Milk Procurement Price - The Sakala

ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ
ଭୁବନେଶ୍ୱର: ଦୁଗ୍ଧ ଚାଷୀଙ୍କ ପାଇଁ ଓମ୍‌ଫେଡ୍‌ର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ନିଷ୍ପତ୍ତି। ଗୋପାଳକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ଏବଂ ସେମାନଙ୍କ ଆୟ ବୃଦ୍ଧି ଉଦ୍ଦେଶ୍ୟରେ ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ (ଓମ୍‌ଫେଡ୍) ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ କ୍ଷୀର ସଂଗ୍ରହ ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି। ଏହି ନୂତନ ଦର ଆସନ୍ତା ସେପ୍ଟେମ୍ବର ୧୧ ତାରିଖରୁ ଲାଗୁ ହେବ।

ଏକ ସାମ୍ବାଦିକ ସମ୍ମିଳନୀରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ସୂଚନା ଦେଇଛନ୍ତି। ଗୋଖାଦ୍ୟ ଦର ବୃଦ୍ଧି ଓ ପରିବହନ ଖର୍ଚ୍ଚ ବଢ଼ିବା କାରଣରୁ କ୍ଷୀର ସଂଗ୍ରହ ମୂଲ୍ୟ ବୃଦ୍ଧି କରିବାକୁ ପ୍ରାଥମିକ ସମବାୟ ସମିତିର ଚାଷୀମାନେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି କରିଥିଲେ। ଏହି ଦାବିକୁ ବିଚାରକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସରକାର ଏବଂ ଓମ୍‌ଫେଡ୍ ପକ୍ଷରୁ କ୍ଷୀର ସଂଗ୍ରହ ଦରରେ ଏହି ବୃଦ୍ଧି କରାଯାଇଛି। ସରକାର ଚାଷୀଙ୍କ ଉନ୍ନତି ଓ ସେମାନଙ୍କ ଆୟ ଦ୍ୱିଗୁଣିତ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ମନ୍ତ୍ରୀ କହିଛନ୍ତି।

ବର୍ତ୍ତମାନ ରାଜ୍ୟରେ ୩ ଲକ୍ଷରୁ ଅଧିକ ଗୋପାଳକ ଅଛନ୍ତି ଏବଂ ସେମାନଙ୍କଠାରୁ ଦୈନିକ ୭ ଲକ୍ଷ ଲିଟର କ୍ଷୀର ସଂଗ୍ରହ କରାଯାଉଛି। ବର୍ଦ୍ଧିତ ଦର ଯୋଗୁଁ ଚାଷୀଙ୍କ ଗୋଖାଦ୍ୟ ଖର୍ଚ୍ଚ ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି। ଏହାଛଡ଼ା ଓମ୍‌ଫେଡ୍‌ର ଗୋଖାଦ୍ୟ ଛତିଶଗଡ଼ରେ ଉପଲବ୍ଧ ହେଉଥିବା ବେଳେ ଆଗାମୀ ଦିନରେ ଅନ୍ୟ ରାଜ୍ୟର ବଜାରରେ ମଧ୍ୟ ଓମ୍‌ଫେଡ୍ ଦୁଗ୍ଧଜାତ ସାମଗ୍ରୀର ପ୍ରସାର ପାଇଁ ଯୋଜନା କରାଯାଉଛି। ଓମ୍‌ଫେଡ୍ ସର୍ବଦା ନିଜର ସ୍ୱଚ୍ଛତା ଓ ଗୁଣବତ୍ତା ବଜାୟ ରଖିଛି ଏବଂ ଏହାର ଲାଭ ଯେପରି ତୃଣମୂଳ ସ୍ତରର ଚାଷୀଙ୍କ ପାଖରେ ପହଞ୍ଚିବ, ସେଥିପାଇଁ ଉଦ୍ୟମ ଜାରି ରହିଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।