Destroy Humanity - The Sakala

ଆନ୍ଥ୍ରୋପିକ୍‌ ଗବେଷକଙ୍କ ଭୟଙ୍କର ଚେତାବନୀ: ମଣିଷକୁ ଧ୍ୱଂସ କରିଦେବ ଏଆଇ
ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଦ୍ରୁତ ବିକାଶ ମଣିଷ ସମାଜ ପାଇଁ ଯେତିକି ସୁଯୋଗ ସୃଷ୍ଟି କରୁଛି, ତହିଁରୁ ଅଧିକ ବିପଦ ସୃଷ୍ଟି କରିଛି।  କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଦ୍ରୁତ ପ୍ରତିଯୋଗିତା ସୁପର ଇଣ୍ଟେଲିଜେନ୍ସ ଆଡ଼କୁ ଅଗ୍ରସର ହେଉଛି। କମ୍ପାନୀଗୁିକ ବିପଜ୍ଜନକ ଭାବରେ ନିଜକୁ ନିଜେ ବିକଶିତ କରୁଥିବା ‘ସୁପର ଇଣ୍ଟେଲିଜେନ୍ସ’ ପାଇଁ ବିପଦପୂର୍ଣ୍ଣ ଭାବରେ ଅଗ୍ରସର ହେଉଛନ୍ତି। ଏହାର ପରିଣାମ ଅତ୍ୟନ୍ତ ଭୟଙ୍କର ଏବଂ ଆସନ୍ତା ଦଶନ୍ଧି ସୁଦ୍ଧା ଏଆଇ ବା କୃତ୍ରିମ ବୁଦ୍ଧିମତ୍ତା ଅତି ଶକ୍ତିଶାଳୀ ହୋଇ ମାନବ ଜାତିକୁ ଧ୍ୱଂସ କରିଦେଇପାରେ ବୋଲି ଚେତାବନୀ ଦେଇଛନ୍ତି ଏଆଇ କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ଗବେଷଣା ସଂସ୍ଥା ଆନ୍ଥ୍ରୋପିକର ଗବେଷକ ଇଭାନ ହୁବିଙ୍ଗର। ସେହିପରି ଆନ୍ଥ୍ରୋପିକ୍‌ର ଅନ୍ୟଜଣେ ଗବେଷକ ମଧ୍ୟ ଅନୁରୂପ ଆଶଙ୍କା କରିବା ସହ  ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ଆନ୍ଥ୍ରୋପିକ୍‌ର ଆଲାଇନମେଣ୍ଟ ସାଇନ୍ସ ଟିମ୍‌ର ମୁଖ୍ୟ ଇଭାନ୍‌ ହୁବିଙ୍ଗର୍‌ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ କରିଥିବା ଆଶଙ୍କା ସାରା ବିଶ୍ୱକୁ ଚକିତ କରିଛି। ଅନ୍ତର୍ଜାତୀୟ ଗଣମାଧ୍ୟମଗୁଡ଼ିକରେ ହବିଙ୍ଗରଙ୍କ ଏହି ଚେତାବନୀକୁ ଗୁରୁତର ଭାବରେ ଗ୍ରହଣ କରିଛନ୍ତି। ହୁବିଙ୍ଗର କହିଛନ୍ତି ଯେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ମଣିଷଜାତି ପାଇଁ ଚରମ ବିପଦ ସୃଷ୍ଟି କରିପାରେ ଓ  ଆଗାମୀ ୧୦ ବର୍ଷ ମଧ୍ୟରେ ଏହି ଅଘଟଣ ଘଟିବାର ଆଶଙ୍କା ଯଥେଷ୍ଟ। ଏଆଇ ସୁରକ୍ଷା ଓ ଆଲାଇନମେଣ୍ଟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ହୁବିଙ୍ଗର କହିଛନ୍ତି ଯେ ଏଆଇ ବ୍ୟବସ୍ଥାର ଲକ୍ଷ୍ୟ, ଆଚରଣ ଓ ନିଷ୍ପତ୍ତିକୁ ମଣିଷର ମୂଲ୍ୟବୋଧ ଏବଂ ଉଦ୍ଦେଶ୍ୟ ସହ ସମନ୍ୱିତ ରଖିବାର ପ୍ରକ୍ରିୟାକୁ ଆଲାଇନମେଣ୍ଟ ବୋଲି କୁହାଯାଏ। ମାତ୍ର ଭବିଷ୍ୟତରେ ଯଦି ଏଆଇ ବ୍ୟବସ୍ଥା ମଣିଷଠାରୁ ଅଧିକ କ୍ଷମତାଶାଳୀ ହୋଇଯାଏ, ତେବେ ଏହାକୁ ମଣିଷର ନିୟନ୍ତ୍ରଣ ମଧ୍ୟରେ ରଖିବା କେତେ ଅସମ୍ଭବ ହେବ; ତାହା ଅକଳ୍ପନୀୟ ।

ସେ କହିଛନ୍ତି ଯେ ଆନ୍ଥ୍ରୋପିକ୍‌ ସଂସ୍ଥା ଏଆଇ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ୱର ସହ କାମ କରୁଛି। ମାତ୍ର ଅତ୍ୟଧିକ ଉନ୍ନତ ବା ‘ସୁପରଇଣ୍ଟେଲିଜେନ୍ସ’ ଏଆଇକୁ କିପରି ନିରାପଦ ଭାବେ ନିୟନ୍ତ୍ରଣ କରାଯିବ, ତାହାର ସମାଧାନ ଏପର୍ଯ୍ୟନ୍ତ ମଣିଷ ପାଖରେ ନାହିଁ । ଏହି କାରଣରୁ ଏଆଇର କ୍ଷମତା ଯେଉଁ ଗତିରେ ବଢ଼ୁଛି, ତାହା ସହ ତାହାକୁ ବୁଝିବା, ନିରୀକ୍ଷଣ କରିବା ଓ ନିୟନ୍ତ୍ରଣ କରିବାର ମାନବୀୟ କ୍ଷମତା ସମାନ ଗତିରେ ବଢ଼ୁନାହିଁ । ଏଆଇର ବିକାଶ ଏବେ ଶିକ୍ଷା, ସ୍ୱାସ୍ଥ୍ୟ, ଗବେଷଣା, ଶିଳ୍ପ, ପ୍ରତିରକ୍ଷା, ଅର୍ଥନୀତି ଓ ଯୋଗାଯୋଗ ଭଳି ପ୍ରାୟ ପ୍ରତ୍ୟେକ କ୍ଷେତ୍ରକୁ ପ୍ରଭାବିତ କରୁଛି। ଏଆଇ ଆଧାରିତ ବ୍ୟବସ୍ଥା ଅଧିକ ସ୍ୱୟଂଚାଳିତ ଓ ନିଷ୍ପତ୍ତି ନେବାରେ ସକ୍ଷମ ହେବା ସହିତ ଏହାର ଭୁଲ ବ୍ୟବହାର, ନିୟନ୍ତ୍ରଣ ହରାଇବା କିମ୍ବା ମଣିଷର ଉଦ୍ଦେଶ୍ୟ ବିପରୀତ ଭାବେ କାର୍ଯ୍ୟ କରିବା ଭଳି ବିପଦକୁ ନେଇ ଚର୍ଚ୍ଚା ତୀବ୍ର ହୋଇଛି।

ଆନ୍ଥ୍ରୋପିକ୍‌ ଗବେଷକଙ୍କ ଏଭଳି ଚେତାବନୀ ଏଆଇର ବିକାଶ ସହ ସୁରକ୍ଷା ବ୍ୟବସ୍ଥା, ନିୟମାବଳୀ ଓ ମାନବୀୟ ନିୟନ୍ତ୍ରଣକୁ ସମାନ ଗୁରୁତ୍ୱ ଦେବାର ଆବଶ୍ୟକତାକୁ ପୁଣି ସାମ୍ନାକୁ ଆଣିଛି। ଏଆଇକୁ ବନ୍ଦ କରିଦେବା ନୁହେଁ, ବରଂ ଏହାର ବିକାଶକୁ ଦାୟିତ୍ୱଶୀଳ ଓ ସୁରକ୍ଷିତ କରିବା ବର୍ତ୍ତମାନ ଆହ୍ୱାନ ପାଲଟିଛି। ଶକ୍ତିଶାଳୀ ଏଆଇ ପ୍ରଣାଳୀ ବିକାଶ ପୂର୍ବରୁ ତାହାର ବିପଦର ପରୀକ୍ଷଣ, ସ୍ୱଚ୍ଛ ନିରୀକ୍ଷଣ ଓ ଆନ୍ତର୍ଜାତୀୟ ସୁରକ୍ଷା ମାନଦଣ୍ଡ ନିର୍ଦ୍ଧାରଣ ଉପରେ ଅଧିକ ଗୁରୁତ୍ୱ ଦେବା ଜରୁରୀ ବୋଲି ସେ କହିଛନ୍ତି ।

ଏହି ଚେତାବନୀ ମଧ୍ୟରେ ଆନ୍ଥ୍ରୋ୍ରପିକ୍‌ର ଅନ୍ୟଜଣେ ବଡ଼ ଗବେଷକ ଜାକବ୍‌ କକ୍ସନ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ମାନବ ଜାତିପ୍ରତି ବିପଦ ସୃଷ୍ଟି କରି ପାରୁଥିବା ଓ ନିଜକୁ ନିଜେ ବିକଶିତ କରିବାକୁ ସକ୍ଷମ ଏଆଇ ସିଷ୍ଟମ ନିର୍ମାଣ କ୍ଷେତ୍ରରେ ପ୍ରତିଯୋଗିତାକୁ ନେଇ ସେ ଚିନ୍ତାବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ବିଶ୍ୱ ଏବେ ଆଇ ସମ୍ପର୍କୀତ ସବୁଠୁ ସ୍ପର୍ଶକାତର ଦିଗରେ ଗତିକରୁଛି। ଆସନ୍ତା ବର୍ଷ ଶେଷ ସୁଦ୍ଧା ପରିସ୍ଥିତି ହାତ ପାହାନ୍ତାରୁ ବାହାରକୁ ଚାଲିଯାଇ ପାରେ ବୋଲି ଆଶଙ୍କାପ୍ରକାଶ କରିଛନ୍ତି । ଏଆଇ କମ୍ପାନୀଗୁଡ଼ିକ ନିଜ ଫାଶରେ ଫସି ଯାଇଛନ୍ତି  ବୋଲି ଉଲ୍ଲେଖ କରି ଜାକବ୍‌ ଗବେଷଣା କାର୍ଯ୍ୟରୁ ଓହରିବାକୁ ଘୋଷଣା କରିଛନ୍ତି।