Tokyo - The Sakala
ସମଗ୍ର ବିଶ୍ବ ରହସ୍ୟରେ ପରିପୂର୍ଣ୍ଣ। ଏଠାରେ ଏଭଳି କିଛି ସ୍ଥାନ ଅଛି, ଯାହା ସର୍ବଦା ଚର୍ଚ୍ଚାର ବିଷୟ ପାଲଟିଥାଏ । ଏପରି ଏକ ସ୍ଥାନ ହେଉଛି ‘ଓକିଗହରା’ ଜଙ୍ଗଲ। ଏହା ‘ସୁଇସାଇଡ୍ ଫରେଷ୍ଟ’ ଅର୍ଥାତ୍ ‘ଆତ୍ମହତ୍ୟା ଜଙ୍ଗଲ’ ଭାବେ ପରିଚିତ। ଏହା ଜାପାନର ରାଜଧାନୀ ଟୋକିଓଠାରୁ ମାତ୍ର କିଛି ଦୂରରେ ଅବସ୍ଥିତ। ଏହି ଜଙ୍ଗଲ ସବୁଜ ବନାନୀ ପାଇଁ ନୁହେଁ, ବରଂ ସାରା ବିଶ୍ବରେ ସବୁଠାରୁ ଭୟାନକ ସ୍ଥାନ ଭାବେ ପ୍ରସିଦ୍ଧ । କୁହାଯାଏ ଯେ, ଏଠାରେ ପ୍ରେତାତ୍ମାମାନେ ବସବାସ କରନ୍ତି, ଯେଉଁଥିପାଇଁ ଏଠାକୁ ଯାଉଥିବା ଲୋକମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥାନ୍ତି। ତେବେ ଜଙ୍ଗଲକୁ ପ୍ରବେଶ କରିବା ପୂର୍ବରୁ ଏଠାରେ ଲୋକଙ୍କୁ ସଚେତନ କରାଇବା ପାଇଁ ଏବଂ ବୋର୍ଡ ଲଗାଯାଇଛି । ଯେଉଁଥିରେ ଉଲ୍ଲେଖ ଅଛି, ‘ତୁମର ଜୀବନ ତୁମ ବାପାମାଆଙ୍କ ଦ୍ବାରା ମିଳିଥିବା ଏକ ଅମୂଲ୍ୟ ଉପହାର’, ‘ନିଜ ପରିବାର ଓ ପିଲାଙ୍କ କଥା ଚିନ୍ତା କରନ୍ତୁ । ସେହିପରି ୩୦୦ ବର୍ଷରୁ ଅଧିକ ପୁରୁଣା ବହୁ ପ୍ରଜାତିର ଗଛ ଏଠାରେ ରହିଛି ।
ଏହି ଜଙ୍ଗଲ ଏତେ ଘନ ଯେ, ଏହାକୁ ଗଛର ସମୁଦ୍ର ମଧ୍ୟ କୁହାଯାଏ । ଅନ୍ୟପଟେ ଜଙ୍ଗଲ ଭିତରକୁ ଥରେ ପ୍ରବେଶ କଲେ ଜୀବିତ ଫେରିବା ଏକ ପ୍ରକାର ଅସମ୍ଭବ। ୨୦୦୩ରେ ଏହି ସ୍ଥାନରୁ ୧୦୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା | କେତେକଙ୍କ ମତରେ ଜଙ୍ଗଲର ଘନତ୍ବ କାରଣରୁ ଲୋକମାନେ ବାଟବଣା ହୋଇଯାଆନ୍ତି ଓ ଭୟଭୀତ ହୋଇ ଜୀବନ ହାରି ଥାନ୍ତି | ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ଏହି ଜଙ୍ଗଲରେ କମ୍ପାସ୍ ସଠିକ୍ ଦିଗ ଦେଖାଇପାରେ ନାହିଁ । ମୋବାଇଲରେ ମଧ୍ୟ ନେଟ୍‌ୱାର୍କ ଆସି ନ ଥାଏ। ଏହି କାରଣରୁ ଯଦି କେହି ଏଠାରେ ପସି ଯାଆନ୍ତି, ତେବେ ଜଙ୍ଗଲରୁ ବାହାରିବା କଷ୍ଟକର ହୋଇଯାଏ । ଜଙ୍ଗଲ ନିକଟବର୍ତ୍ତୀ ଲୋକମାନେ କୁହନ୍ତି ଯେ, ରାତିରେ ଏହି ସ୍ଥାନରୁ ଭୟଙ୍କର ଚିତ୍କାର ଶୁଣାଯାଇଥାଏ।
ଆସନ୍ତୁ ଜାଣିବା ପାରାଅଲିମ୍ପିକ୍ସର କିଛି ଅଜଣା କଥା
ବିଶ୍ୱରେ ଶାରିରୀକ ଭିନ୍ନକ୍ଷମ ଓ ଅକ୍ଷମଙ୍କ ଲାଗି ବିଶ୍ୱ ସ୍ତରରେ ଏକ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କଥା କେହି ଚିନ୍ତା କରି ନଥିଲେ। କିନ୍ତୁ ଜର୍ମାନୀର ନାଜୀ ସରକାରଙ୍କ ଦ୍ୱାରା ବିତାଡ଼ିତ ହୋଇଥିବା ଡାକ୍ତର ସାର ଲୁଡ୍‍ୱିଗ୍‍ ଗଟ୍ଟମାନ୍ନ ହିଁ ଏହି କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବାର ସ୍ୱପ୍ନ ଦେଖିଥିଲେ।
ଜର୍ମାନୀରୁ ବିତାଡିତ ହେବା ପରେ ସେ ଇଂଲଣ୍ଡରେ ଷ୍ଟୋକ୍‍ ମାଣ୍ଡେଭିଲେ ହସ୍ପିଟାଲ ଖୋଲି ଚିକିତ୍ସା କରୁଥିଲେ। ତାଙ୍କରି ଉଦ୍ୟମରେ ଜୁଲାଇ ୨୯ ତାରିଖ ୧୯୪୮ରେ ୧୬ ଜଣ ଆହତ ସୈନିକଙ୍କୁ ନେଇ ଷ୍ଟୋକ୍‍ ମାଣ୍ଡେଭିଲେ ଗେମ୍ସ ଆୟୋଜନ କରିଥିଲେ।
ଏହି ଖେଳର ଲୋକପ୍ରିୟତା ବଢ଼଼ିବା ପରେ ୧୯୬୦ରେ ପ୍ରଥମ ପାରାଅଲିମ୍ପିକ୍ସ ଗେମ୍ସ ଆୟୋଜିତ ହୋଇଥିଲା। ପ୍ରଥମଥର ଏଭଳି ପ୍ରତିଯୋଗିତାରେ ୨୩ଟି ଦେଶୁ ୪୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।
୧୯୮୯ରେ ଅନ୍ତର୍ଜାତୀୟ ପାରାଅଲିମ୍ପିକ୍‍ କମିଟି ଗଠିତ ହୋଇଥିଲା। ପାରାଅଲିମ୍ପିକ୍‍ ଆନ୍ଦୋଳନରେ ନେତୃତ୍ୱ ଏହି କମିଟି ଗ୍ରହଣ କରିଥିଲା। ଯାହା ଫଳରେ ୧୯୬୦ରୁ ଆରମ୍ଭ ହୋଇଥିବା ଏହି ଗେମ୍ସ ବିଧିବଦ୍ଧ ସ୍ୱୀକୃତି ଲାଭ କରିଥିଲା।
ଇଟାଲୀର ରାଜଧାନୀ ରୋମ୍‍ରେ ଆରମ୍ଭ ହୋଇଥିବା ପାରାଅଲିମ୍ପିକ୍ସ ଗ୍ରୀଷ୍ମକାଳୀନ ଓ ଶୀତକାଳୀନ ଅଲିମ୍ପିକ୍ସ ପରି ପ୍ରତି ୪ ବର୍ଷରେ ଥରେ ଆୟୋଜିତ ହେବାର ନିୟମ ରହିଥିଲା। କିନ୍ତୁ ୨୦୦୮ ବେଜିଂ ଅଲିମ୍ପିକ୍ସ ବେଳକୁ ଏହାର ରୂପରେଖ ବଦଳି ଯାଇଥିଲା। ଯେଉଁ ସହର ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ ଆୟୋଜନ କରିବ, ସେହି ସହର ମଧ୍ୟ ପାରାଅଲିମ୍ପିକ୍ସ ଆୟୋଜନ କରିବ ବୋଲି ୨୦୧୨ରେ ବିଧବଦ୍ଧ ସ୍ଥିର କରାଗଲା।
ଜାପାନର ରାଜଧାନୀ ଟୋକିଓରେ ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୫ ଯାଏ ପାରାଅଲିମ୍ପିକ୍ସର ୧୬ତମ ସଂସ୍କରଣ ଅନୁଷ୍ଠିତ ହେବ। ଏଥିରେ ୧୬୭ଟି ଦେଶରୁ ୪,୫୦୦ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଏଥିରେ ୨୨ଟି ଖେଳରେ ୫୪୦ ଇଭେଣ୍ଟ ଆୟୋଜିତ ହେବ। ପାରା ବ୍ୟାଡ୍‍ମିଣ୍ଟନ ଓ ଟାଏକ୍ୱୋଣ୍ଡୋ ନୂଆ ଖେଳ ଭାବେ ଏଠାରେ ସାମିଲ ହୋଇଛି।
ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ ପରି ପାରା ଅଲିମ୍ପିକ୍ସରେ କୌଣସି ଦର୍ଶକଙ୍କୁ ଷ୍ଟାଡିୟମ୍‍ ଭିତରକୁ ଛଡ଼ାଯିବ ନାହିଁ। କୋଭିଡ୍‍ ପ୍ରୋଟୋକଲକୁ କଡ଼ା କଡ଼ି ପାଳନ କରାଯିବ। ଟୋକିଓରେ କୌଣସି ହସ୍ପିଟାଲରେ ବେଡ୍‍ ନଥିବାରୁ ପାରା ଆଥ୍‍ଲେଟଙ୍କ ଲାଗି ବିପଦ ସୃଷ୍ଟି ହୋଇଛି।
ଆମେରିକାର ମହିଳା ସନ୍ତରଣକାରୀ ତ୍ରିଶ୍ଚା ଜର୍ଣ୍ଣ ପାରା ଅଲିମ୍ପିକ୍ସରେ ସର୍ବାଧିକ ୫୫ଟି ପଦକ ବିଜୟୀ ହୋଇଛନ୍ତି। ଏହା ମଧ୍ୟରେ ୩୨ଟି ସ୍ୱର୍ଣ୍ଣ ରହିଛି। ୧୯୮୦ରୁ ୨୦୦୪ ମଧ୍ୟରେ ସେ ଏହି ପଦକ ଜିତିଥିଲେ। ସେହିପରି ପୁରୁଷ ବିଭାଗରେ ସ୍ୱିଡେନ୍‍ର ସୁଟିଂ ତାରକା ଜୋନାସ ଜ୍ୟାକବସନ ୧୭ଟି ସ୍ୱର୍ଣ୍ଣ ସହ ସର୍ବାଧିକ ୨୭ଟି ପଦକ ଜିତିଛନ୍ତି। ସେ ୧୫ ବର୍ଷରେ ୧୯୮୦ ପାରାଅଲିମ୍ପିକ୍ସରେ ଡେବ୍ୟୁ କରିଥିଲେ। ସେ କ୍ରମାଗତ ୧୦ଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପରେ ୨୦୧୬ ରିଓ ଅଲିମ୍ପିକ୍ସରେ ଅବସର ଗ୍ରହଣ କରିଥିଲେ।
ହଙ୍ଗେରୀର ପାଲ ଜୀକର୍ସ ପ୍ରଥମ ଓ ଏଯାଏ ଏକମାତ୍ର ଆଥ୍‍ଲେଟଭାବେ ଉଭୟ ସମର ଓ ପାରା ଅଲିମ୍ପିକ୍ସରେ ପଦକ ଜିତିବାରେ ସମର୍ଥ ହୋଇଛନ୍ତି। ୧୯୮୮ ସିଓଲ ଅଲିମ୍ପିକ୍ସରେ ଏହି ଅସିଚାଳକ କାଂସ୍ୟ ପଦକ ବିଜୟୀ ହୋଇଥିଲେ। ୧୯୯୧ରେ ସେ ଦୁର୍ଘଟଣାଗ୍ରସ୍ତ ହେବା ପରେ ସେ ତାଙ୍କ ଗୋଡ ହରାଇଥିଲେ। ଏହା ସତ୍ତ୍ବେ ସେ ଦବି ନଯାଇ ୧୯୯୨ ପାରାଅଲିମ୍ପିକ୍ସରେ ଅଂଶଗ୍ରହଣ କରି ଅସିଚାଳନାରେ ସ୍ୱର୍ଣ୍ଣପଦକ ଜିତିଥିଲେ।
ଅଲିମ୍ପିକ୍ସ ସରିବା ମାତ୍ରେ ଜାପାନରେ ଶକ୍ତିଶାଳୀ ବାତ୍ୟା
ଟୋକିଓ: ଟୋକିଓଠାରେ ରବିବାର ଅଲିମ୍ପିକ୍ସ ଉଦଯାପିତ ହେବା ମାତ୍ରେ ଭୀଷଣ ବାତ୍ୟା ଆଲର୍ଟ ଜାରି କରାଯାଇଛି। ଏହାକୁ ନେଇ ପ୍ରାୟ ୯୦ ବିମାନର ଉଡାଣ ବାତିଲ କରାଯାଇଛି। ଚଳିତବର୍ଷର ୯ମ ଟାଇଫୁନ୍‌ ଭାବେ ଏହି ବାତ୍ୟା ଜାପାନର ଦକ୍ଷିଣାଞ୍ଚଳକୁ ସର୍ବାଧିକ ପ୍ରଭାବିତ କରିପାରେ ବୋଲି କୁହାଯାଇଥିବା ବେଳେ ରବିବାର ମଧ୍ୟ ରାତି ସୁଦ୍ଧା ଏହା ଦକ୍ଷିଣ ପଶ୍ଚିମ ଭାଗ କ୍ୟୁସୁ ନିକଟରେ ସ୍ଥଳ ଭାଗ ଛୁଇଁବ ବୋଲି ଜାପାନ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ଜାପାନ ଗଣମାଧ୍ୟମ ଅନୁଯାୟୀ, ଏହି ବାତ୍ୟାର ନାମ ‘ଲୁପିଟ୍ ’ ରଖାଯାଇଥିବା ବେଳେ ଏହା ସ୍ଥଳଭାଗ ଛୁଇଁବା ସମୟରେ ପ୍ରବଳରୁ ପ୍ରବଳ ବର୍ଷା ହେବା ସହିତ ପ୍ରବଳ ବେଗରେ ପବନ ବୋହିବ ବୋଲି କୁହାଯାଇଛି। ସମୁଦ୍ରରେ ଉଚ୍ଚ ଲହଡି ଆସିବାର ସମ୍ଭାବନା ରହିଥିବାରୁ ଦକ୍ଷିଣ ସମୁଦ୍ରକୂଳ ଠାରୁ ଲୋକଙ୍କୁ ଦୂରରେ ରହିବାକୁ ଚେତାବନୀ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ,ଅଲିମ୍ପିକ୍‌ କ୍ରୀଡ଼ା ସମାପ୍ତ ପରେ ଟୋକିଓରେ ଆସନ୍ତା ୨୪ ତାରିଖରୁ ପାରା ଅଲିମ୍ପିକ୍ସ ମଧ୍ୟ ଆୟୋଜନ ପାଇଁ କାର୍ଯ୍ୟକ୍ରମ ରହିଛି।
ଆଜିଠୁ ବିଶ୍ୱ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ ୨୦୨୦: ଭାରତରୁ ଭାଗନେଇଛନ୍ତି ୧୨୭ ଖେଳାଳି
ଟୋକିଓ: ମହାମାରୀର ଭୟ ମଧ୍ୟରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ । ଦେଶବାସୀଙ୍କ ବିରୋଧ ଓ ବିକ୍ଷୋଭ ସତ୍ତ୍ୱେ ବିନା ଦର୍ଶକରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱର ଏହି ପୁରାତନ ଓ ସର୍ବଶ୍ରେଷ୍ଠ ପ୍ରତିଷ୍ପର୍ଦ୍ଧା । ଚଳିତ ଥରର ଅଲିମ୍ପିକ୍ସରେ ୨୦୦ରୁ ଅଧିକ ଦେଶର ପାଖାପଖି ୧୧୪୦୦ ପ୍ରତିଯୋଗୀ ନିଜ ଅପୂର୍ବ କ୍ରୀଡ଼ା ଦକ୍ଷତାର ବଳିଷ୍ଠ ନିଦର୍ଶନ ଦେବେ । ୩୩ କ୍ରୀଡ଼ାର ୫୦ ଶୃଙ୍ଖଳା ଓ ୩୩୯ ଇଭେଣ୍ଟରେ ଜାପାନ ରାଜଧାନୀ ଟୋକିଓରେ ଶୁକ୍ରବାରଠାରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି କ୍ରୀନା ମହାସମର । କରୋନା କାରଣରୁ ଅଲିମ୍ପିକ୍ସ ୨୦୨୦ରେ ହେବାକୁ ଥିବା ବେଳେ ଏହାକୁ ଘୁଞ୍ଚାଇ ଚଳିତ ବର୍ଷ କରାଯାଉଛି ।
ତେବେ ଚଳିତ ବର୍ଷର ଅଲିମ୍ପିକ୍ସ ଅନେକ ଦୃଷ୍ଟିରୁ ଅସାଧାରଣ, ଅସ୍ୱାଭାବିକ ଓ ଆହ୍ୱାନପୂର୍ଣ୍ଣ ରହିବ । ଏଥିସହିତ କରମର୍ଦ୍ଦନ, ପଦକ ପ୍ରଦାନ, ଆଲିଙ୍କନ ଭଳି ଅନେକ ପ୍ରକ୍ରିୟା ଉପରେ କଟକଣା ଲାଗୁ କରାଯାଇଛି । ଅପରପକ୍ଷରେ ଏସବୁ ସତ୍ତ୍ୱେ ଆବେଗ ଭିତରେ ଏକତା’ର ବାର୍ତ୍ତା ବହନ କରୁଥିବା ଟୋକିଓ ଅଲିମ୍ପିକ୍ସ ସଫଳତାର ସହ ଶେଷ ହେବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ଆଶା ରଖିଛି । ତେବେ ପ୍ରଥମ ଥର ପାଇଁ ୧୨୭ ଜଣ ଖେଳାଳିଙ୍କୁ ଭାରତ ଟୋକିଓ ପଠାଇଥିବା ବେଳେ ନିଜ ପଦକ ସଂଖ୍ୟାକୁ ୨ ଅଙ୍କରେ ପହଞ୍ଚାଇବ ବୋଲି ଆଶା ରଖିଛି । ଯଦି ଓଡ଼ିଶା କଥା ଦେଖିବା ଦୌଡ଼ରାଣୀ ଦୂତି ଚାନ୍ଦ ଏବଂ ହକି ତାରକା ବୀରେନ୍ଦ୍ର ଲାକ୍ରା, ଅମିତ ରାହିଦାସ, ଦୀପଗ୍ରେସ ଏକ୍କା, ନମିତା ଟୋପ୍ପୋ ଏଥର ଅଲିମ୍ପିକ୍ସରେ ନିଜ ଯାଦୁ ଦେଖାଇବେ ।
କରୋନା ମହାମାରୀ ଜନିତ ନିରାଶା ମଧ୍ୟରେ ବିଶ୍ୱ କ୍ରୀଡାର ଏହି ମହାକୁମ୍ଭ ଆୟୋଜନ ପାଇଁ ପ୍ରସ୍ତୁତ ଟୋକିଓ ନଗରୀ । ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଚଳିତ ଥରର ସଂସ୍କରଣକୁ ‘ଆଶାର ଅଲିମ୍ପିକ୍ସ’ ଭାବେ ଅଭିହିତ କରିଥିବା ବେଳେ ନିଜ ଇତିହାସରେ ସବୁଠୁ ବଡ଼ ଦଳ ସହ ଯାଇଥିବା ଭାରତ ମଧ୍ୟ ଏଥର ନିଜ କ୍ରୀଡା ସାମର୍ଥ୍ୟର ପ୍ରଦର୍ଶନ ପାଇଁ ଅଣ୍ଟା ଭିଡିଛି । ଏଥର ଟୋକିଓରେ ଏକ ନୂଆ ଇତିହାସ ରଚିବାକୁ ଲକ୍ଷ୍ୟ ରଖିଛି ଭାରତୀୟ ଦଳ । ବିଶେଷକରି ଶୁଟିଂ, ବକ୍ସିଂ, ରେସଲିଂରେ ଏକାଧିକ ପଦକ ସହ ନିଜ ନୈରାଶ୍ୟଜନକ ଅଲିମ୍ପିକ୍ସ ରେକର୍ଡ ସୁଧାରିବାକୁ ଆଉ ଏକ ସୁଯୋଗ ପାଇଛି ଭାରତ ।
କୋଭିଡ୍‌-୧୯ ଯୋଗୁଁ ଗୋଟିଏ ବର୍ଷ ସ୍ଥଗିତ ରହିବା ପରେ ବି ଟୋକିଓ ଅଲିମ୍ପିକ୍ସ ଉପରୁ ଏହି ମହାମାରୀର ବିପଦ ଟଳି ନାହିଁ । ଆୟୋଜକ ନଗରୀ ଟୋକିଓରେ ବି କରୋନା ସ୍ଥିତି ବେଶ୍ ଗମ୍ଭୀର । ଏଠାରେ ପ୍ରତ୍ୟହ ହଜାରେରୁ ଊର୍ଦ୍ଧ୍ୱ ମାମଲା ରେକର୍ଡ କରାଯାଉଛି । ତନ୍ମଧ୍ୟରୁ ଅଲିମ୍ପିକ୍ସରେ ଏଯାବତ ଠାବ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ନଗଣ୍ୟ ଥିଲେ ବି ପ୍ରତିଯୋଗୀଙ୍କ ମନରେ ଭୟ ରହିଛି । ସଂକ୍ରମଣ ଭୟକୁ ଦୃଷ୍ଟିରେ ରଖି ଦର୍ଶକଙ୍କୁ ବାରଣ କରାଯାଇଛି । ଫଳରେ ଏହି କ୍ରୀଡା ମହାକୁମ୍ଭ ସହ ଜଡିତ ସେହି ଉତ୍ସାହ ନାହିଁ । ତଥାପି ଟୋକିଓ ଅଲିମ୍ପିକ୍ସକୁ ଆଶାର ବର୍ତ୍ତିକା ଭାବେ ଉପସ୍ଥାପନ କରିବାକୁ ଆଇଓସି ପକ୍ଷରୁ ଯଥାସମ୍ଭବ ଉଦ୍ୟମ କରାଯାଇଛି ଏବଂ ଏହାର ସକାରାତ୍ମକ ଦିଗ ଉପରେ ଧ୍ୟାନ ଦେବାକୁ ଅଂଶଗ୍ରହଣକାରୀ ଆଥଲେଟ ମାନଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି ।
ଆଇଓସି ସଭାପତି ଥୋମାସ୍ ବାକ୍ କହିଛନ୍ତି ଯେ, କରୋନା ସଙ୍କଟର ମୁକାବିଲା କରିବା ପାଇଁ ଟୋକିଓ ଅଲିମ୍ପିକ୍ସ ଏକ ମାଧ୍ୟମ । ଅଲିମ୍ପିକ୍ସ ପରେ ଆଶାର ଏହି ବାର୍ତ୍ତା ଆତ୍ମବିଶ୍ୱାସର ସନ୍ଦେଶରେ ପରିଣତ ହେବ ।
ଶୁକ୍ରବାର ଉଦଘାଟନୀ ଉତ୍ସବ ସହ ଅଗଷ୍ଟ ୮ ଯାଏଁ ଅନୁଷ୍ଠିତ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସର ଶୁଭାରମ୍ଭ ହେବ । ବାକ୍ ଆଶାବାଦୀ ଯେ ଏହି ଅଲିମ୍ପିକ୍ସ ପ୍ରତିଯୋଗିତା ଆନନ୍ଦ ଓ ଆଶ୍ୱସ୍ତିର ମୁହୂର୍ତ୍ତ ହେବ ।