Nationwide Bank Strike - The Sakala

ଆଜିଠାରୁ ୫ ଦିନ ବ୍ୟାଙ୍କ ବନ୍ଦ; ସପ୍ତାହରେ ୫ଦିନିଆ କାର୍ଯ୍ୟ ସମେତ ୩ ଦଫା ଦାବିରେ ୟୁଏଫ୍‌ବିୟୁ ପକ୍ଷରୁ ଧର୍ମଘଟ
ନୂଆଦିଲ୍ଲୀ: ଆଜିଠାରୁ ୫ ଦିନ ବ୍ୟାଙ୍କ ବନ୍ଦ । ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ୍‌ ପକ୍ଷରୁ ଧର୍ମଘଟ ।ସପ୍ତାହରେ ୫ଦିନିଆ କାର୍ଯ୍ୟ ସମେତ ୩ ଦଫା ଦାବିରେ ଧର୍ମଘଟ । ସରକାର ଏବଂ ବ୍ୟାଙ୍କ ୟୁନିଅନଗୁଡ଼ିକ ମଧ୍ୟରେ ଆଲୋଚନା ବିଫଳ ହେବାପରେ ଏହି ନିଷ୍ପତ୍ତି ନେଇଛି ସଂଘ । ସପ୍ତାହରେ ୫ ଦିନିଆ କାର୍ଯ୍ୟଦିବସ ସମେତ ସଂଘ ରଖିଥିବା ଅନ୍ୟ ପ୍ରମୁଖ ଦାବିଗୁଡ଼ିକର କୌଣସି ସମାଧାନ ହୋଇପାରିଲାନାହିଁ। ଫଳରେ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (ୟୁଏଫ୍‌ବିୟୁ)ର ଡାକରାରେ ଆଜିଠାରୁ ବ୍ୟାଙ୍କ କର୍ମଚାରୀ ଏବଂ ଅଧିକାରୀମାନେ ଦେଶବ୍ୟାପୀ ଧର୍ମଘଟ କରୁଛନ୍ତି । ଏହି ସମୟ ମଧ୍ୟରେ ବ୍ୟାଙ୍କ ଶାଖାଗୁଡିକରେ କାର୍ଯ୍ୟ ପ୍ରଭାବିତ ହୋଇପାରେ। ସଂଘ ସେପ୍ଟେମ୍ବର ୨୮ରୁ ୩୦ ତାରିଖ ତିନି ଦିଦ ଧର୍ମଘଟ ଏବଂ ୨୬ ଅକ୍ଟୋବରରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ପାଇଁ ଚେତାବନୀ ମଧ୍ୟ ଦେଇଛି ।

ଅପରପକ୍ଷେ ବ୍ୟାଙ୍କ ଧର୍ମଘଟକୁ ଲାଗି ଶନିବାର, ରବିବାର, ଗଣେଷ ପୂଜା ଏବଂ ନୂଆଖାଇ ପଡୁଥିବା ଯୋଗୁ ଆଜିଠାରୁ ମଙ୍ଗଳବାର ଯାଏ କ୍ରମାଗତ ଭାବେ ୫ ଦିନ ଧରି ସାରା ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ। ଏହାପଛକୁ ସେପ୍ଟେମ୍ବର ୧୨ ମାସର ଦ୍ବିତୀୟ ଶନିବାର ଏବଂ ୧୩ ତାରିଖ ରବିବାର ପାଇଁ ବ୍ୟାଙ୍କ ସାଧାରଣ ଭାବେ ବନ୍ଦ ରହିବ।

ସୋମବାର ଅର୍ଥାତ୍‌ ସେପ୍ଟେମ୍ବର ୧୪ ଗଣେଷ ପୂଜା ପାଇଁ ବ୍ୟାଙ୍କ ଛୁଟି। ଶେଷରେ ସେମ୍ଟେମ୍ବର ୧୫ (ମଙ୍ଗଳବାର) ନୂଆଖାଇ ପାଇଁ  ଛୁଟି ରଖାଯାଇଛି। ତେଣୁ ଏସବୁକୁ ମିଶାଇଲେ ସେପ୍ଟେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ କମାଗତ ଭାବେ ରାଜ୍ୟରେ ୫ ଦିନ ବ୍ୟାଙ୍କ ବନ୍ଦ ରହିବ। ଲଗାତାର ଭାବେ ବ୍ୟାଙ୍କ ବନ୍ଦ ରହୁଥିବାରୁ ଗ୍ରାହକମାନେ ଏହି ଦିନଗୁଡିକରେ ବ୍ୟାଙ୍କ ସେବା ପାଇବାରେ ବହୁ ସମସ୍ୟାର ସମ୍ମୁଖୀନ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଅପରପକ୍ଷେ ବ୍ୟାଙ୍କ ୟୁନିଅନଗୁଡ଼ିକ ସେପ୍ଟେମ୍ବରରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ଧର୍ମଘଟ ଘୋଷଣା କରିଛନ୍ତି। ବ୍ୟାଙ୍କ ୟୁନିଅନଗୁଡ଼ିକ ଦୀର୍ଘ ଦିନ ଧରି ପାଞ୍ଚ ଦିନିଆ କାର୍ଯ୍ୟଦିବସ ପାଇଁ ଦାବି କରିଆସୁଛନ୍ତି। ଯଦି ଏହା ହୁଏ ତେବେ ଚଳିତମାସରେ ବ୍ୟାଙ୍କ ଆହୁରି ଅଧିକ ଦିନ ବନ୍ଦ ରହିପାରେ।