Bhadrak Rural Police - The Sakala

ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା
ଭଦ୍ରକ: ପୁଅକୁ ହାଣି ହତ୍ୟା କଲା ବାପା । ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ବାପା ନିଜ ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଚୁନିଡା ଅଞ୍ଚଳରେ ବୁଧବାର ଦିନ ଘଟିଛି। ମୃତ ଯୁବକଙ୍କ ନାମ ବିକାଶ ସାହୁ ହୋଇଥିବା ବେଳେ ଅଭିଯୁକ୍ତ ବାପାଙ୍କ ନାମ ରବି ସାହୁ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, କୌଣସି ଏକ କାରଣକୁ ନେଇ ରବି ଏବଂ ତାଙ୍କ ପୁଅ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା। ବୁଧବାର ସକାଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା, ଯାହା ପରେ ଉଗ୍ର ରୂପ ନେଇଥିଲା। ଅଭିଯୋଗ ଅନୁଯାୟୀ, ଉତ୍ତ୍ୟକ୍ତ ହୋଇ ରବି ପ୍ରଥମେ ନିଜ ବୋହୂଙ୍କୁ ଘର ଭିତରେ ବନ୍ଦ କରିଦେଇଥିଲେ ଏବଂ ପରେ ପୁଅ ବିକାଶଙ୍କୁ ଏକ ଛୁରୀରେ ଆକ୍ରମଣ କରିଥିଲେ। ଗୁରୁତର ଆହତ ଅବସ୍ଥାରେ ବିକାଶଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣା ପରେ ସ୍ଥାନୀୟ ଲୋକେ ଅଭିଯୁକ୍ତ ରବି ସାହୁଙ୍କୁ ଅଟକ ରଖି ପୋଲିସକୁ ଜିମା ଦେଇଥିଲେ। ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ଖୋଳତାଡ଼ ଜାରି ରଖିଛି। ଅନ୍ୟପକ୍ଷରେ, ଅଭିଯୁକ୍ତ ରବି ପୂର୍ବରୁ ନିଜର ପ୍ରଥମ ସ୍ତ୍ରୀଙ୍କୁ ମଧ୍ୟ ହତ୍ୟା କରିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ତେବେ ପୋଲିସ ଏହି ଅଭିଯୋଗର ମଧ୍ୟ ସତ୍ୟାସତ୍ୟ ଯାଞ୍ଚ କରୁଥିବା ଜଣାପଡିଛି।