେ ଜନତା ଦଳ ପ୍ରାର୍ଥୀ ଏଠାରେ ବିଜୟୀ ହୋଇଥିବା ବେଳେ ୧୯୯୫ରେ ସ୍ୱାଧୀନ, ୨୦୦୦ ଏବଂ ୨୦୦୪ରେ କଂଗ୍ରେସ, ୨୦୦୯ରେ ବିଜେଡି, ୨୦୧୪ରେ କଂଗ୍ରେସ ୨୦୧୯ରେ ବିଜେପି ଏହି ଆସନରେ ବିଜୟୀ ହୋଇଥିଲେ। ତେବେ ୨୦୨୨ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡିକୁ ବେଶ୍‌ ସଫଳତା ମିଳିଥିଲା। ଏହା ପରଠାରୁ ବିଜେଡିର ପ୍ରଭାବ ବୃଦ୍ଧି ପାଇଛି। ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମୁଦାୟ ଭୋଟର ସଂଖ୍ୟା ୨ଲକ୍ଷ ୧୫ହଜାର ୭୦୬ ରହିଥିବା ବେଳେ ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୬ହଜାର ୨୧୨ ଓ ମହିଳା ଭୋଟର ସଂଖ୍ୟା ୧ ଲକ୍ଷ ୯ହଜାର ୪୭୭। ନିର୍ବାଚନମଣ୍ଡଳୀରେ ଚଳିତ ନିର୍ବାଚନ ପାଇଁ ମୋଟ ୨୭୬ଟି ବୁଥ ଗଠନ କରାଯାଇଛି। ପାରଳାଖେମୁଣ୍ଡି ବିଧାନସଭା ଆସନ ଗୋଷାଣି, ଗୁମ୍ମା ଏବଂ କାଶୀନଗର ବ୍ଲକ ସମେତ ପାରଳାଖେମୁଣ୍ଡି ପୌର ପରିଷଦ ଏବଂ କାଶୀନଗର ଏନ୍ଏସିକୁ ନେଇ ଗଠିତ।

ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ, ହସ୍ପିଟାଲରେ ଉତ୍ତେଜନା
ପାରଳାଖେମୁଣ୍ଡି: ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ। ଡାକ୍ତରଖାନାରେ ଡାକ୍ତର ଉପସ୍ଥିତ ନ ଥିବାରୁ ନର୍ସ କରୁଥିଲେ ଚିକିତ୍ସା। ଚିକିତ୍ସା ଅବହେଳାରୁ ଚାଲିଗଲା ୬ ବର୍ଷର ଶିଶୁର ଜୀବନ। ଏଭଳି ଅଭିଯୋଗ ଆଣିଛନ୍ତି ଶିଶୁର ପରିବାର ଲୋକ। ଏନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି। ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ। ଶବ ରଖି ଗ୍ରାମବାସୀ ଓ ପରିବାର ଲୋକଙ୍କ ପ୍ରତିବାଦ କରିଛନ୍ତି।

ସୂଚନା ଅନୁସାରେ, ଗୁରାଣ୍ଡି ଗ୍ରାମର ଅନୀଲ ବିଶୋଇଙ୍କ ୬ ବର୍ଷର ପୁଅ ଆୟୁଷର ବିଳମ୍ଵିତ ରାତିରେ ପେଟ ବ୍ୟଥା ହେବାରୁ ତାଙ୍କୁ ପ୍ରଥମେ ଗୁରାଣ୍ଡି ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ପରିବାର ଲୋକେ। ମାତ୍ର ସେଠାରେ ଡ଼ାକ୍ତର ନଥିବାରୁ ପାରଳାଖେମୁଣ୍ଡି ମୂଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଏଠାରେ ମଧ୍ୟ ସମାନ ପରିସ୍ଥିତି, କୈାଣସି ଡାକ୍ତର ନଥିବା ବେଳେ ଡ୍ୟୁଟିରେ ଥିବା ନର୍ସ ବାଳକକୁ କିଛି ଇଞ୍ଜେକସନ ଦେଇଥିଲେ। ଇଞ୍ଜେକସନ ଦେବା ପରେ ହଠାତ୍ ବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ଓ ଗ୍ରାମବାସୀ । ଏହି ଘଟଣା ପରେ ଡାକ୍ତରଖାନାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ମୃତକଙ୍କ ପରିବାର ଲୋକ ଓ ଗ୍ରାମବାସୀ ଡାକ୍ତରଖାନାରେ ଶବ ରଖି ପ୍ରତିବାଦ କରିଛନ୍ତି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ପରିବାର ଲୋକେ।

୨ ବ୍ୟାଚ୍‍ ମେଟ୍‍ଙ୍କ ଠିକଣା ବାହାର କଲା ପୁଲିସ
ବ୍ରହ୍ମପୁର/ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଏସିଏଫ୍‍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁ ଏବେ ପୁଲିସ ଏବଂ କ୍ରାଇମ୍‍ବ୍ରାଞ୍ଚ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବା ଭଳି ପରିସ୍ଥିତି ଆଣି ଦେଇଛି। ଘଟଣାକୁ ଇତି ମଧ୍ୟରେ ୧୫ ଦିନ ବିତିଯାଇଥିଲେ ମଧ୍ୟ କାହାରିକୁ ଗିରଫ କରାଯାଇନାହିଁ କି ପ୍ରକୃତ ଘଟଣା ମଧ୍ୟ ପୁଲିସ ଜାଣି ପାରିନାହିିଁ। ଆଜି ହାଇକୋର୍ଟରେ ଘଟଣାର ପର୍ଦ୍ଦାଫାସ୍‍ ପାଇଁ ଏକ ପିଆଇଏଲ୍‍ ଦାଖଲ ହେବା ପରେ ଏବେ ପୁଲିସ ଏବଂ କ୍ରାଇମ୍‍ବ୍ରାଞ୍ଚ ଉପରେ ଚାପ ପଡ଼ିବା ସ୍ୱାଭାବିକ। ତଦନ୍ତକାରୀ ଅଧିକାରୀ ବଲାଙ୍ଗିରକୁ ଯାଇ ସେଠାରେ ବିଦ୍ୟାଙ୍କ ଦୁଇ ବ୍ୟାଚ୍‍ମେଟ୍‍ଙ୍କୁ ସନ୍ଦେହ ବଳୟରେ ରଖିଛନ୍ତି। ସେମାନଙ୍କ ଭିତରେ ଆସୁ ନାମ୍ନୀ ମହିଳା ଏବଂ ଅକ୍ଷୟ ନାମକ ପୁରୁଷ ରହିଛନ୍ତି। ଅକ୍ଷୟଙ୍କ ଘର ନବରଙ୍ଗପୁର ଅଞ୍ଚଳରେ ବୋଲି ପୁଲିସ ଜାଣିପାରିଛି। ଅତି ଶୀଘ୍ର ପୁଲିସ ଉଭୟ ବ୍ୟାଚ୍‍ମେଟ୍‍ଙ୍କୁ ଜେରା କରିବାର ସମ୍ଭାବନା ମଧ୍ୟ ରହିଛି।

ସୌମ୍ୟଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କ ଶରୀରର ୯୫ ପ୍ରତିଶତ ପୋଡି ଯାଇଥିବା ଉଲ୍ଳେଖ ରହିଛି। ବ୍ୟବଚ୍ଛେଦର ୬ ଘଣ୍ଟା ପୂର୍ବରୁ ମୃତ୍ୟୁବରଣ କରିଥିବା ଏଥିରେ ସ୍ପଷ୍ଟ ହୋଇଛି। ଅନ୍ୟପକ୍ଷରେ ବିଦ୍ୟାଙ୍କ ଆଉ ଏକ ହାତ ଲେଖା ଚିଠି ମଧ୍ୟ ଭାଇରଲ ହୋଇଛି। ସେ ନିଜ ଜୀବନ ଛି’ ବୋଲି ଚିଠିରେ ଉଲ୍ଲେଖ କରିଥିବା ବେଳେ ନିଜ ଜୀବନକୁ ନେଇ ଅନୁତାପ କରୁଥିବା ଲେଖିଛନ୍ତି। ତାଙ୍କ ଭବିଷ୍ୟତ ଅନ୍ଧକାର ବୋଲି ମଧ୍ୟ ସେ ଚିଠିରେ ଲେଖିଛନ୍ତି। ଏହି ଚିଠି ବିଦ୍ୟାଙ୍କ ହାତଲେଖା ନା ଆଉ କାହାର ସେ ନେଇ ବର୍ତ୍ତମାନ ଯାଏଁ କିଛି ସ୍ପଷ୍ଟ ହୋଇନାହିଁ। ଇତି ମଧ୍ୟରେ ବିଦ୍ୟାଙ୍କୁ ଜେରା କରାଯିବା ପାଇଁ ନୋଟିସ୍‍ ପ୍ରସ୍ତୁତ ହେଉଛି ବୋଲି ବିଶ୍ୱସ୍ଥ ସୂତ୍ରରୁ ଜଣାପଡ଼ିଛି। ଗଜପତି ଏସପି ଏହି ଘଟଣାକୁ ନେଇ ତଦନ୍ତ ଅଧିକାରୀ ଏବଂ କ୍ରାଇମ୍‍ବ୍ରାଞ୍ଚ ଟିମ୍‍ସହ ଘନଘନ ବୈଠକ କରୁଛନ୍ତି।

ଘଟଣା ପରଠାରୁ ପୁଲିସ ଆଜି ପର୍ଯ୍ୟନ୍ତ ଯେତେ ଜଣଙ୍କୁ ଜେରା କରିଛି ସମସ୍ତ ଘଟଣାର ଫାଇଲ୍‍ ପ୍ରସ୍ତୁତ ହୋଇଛି। ଉକ୍ତ ଫାଇଲ୍‍କୁ ଆଧାର କରି ବର୍ତ୍ତମାନ ପୁଲିସ କିଛି ନିଷ୍କର୍ସରେ ପହଞ୍ଚିଥିବା ଅନୁମାନ କରାଯାଉଛି। ସୌମ୍ୟଙ୍କ ଶରୀର ଯଦିଓ ୯୫ ଭାଗ ପୋଡି ଯାଇଥିଲା, ତେବେ ବିଦ୍ୟା ତାଙ୍କୁ ସେଠାରୁ ବିଶାଖାପାଟଣା ନ ନେଇ ବର୍ଣ୍ଣ ୟୁନିଟ୍‍ ନ ଥିବା ବ୍ରହ୍ମପୁର ବଡମେଡିକାଲ ଆଣି ସେଠାରୁ ପୁଣି କଟକ ଭଳି ଦୂରବାଟ କ’ଣ ପାଇଁ ନେଇଥିଲେ ତାହାକୁ ନେଇ ମଧ୍ୟ ବିଭିନ୍ନ ମହଲରେ ସନ୍ଦେହ ରହିଛି। କଟକ ନେବା ବେଳେ ବାଟରେ ୩/୪ ଥର ଆମ୍ବୁଲାନ୍ସକୁ ଅନେକ ସ୍ଥାନରେ ଅଟକାଯାଇଥିଲା। ତାହା ମଧ୍ୟ ନାନା ପ୍ରଶ୍ନ ସୃଷ୍ଟି କରିଛି। ଆଗାମୀ ଦିନରେ ଆହୁରି କିଛି ଜଣଙ୍କୁ ମଧ୍ୟ ଜେରା କରାଯିବ ବୋଲି ଜଣାପଡ଼ିଛି।

ବିଦ୍ୟାଭାରତୀଙ୍କ ଚିଠି ପରେ ସାମ୍ନାକୁ ଆସିଲା ସୌମ୍ୟଙ୍କ ହାତ ଲେଖା ଡାଏରୀ: ଲେଖିଛନ୍ତି ‘ତୁମେ ଯାହା ଚାହିଁବ, ତାହା କରିବାକୁ ପ୍ରସ୍ତୁତ’
ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ନେଇ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ପତ୍ନୀ ବିଦ୍ୟା ଭାରତୀଙ୍କ ହାତଲେଖା ଚିଠି ପରେ ଏବେ ସୌମ୍ୟରଞ୍ଜନ ମହାପାତ୍ରଙ୍କ ହାତଲେଖା ଚିଠି ସାମ୍ନାକୁ ଆସିଛି । ଗତ ଫେବ୍ରୁଆରୀରେ ଏହି ଡାଏରୀ ଲେଖିଛନ୍ତି ସୌମ୍ୟ । ସୌମ୍ୟଙ୍କ ହାତ ଲେଖା ଏହି ଡାଏରିରେ ପତ୍ନୀ ବିଦ୍ୟାଭାରତୀଙ୍କ ପାଇଁ ଭରି ରହିଛି ପ୍ରେମ । ବିଦ୍ୟାଭାରତୀଙ୍କ ପାଇଁ ସବୁକିଛି ଛାଡିବାକୁ ପ୍ରସ୍ତୁତ ଥିଲେ ସ୍ୱାମୀ ସୌମ୍ୟ ତୁମେ ଯାହାବି ଚାହିଁବ ମୁଁ ତାହା କରିବାକୁ ପ୍ରସ୍ତୁତ, ମୁଁ ତୁମକୁ ଜଣେ ଭଲ ପତ୍ନୀ ଓ ବନ୍ଧୁ ଭାବେ ଦେଖିବାକୁ ଚାହେଁ । ମୁଁ ମୋର ଚାକିରି ଛାଡି, ତୁମ ପାଇଁ ଦାସ ହେଇ ସାରାଦିନ ରହିବି । ବାସ୍ ମୋ ପାଇଁ ତୁମ ହୃଦୟରେ ଗୋଟିଏ ଛୋଟିଆ ଜାଗାଟିଏ ଦରକାର ।

ଫେବ୍ରୁଆରୀ ୨୨ ଓ ୨୩ ତାରିଖରେ ସୌମ୍ୟ ଏଭଳି ଲେଖିଛନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି, ଯଦି ପରବର୍ତ୍ତୀ ସମୟରେ କିଛି ଘଟେ ଏଥିପାଇଁ ମୁଁ ପ୍ରସ୍ତୁତ ରହିଛି । ତେବେ ଯଦି କୌଣସି ସମସ୍ୟା ହୁଏ ସେ ମୋ ବିରୋଧରେ ଘରୋଇ ହିଂସା ମାମଲା ରୁଜୁ କରିଦେବେ । ସୌମ୍ୟରଂଜନଙ୍କ ହାତଲେଖା ଏହି ଡାଏରି ମିଳିବାପରେ ତାଙ୍କର ବିଦ୍ୟାଭାରତୀଙ୍କ ପ୍ରତି କେତେ ଭଲ ପାଇବା ରହିଛି ତାହା ସ୍ପଷ୍ଟ ହେଉଛି । ଏହା ପୂର୍ବରୁ ବିଦ୍ୟାଭାରତୀଙ୍କ ଯେଉଁ ଚିଠି ସାମ୍ନାକୁ ଆସିଥିଲା, ସେଥିରେ ସୌମ୍ୟଙ୍କ ପାଇଁ କେବଳ ଭରି ରହିଥିଲା ଘୃଣା ଆଉ ଘୃଣା । ହେଲେ ଆଜି ଏହି ଡାଏରି ହିଁ ବୟାନ କରୁଛି ବିଦ୍ୟାଭାରତୀଙ୍କୁ କେତେ ଭଲ ପାଉଥିଲେ ସ୍ୱାମୀ ସୌମ୍ୟରଞ୍ଜନ ମହାପାତ୍ର ।