punjab-cm-amarinder-singh - The Sakala

ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସର ‘କ୍ୟାପଟେନ’ ମାନିବାକୁ ରାଜି ଅମରିନ୍ଦର, ପିସିସି ସଭାପତି ଦାୟିତ୍ବ ଗ୍ରହଣ କାର୍ଯ୍ୟକ୍ରମରେ ହେବେ ସାମିଲ୍‌
ଚଣ୍ଡିଗଡ଼ : ଦୀର୍ଘ ଦିନ ଧରି ପଞ୍ଜାବ କଂଗ୍ରେସରେ ନବଜୋତ ସିଂହ ସିଦ୍ଧୁ ବନାମ କ୍ୟାପ୍ଟେନ ଅମରିନ୍ଦର ସିଂହ ଫାଇଟ୍‌ରେ ବ୍ରେକ୍‌ ଲାଗିବାକୁ ଯାଉଛି। ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଭାବେ ସିଦ୍ଧୁଙ୍କୁ ଦଳ ଚୟନ କରିବା ପରେ ୨୩ ତାରିଖରେ ହେବାକୁ ଥିବା ଦାୟିତ୍ୱ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଯୋଗଦେବେ ବୋଲି ଜଣାପଡିଛି।

ପଞ୍ଜାବ କଂଗ୍ରେସ କମିଟିର କାର୍ଯ୍ୟକାରିଣୀ ସଭାପତି କୁଲଜିତ୍ ନାଗ୍ରା ଏବଂ ସଙ୍ଗତ ସିଂ ଗିଲଜିଆନ୍ ମୋହାଲିସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଫାର୍ମ ହାଉସରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ଭେଟି ନବଜୋତ ସିଂ ସିଦ୍ଧୁଙ୍କ ଦସ୍ତଖତ ଥିବା ନିମନ୍ତ୍ରଣ ପତ୍ରକୁ ହସ୍ତାନ୍ତର କରିଥିଲେ। ମିଳିଥିବା ସୂଚନା ଅନୁସାରେ, ନବଜୋତ ସିଦ୍ଧୁଙ୍କ ଦାୟିତ୍ବ ଗ୍ରହଣ କାର୍ଯ୍ୟକ୍ରମରେ ଅମରିନ୍ଦର ସିଂହ ସାମିଲ ହେବେ। ଦଳର ବରିଷ୍ଠ ନେତୃତଙ୍କ ହସ୍ତକ୍ଷେପ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ମାନସ ଭଞ୍ଜନ ହୋଇଥିବା ନେଇ ଚର୍ଚ୍ଚା ହେଉଛି।

ସୂଚନାନୁସାରେ, ପଞ୍ଜାବର ସିଏମ ଅମରିନ୍ଦର ସିଂ ଶୁକ୍ରବାର ସକାଳ ୧୦ ଟାରେ ସମସ୍ତ କଂଗ୍ରେସ ବିଧାୟକ, ସାଂସଦ ତଥା ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କୁ ଚା ‘ପାଇଁ ନିମନ୍ତ୍ରଣ କରିଛନ୍ତି । ଏହା ପରେ ସେମାନେ ପଞ୍ଜାବ କଂଗ୍ରେସ ଭବନକୁ ଯାଇ ନୂତନ ପିସିସି ଅଧ୍ୟକ୍ଷ ପଦ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗଦେବେ ।

ସେପଟେ ପଞ୍ଜାବ ସ୍ୱାସ୍ଥ୍ୟମନ୍ତ୍ରୀ ବଲବୀର ସିଂ ସିଦ୍ଧୁ କହିଛନ୍ତି ଯେ ”ଦଳର ହାଇ କମାଣ୍ଡ ନବଜୋତ ସିଂ ସିଦ୍ଧୁଙ୍କୁ ରାଜ୍ୟ ମୁଖ୍ୟ କରିଛନ୍ତି । ତେଣୁ ସେ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ବଲବୀର ସିଂ ସିଦ୍ଧୁ କହିଛନ୍ତି ଯେ ମୁଁ ଶୁକ୍ରବାର ଦିନ ନବଜୋତ ସିଂ ସିଦ୍ଧୁଙ୍କ ପଦ ଗ୍ରହଣ କାର୍ଯ୍ୟକ୍ରମକୁ ଯିବି । ଅମରିନ୍ଦର ସିଂ ଏହି କାର୍ଯ୍ୟକ୍ରମରେ ଯୋଗଦେବେ କି ନାହିଁ, ମୁଁ କହି ପାରିବି ନାହିଁ । କ୍ୟାପଟେନ ଅମରିନ୍ଦର ପଞ୍ଜାବରେ ଦୀର୍ଘ ରାଜନୀତି କରିଛନ୍ତି ଏବଂ କରୁଛନ୍ତି । କିନ୍ତୁ ମୁଁ ସହମତ ଯେ ଦଳ ଉପରେ କେହି ନାହାଁନ୍ତି । ମୁଁ ଏଭଳି ସ୍ତରର ନେତା ନୁହେଁ ଯେ ମୁଁ ମୁଖ୍ୟମନ୍ତ୍ରୀଙ୍କ ପରି ଜଣେ ବଡ ନେତାଙ୍କ ବିଷୟରେ କହିପାରିବି ଯେ ସେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ କି ନାହିଁ ।”