SC and ST Dept - The Sakala

ଭିଜିଲାନ୍ସ ଜାଲରେ ଏସଟି ଏବଂ ଏସସି ବିଭାଗର ୨ ଅଡିଟର, ୧୪ ଲକ୍ଷରୁ ଊର୍ଦ୍ଧ୍ୱ ସନ୍ଦିଗ୍ଧ ଲାଞ୍ଚ ଟଙ୍କା ଜବତ
ବାରିପଦା: ଭିଜିଲାନ୍ସ ଜାଲରେ ୨ ଅଡିଟ ଅଫିସର । ଓଡ଼ିଶା ସରକାରଙ୍କ ଏସସି/ଏସଟି (SC/ST) ଉନ୍ନୟନ ବିଭାଗର ଦୁଇଜଣ ଅଡିଟରଙ୍କୁ ଓଡ଼ିଶା ଭିଜିଲାନ୍ସ କାବୁ କରିଛି। ଅଡିଟ୍ କାର୍ଯ୍ୟ ଶେଷ କରି ସେମାନେ ବାରିପଦା ଜିଲ୍ଲା ମଙ୍ଗଳ ଅଧିକାରୀ (DWO)ଙ୍କ କାର୍ଯ୍ୟାଳୟରୁ ସରକାରୀ ସ୍କର୍ପିଓ ଗାଡ଼ି ଯୋଗେ ରକ୍ସି ଲେନ୍‌ରେ ଥିବା ମହାପାତ୍ର ହୋଟେଲକୁ ଫେରୁଥିବା ବେଳେ ଏହି ଚଢ଼ାଉ କରାଯାଇଥିଲା।

ଯାଞ୍ଚ ସମୟରେ ସେମାନଙ୍କ ନିକଟରୁ ୫୨ଟି ଲଫାପା ଏବଂ ୨୦ଟି ଖୋଲା ବିଡ଼ାରେ ଥିବା ମୋଟ ୫,୫୧,୫୧୦ ଟଙ୍କା (ସନ୍ଦିଗ୍ଧ ଲାଞ୍ଚ ଟଙ୍କା) ମିଳିଥିଲା, ଯାହାର କୌଣସି ସନ୍ତୋଷଜନକ ଉତ୍ତର ସେମାନେ ଦେଇପାରି ନ ଥିଲେ। ଏହାପରେ ସେମାନେ ରହୁଥିବା ହୋଟେଲ କୋଠରୀରେ ତଲାସି ନିଆଯାଇଥିଲା। ହୋଟେଲ କୋଠରୀରୁ ଆହୁରି ୮,୮୬,୮୩୦ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି। ଏହି ବିପୁଳ ପରିମାଣର ଟଙ୍କା ସମ୍ପର୍କରେ କୌଣସି ହିସାବ ଦେଇ ନ ପାରିବାରୁ ସର୍ବମୋଟ ୧୪,୩୮,୩୪୦ ଟଙ୍କା ଭିଜିଲାନ୍ସ ଦ୍ୱାରା ଜବତ କରାଯାଇଛି। ଟଙ୍କାର ପ୍ରକୃତ ଉତ୍ସ ଜାଣିବା ପାଇଁ ବର୍ତ୍ତମାନ ସେମାନଙ୍କୁ ପଚରାଉଚରା କରାଯାଉଛି। ଏହା ସହିତ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ (DA angle) ସନ୍ଦେହରେ ସେମାନଙ୍କ ସମ୍ପର୍କିତ ବିଭିନ୍ନ ଠିକଣାରେ ମଧ୍ୟ ଚଢ଼ାଉ ଆରମ୍ଭ ହୋଇଛି।

ଏହି ଦୁଇ ଅଡିଟର ବାରିପଦା DWO କାର୍ଯ୍ୟାଳୟର ଅଡିଟ୍ କରିବା ପାଇଁ ଗତ ୩୦ ଅଗଷ୍ଟ ୨୦୨୬ରୁ ବାରିପଦାରେ ଡେରା ପକାଇଥିଲେ। ଏହା ଅଧୀନରେ ଥିବା ବିଭିନ୍ନ ଆଶ୍ରମ, ସେବାଶ୍ରମ, ହାଇସ୍କୁଲ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଏସଏସଡି (SSD) ହଷ୍ଟେଲଗୁଡ଼ିକର ଅଡିଟ୍ ଦାୟିତ୍ୱ ସେମାନେ ନେଇଥିଲେ। ସେମାନେ ପ୍ରଧାନଶିକ୍ଷକ ଓ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ସମସ୍ତ ସ୍କୁଲ ଓ ହଷ୍ଟେଲ ରେଜିଷ୍ଟର ତଥା ଫାଇଲ୍ ଧରି ବାରିପଦାରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ସ୍କୁଲଗୁଡ଼ିକର ଅଡିଟ୍ ସୁରୁଖୁରୁରେ କରାଇଦେବା ପାଇଁ ପ୍ରତି ନାମଲେଖା ଥିବା ଛାତ୍ରଛାତ୍ରୀ ପିଛା ୧୦ ଟଙ୍କା ଲେଖାଏଁ ଲାଞ୍ଚ ମାଗୁଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗର ସତ୍ୟତା ଜାଣିବା ପରେ ଭିଜିଲାନ୍ସ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଚଢ଼ାଉ ଏବେ ମଧ୍ୟ ଜାରି ରହିଛି। ବିସ୍ତୃତ ରିପୋର୍ଟକୁ ଅପେକ୍ଷା କରାଯାଇଛି।