Preventive Care - The Sakala

ପ୍ରତିବର୍ଷ କିଣୁଛନ୍ତି କି ୨୦-ଟେଷ୍ଟ୍ ହେଲ୍ଥ ପ୍ୟାକେଜ୍? ଟଙ୍କା ବର୍ବାଦ ନକରି କେବଳ ଏହି ଜରୁରୀ ପରୀକ୍ଷା କରାନ୍ତୁ ବୋଲି କହିଲେ ନ୍ୟୁରୋଲୋଜିଷ୍ଟ୍
ଆଜିକାଲି ସ୍ୱାସ୍ଥ୍ୟକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇବା ସହ ବିଭିନ୍ନ ପ୍ରକାରର ରୋଗକୁ ନେଇ ଭୟ ମଧ୍ୟ ବଢ଼ିବାରେ ଲାଗିଛି। ଏହି କାରଣରୁ ଅନେକ ଲୋକ ପ୍ରତିବର୍ଷ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥାନ୍ତି। କିନ୍ତୁ ଆପଣ ପ୍ରତିବର୍ଷ ୨୦-ଟେଷ୍ଟ୍ 'ଏକ୍ସିକ୍ୟୁଟିଭ୍ ହେଲ୍ଥ ପ୍ୟାକେଜ୍' (20-test Executive Health Package) କିଣି ଟଙ୍କା ଖର୍ଚ୍ଚ କରୁଛନ୍ତି କି? ଯଦି ହଁ, ତେବେ ଏହା ଆପଣଙ୍କ ପାଇଁ ଟଙ୍କା ବର୍ବାଦ ସଦୃଶ ହୋଇପାରେ। ହାଇଦ୍ରାବାଦ ସ୍ଥିତ ଆପୋଲୋ ହସ୍ପିଟାଲର ପ୍ରତିଷ୍ଠିତ ସ୍ନାୟୁରୋଗ ବିଶେଷଜ୍ଞ (Neurologist) ଡାକ୍ତର ସୁଧୀର କୁମାର ଏକ୍ସ (ପୂର୍ବରୁ ଟ୍ୱିଟର) ମାଧ୍ୟମରେ ଏକ ପୋଷ୍ଟ ଶେୟାର କରି ଲୋକଙ୍କୁ ଏଭଳି ଅଦରକାରୀ ଟେଷ୍ଟ୍ ପ୍ୟାକେଜ୍‌ରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି। ତାଙ୍କ ମତରେ, ପ୍ରିଭେଣ୍ଟିଭ୍ ମେଡିସିନର ଉଦ୍ଦେଶ୍ୟ ସବୁକିଛି ପରୀକ୍ଷା କରିବା ନୁହେଁ, ବରଂ ସଠିକ୍ ସମୟରେ ପ୍ରକୃତ ରୋଗକୁ ଚିହ୍ନଟ କରିବା ଅଟେ।

ବିଭିନ୍ନ ହସ୍ପିଟାଲ୍ ଏବଂ ଡାଏଗ୍ନୋଷ୍ଟିକ୍ ସେଣ୍ଟରଗୁଡ଼ିକ ସେମାନଙ୍କ ପ୍ୟାକେଜ୍‌ରେ ଇସିଜି (ECG), ୨ଡି ଇକୋ (2D echo), ଟ୍ରେଡ୍‌ମିଲ୍ ଟେଷ୍ଟ, ପେଟର ଅଲଟ୍ରାସାଉଣ୍ଡ୍, ଛାତି ଏକ୍ସ-ରେ, ଫୁଲ୍ ଭିଟାମିନ୍ ପ୍ୟାନେଲ୍ ଏବଂ ଦର୍ଜନ ଦର୍ଜନ ବ୍ଲଡ୍ ଟେଷ୍ଟ୍ ପ୍ରତିବର୍ଷ କରାଇଥାନ୍ତି। ତେବେ ଡାକ୍ତର କୁମାର ସ୍ପଷ୍ଟ କରିଛନ୍ତି ଯେ, କୌଣସି ଲକ୍ଷଣ ନଥିବା ସୁସ୍ଥ ଲୋକମାନଙ୍କ କ୍ଷେତ୍ରରେ ଏଭଳି ଅତ୍ୟଧିକ ପରୀକ୍ଷା (Over-testing) କେବଳ ଅଯଥା ଚିନ୍ତା ଓ ମାନସିକ ଚାପ ସୃଷ୍ଟି କରେ। ଏହାଦ୍ୱାରା ଅନେକ ସମୟରେ ଅନାବଶ୍ୟକ ମେଡିକାଲ୍ ପ୍ରୋସିଡ୍ୟୁଅର୍ କରିବାକୁ ପଡ଼ିଥାଏ, ଯାହାର ପ୍ରକୃତରେ କୌଣସି ଆବଶ୍ୟକତା ନଥାଏ।

କେଉଁ ପରୀକ୍ଷାଗୁଡ଼ିକ ପ୍ରକୃତରେ ଜରୁରୀ?

ପ୍ରମାଣ-ଭିତ୍ତିକ ସ୍ୱାସ୍ଥ୍ୟ ସେବା ଅନୁଯାୟୀ, ଅଧିକାଂଶ ସୁସ୍ଥ ଓ ଲକ୍ଷଣବିହୀନ ବୟସ୍କ ବ୍ୟକ୍ତିଙ୍କ ପାଇଁ କିଛି ନିର୍ଦ୍ଦିଷ୍ଟ କୋର୍ ମାର୍କର (Core markers) ପରୀକ୍ଷା କରିବା ହିଁ ଯଥେଷ୍ଟ। ଡାକ୍ତର ସୁଧୀର କୁମାରଙ୍କ ମତରେ ନିମ୍ନଲିଖିତ ପରୀକ୍ଷାଗୁଡ଼ିକ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ:

* ରକ୍ତଚାପ ବା ବ୍ଲଡ୍ ପ୍ରେସର (Blood pressure)

* ଅଣ୍ଟାର ଆକାର ଏବଂ ବିଏମ୍‌ଆଇ (Waist circumference and BMI)

* ଲିପିଡ୍ ପ୍ରୋଫାଇଲ୍ (Lipid profile)

* ଏଚ୍‌ବିଏ୧ସି (HbA1c) କିମ୍ବା ଫାଷ୍ଟିଂ ବ୍ଲଡ୍ ସୁଗାର (Fasting glucose)

* ଆବଶ୍ୟକତା ଅନୁଯାୟୀ କିଡନୀ ଫଙ୍କସନ୍ ଟେଷ୍ଟ (Kidney function test)

* ସାମଗ୍ରିକ କାର୍ଡିଓଭାସ୍କୁଲାର୍ ରିସ୍କ (Cardiovascular risk) ଆକଳନ।

ହୃଦ୍‌ରୋଗ ଆଶଙ୍କା ପାଇଁ ଆଡଭାନ୍ସଡ୍ ମାର୍କର

ସାଧାରଣ ପରୀକ୍ଷା ବ୍ୟତୀତ ହୃଦ୍‌ରୋଗ ସମ୍ବନ୍ଧୀୟ କିଛି ଆଡଭାନ୍ସଡ୍ କାର୍ଡିଆକ୍ ରିସ୍କ ମାର୍କର ସମ୍ପର୍କରେ ଜାଣିବା ମଧ୍ୟ ଲାଭଦାୟକ ବୋଲି ଡାକ୍ତର କୁମାର ପରାମର୍ଶ ଦେଇଛନ୍ତି। ୨୦୨୬ ଏସିସି/ଏଏଚ୍‌ଏ (2026 ACC/AHA) ଗାଇଡଲାଇନ୍ ଅନୁଯାୟୀ, ବୟସ୍କ ଅବସ୍ଥାରେ ଅତିକମରେ ଥରେ ଲିପୋପ୍ରୋଟିନ୍-ଏ ବା Lp(a) ପରୀକ୍ଷା କରାଇବା ଉଚିତ୍। ସେହିପରି ଆପୋବି (ApoB) ଟେଷ୍ଟ୍ ମଧ୍ୟ କିଛି ନିର୍ଦ୍ଦିଷ୍ଟ ଲୋକଙ୍କ କ୍ଷେତ୍ରରେ କେବଳ ସାଧାରଣ ଏଲ୍‌ଡିଏଲ୍ (LDL) ତୁଳନାରେ ସମ୍ଭାବ୍ୟ ହୃଦ୍‌ରୋଗ ଆଶଙ୍କାର ସ୍ପଷ୍ଟ ଚିତ୍ର ପ୍ରଦାନ କରିଥାଏ। ତେଣୁ, ଆପଣଙ୍କୁ ପ୍ରକୃତରେ ଯେଉଁ ଟେଷ୍ଟର ଆବଶ୍ୟକତା ଅଛି, କେବଳ ତାହା ହିଁ କରାନ୍ତୁ ଏବଂ ଅଯଥା ହେଲ୍ଥ ପ୍ୟାକେଜ୍ କିଣିବାଠାରୁ ନିବୃତ୍ତ ରୁହନ୍ତୁ।