low-pressure - The Sakala
୨୫ରେ ଲଘୁଚାପ: ବଢ଼ିବ ବର୍ଷା; ଆଜି ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ଘୂର୍ଣ୍ଣିବଳୟ ପ୍ରଭାବରେ ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିଥିବା ବେଳେ ମୌସୁମୀ ଜନିତ ନିମ୍ନ ଚାପରେଖା ଯୋଗୁଁ ଉତ୍ତର ଓଡ଼ିଶାରେ ବର୍ଷା ପାଇଁ ପାଗ ଅନୁକୂଳ କରାଇଛି।
ଏଥିପାଇଁ ମଙ୍ଗଳବାର ସୁଦ୍ଧା ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ନୟାଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ଢେଙ୍କାନାଳ ଜିଲ୍ଲାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି। ଏହାସହିତ ଗଞ୍ଜାମ, ରାୟଗଡ଼ା, ଗଜପତି, ମାଲକାନଗିରି, କୋରାପୁଟର କିଛି ଜାଗାରେ ପ୍ରବଳ ବର୍ଷା ହୋଇପାରେ।
ଆଗାମୀ ୩-୪ଦିନ ଓଡ଼ିଶାରେ ବିଭିନ୍ନ ଜିଲ୍ଲା ମାନଙ୍କରେ ବିଭିନ୍ନ ଜିଲ୍ଲାରେ ଭାରି ବର୍ଷା ସମ୍ଭାବନା ଥିବା ବେଳେ ୨୫-୨୬ ବେଳକୁ ଏକ ଲଘୁଚାପ ପ୍ରଭାବରେ ବର୍ଷାର ପ୍ରଭାବ ଆହୁରି ବଢ଼ିବା ଆଶଙ୍କା ରହିଛି।
ସୋମବାର ଦାରିଙ୍ଗବାଡ଼ିରେ ସର୍ବାଧିକ ୬୭ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ବଲାଙ୍ଗିର ୪୫, କୋରାପୁଟ ୨୩, ଗୋପାଳପୁର ୨୧, ଢେଙ୍କାନାଳ ୧୪ ଓ ନବରଙ୍ଗପୁରରେ ୧୨ ମିମି ବର୍ଷା ରେକର୍ଡ କରାଯାଇଛି।
ଭୁବନେଶ୍ୱ: ଦକ୍ଷିଣ-ପଶ୍ଟିମ ମୌସୁମୀ ବାୟୁ ଆସନ୍ତା ୪-୫ ଦିନ ମଧ୍ୟରେ ଓଡ଼ିଶା ଛୁଇଁପାରେ। ମଙ୍ଗଳବାର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ ପ୍ରଭାବରେ ମୌସୁମୀ ଅଧିକ ସକ୍ରିୟ ହେବ ଓ ଏହା ଓଡ଼ିଶାକୁ ଅଗ୍ରସର ହେବାର ସମ୍ଭାବନା ରହିଛି। ଲଘୁଚାପ ଯୋଗୁଁ ରାଜ୍ୟରେ ବର୍ଷାର ପ୍ରଭାବ ବୃଦ୍ଧି ପାଇବା ସହ ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିପାରେ। ଲଘୁଚାପ ପ୍ରଭାବରେ ସମୁଦ୍ର ମଧ୍ୟରେ ଘଣ୍ଟା ପ୍ରତି ୫୦ କିମି ବେଗରେ ପବନ ବହିପାରେ। ସମୁଦ୍ର ଅଶାନ୍ତ ରହିବ। ଏଥିପାଇଁ ୨୯ ତାରିଖରୁ ଜୁନ୍‌ ୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ମଙ୍ଗଳବାର ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ପରବର୍ତ୍ତୀ ଦୁଇ ଦିନରେ ଏହା ଅଧିକ ଘନୀଭୂତ ହେବ। ଏହା ପ୍ରଭାବରେ ୨୭ରୁ ବର୍ଷା ଆରମ୍ଭ ହୋଇ ୨୮ରୁ ବର୍ଷାର ପ୍ରଭାବ ବଢ଼ିବ। ମଙ୍ଗଳବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ରହିବ। ଏହାସହ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ଝଟକା ପବନର ବେଗ ୩୦ରୁ ୪୦ କିମି ରହିବ। ଯାହାକୁ ନେଇ ଏସବୁ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଅନ୍ୟପଟେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେନ୍ଦ୍ରୀୟ ଆରବ ସାଗରର କିଛି ଅଂଶ, ମୁମ୍ୱାଇ ସମେତ ମହାରାଷ୍ଟ୍ରର କିଛି ଅଂଶ, ବେଙ୍ଗାଲୁରୁ ସମେତ କର୍ଣ୍ଣାଟକ, ତାମିଲନାଡୁର ଅବଶିଷ୍ଟ ଅଂଶ, ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶର କିଛି ଅଂଶ, ପଶ୍ଚିମକେନ୍ଦ୍ରୀୟ ଏବଂ ଉତ୍ତର ବଙ୍ଗୋପସାଗରର କିଛି ଅଂଶ, ମିଜୋରାମର ଅବଶିଷ୍ଟ ଅଂଶ, ସମଗ୍ର ତ୍ରିପୁରା, ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ଆସାମ ଏବଂ ମେଘାଳୟର କିଛି ଅଂଶକୁ ଆଗକୁ ବଢ଼ିଛି। ଆଗାମୀ ୩ ଦିନ ମଧ୍ୟରେ ମୌସୁମୀ ବାୟୁ କେନ୍ଦ୍ରୀୟ ଆରବ ସାଗରର ଅବଶିଷ୍ଟ ଅଂଶ, ମହାରାଷ୍ଟ୍ରର ଆଉ କିଛି ଅଂଶ, କର୍ଣ୍ଣାଟକର ଆଉ କିଛି ଅଂଶ, ତେଲେଙ୍ଗାନାର କିଛି ଅଂଶ, ଆନ୍ଧ୍ର ପ୍ରଦେଶ, ପଶ୍ଚିମକେନ୍ଦ୍ରୀୟ ଏବଂ ଉତ୍ତର ବଙ୍ଗୋପସାଗରର ଆଉ କିଛି ଅଂଶ ଏବଂ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ଅବଶିଷ୍ଟ ଅଂଶ ଏବଂ ଉପ-ହିମାଳାୟ ପଶ୍ଚିମବଙ୍ଗ ଏବଂ ସିକିମର କିଛି ଅଂଶକୁ ଅଗ୍ରସର ହେବା ନେଇ ପରିସ୍ଥିତି ଅନୁକୂଳ ରହିଛି।
ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଅବପାତ, ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା
ଭୁବନେଶ୍ୱର: ‘ଦାନା’ ସୁଦୃଶ ଲଘୁଚାପରେ ପରିଣତ । ଦୁର୍ବଳ ହୋଇ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ବାତ୍ୟା ଦାନା। ଆଗାମୀ ୧୨ ଘଣ୍ଟାରେ ଆହୁରି ଦୁର୍ବଳ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। । ଏହା ବର୍ତ୍ତମାନ ଉତ୍ତର ଆଭ୍ୟନ୍ତରୀଣ ଓଡିଶା ଉପରେ ସକ୍ରିୟ ରହିଛି। ଦୁର୍ବଳ ଲଘୁଚାପ ପ୍ରଭାବରେ ଆଜି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳରେ ବର୍ଷା ଲାଗିରହିବ। ଉପକୂଳ ଓଡିଶାର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, ନୟାଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ବାକି ଓଡ଼ିଶାର ସବୁ ଜିଲ୍ଲାରେ ମେଘୁଆ ପାଗ ରହିବ। ଲଘୁଚାପ ଦୁର୍ବଳ ହୋଇଥିବାରୁ ସମସ୍ତ ବନ୍ଦରକୁ ଦିଆଯାଇଥିବା ବିପଦ ସଂକେତ ଉଠାଇ ଦିଆଯାଇଛି। ଆଜି ଦିନ ତମାମ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପାଗ ମେଘୁଆ ରହିବା ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ସମୁଦ୍ର ଅଶାନ୍ତ ଥିବାରୁ ଆଜି ସଂଧ୍ୟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି; ୪ରେ ଲଘୁଚାପ ଆଶଙ୍କା, ନାହିଁ ବାତ୍ୟା ଭୟ
ଭୁବନେଶ୍ୱର: ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ୪ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଅକ୍ଟୋବର ମାସରେ ସୃଷ୍ଟି ହେଉଥିବା ଲଘୁଚାପଗୁଡ଼ିକ ଅଧିକ ଶକ୍ତିଶାଳୀ ହେବା ସହ ବାତ୍ୟାରେ ପରିଣତ ହୋଇଥାଏ। ମାତ୍ର ଏହି ଲଘୁଚାପଟି ବିଶେଷ ଘନୀଭୂତ ହେବ ନାହିଁଁ ଓ ଓଡ଼ିଶା ପାଇଁ କୌଣସି ବାତ୍ୟା ଆଶଙ୍କା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଦକ୍ଷିଣ-ପୂର୍ବ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । କ୍ରମଶଃ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ଏହାର ପ୍ରଭାବରେ ୪ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ନିକଟସ୍ଥ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ନିକଟରେ ଏକ ଲଘୁଚାପ ସୃଷ୍ଟି ହେବ। ଉପକୂଳଠାରୁ କମ୍‌ ଦୂରତାରେ ଲଘୁଚାପ ସୃଷ୍ଟି ହେଉଥିବାରୁ ଏହା ଅଧିକ ଘନୀଭୂତ ନ ହୋଇ ଲଘୁଚାପ ରୂପରେ ସ୍ଥଳଭାଗ ଅତିକ୍ରମ କରିବ। ତେବେ ଲଘୁଚାପ ଯୋଗୁଁ ୪ ତାରିଖ ବେଳକୁ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ୪ ତାରିଖ ପରେ ଉତ୍ତର ଓଡ଼ିଶା ଓ ଏହାର ପାର୍ଶ୍ବବର୍ତ୍ତୀ ଜିଲ୍ଲାରେ ବର୍ଷାର ପରିମାଣ ବଢ଼ିବା ନେଇ ଆଶଙ୍କା କରାଯାଉଛି।
ଅନ୍ୟପଟେ ରାଜ୍ୟରେ ବର୍ତ୍ତମାନ ପ୍ରବଳ ଗୁଳୁଗୁଳି ଜାରି ରହିଛି। ବିଶେଷ କରି ଉପକୂଳବର୍ତ୍ତୀ ସହର ଓ ଏହାର ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଜଳୀୟବାଷ୍ପର ମାତ୍ରା ଅଧିକ ରହୁଥିବାରୁ ଗୁଳୁଗୁଳିର ପ୍ରଭାବ ଅଧିକ ରହୁଛି। ଗୁରୁବାର ରାଜ୍ୟରେ ଏହି ସ୍ଥିତି ଜାରି ରହିବା ସହ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ ଓ ଢେଙ୍କାନାଳ ଆଦିରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ କେନ୍ଦ୍ର ଆକଳନ କରିଛି। ବୁଧବାର ଜଗତସିଂହପୁର, ବୌଦ୍ଧ ଓ ଝାରସୁଗୁଡ଼ାରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିବା ବେଳେ ବାକି ସ୍ଥାନଗୁଡ଼ିକରେ ୩୩-୩୪ ଡିଗ୍ରୀ ମଧ୍ୟରେ ତାତି ରେକର୍ଡ କରାଯାଇଛି।
ବଙ୍ଗୋପସାଗରରେ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ସୃଷ୍ଟି ପାଇଁ ପାଣିପାଗ ଅନୁକୂଳ, ୪ରୁ ରାଜ୍ୟରେ ବଢ଼ିବ ବର୍ଷା
ଭୁବନେଶ୍ୱର: ବର୍ଷାରେ ଭିଜିପାରେ ଦୁର୍ଗାପୂଜା। ଗତ ଦୁଇଦିନ ହେଲା ରାଜ୍ଯରେ ଚାଲିଛି ଖରାବର୍ଷାର ଲୁଚକାଳି ଖେଳ । ପ୍ରବଳ ଖରା ସାଙ୍ଗକୁ ଅକସ୍ମାତ ହେଉଛି ବିଜୁଳି ଘଡ଼ଘଡ଼ି ସହ ବର୍ଷା । ଆଜି ବର୍ଷା ନେଇ ୧୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଅକ୍ଟୋବର ୬ରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ନେଇ ସମ୍ଭାବନା ଦେଖାଦେଇଛି । ଫଳରେ ୪ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ୪ ତାରିଖରୁ ୧୦ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ବର୍ଷା ହେବ ।
ଅନ୍ୟପଟେ ମୌସୁମୀ ଋତୁ ଶେଷ ହୋଇଛି । ସାରା ଦେଶରୁ ମୌସୁମୀ ଅପସାରଣ ମଧ୍ୟ ଆରମ୍ଭ ହୋଇଯାଇଛି। ଆଉ ଦିନ କେଇଟାରେ ଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅପସରି ଯିବ। ତେବେ ମୌସୁମୀ ଯିବା ସହ ଅକ୍ଟୋବର ୧ରୁ ଆରମ୍ଭ ହୋଇଯାଇଛି ବାତ୍ୟା ଋତୁ। ଅକ୍ଟୋବର-ଡିସେମ୍ବର ମାସ ପର୍ଯ୍ୟନ୍ତ ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଯେ କୌଣସି ମୁହୂର୍ତ୍ତରେ ବାତ୍ୟା ବିପଦ ଦେଖାଦେଇପାରେ। ଅନ୍ୟପଟେ ବଙ୍ଗୋପସାଗରରେ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ସୃଷ୍ଟି ପାଇଁ ପାଣିପାଗ ଅନୁକୂଳ ରହିଥିବା ଜଣାପଡ଼ିଛି। ବାତ୍ୟା ପାଇଁ ସାମୁଦ୍ରିକ ସ୍ଥିତି ଅନୁକୂଳ ରହୁଥିବାରୁ ଏହି ୪ ମାସରେ ଲଘୁଚାପ ସୃଷ୍ଟି ହେଲେ ଏହା ବାତ୍ୟାରେ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ରହିଛି।
ମୌସୁମୀ ଅପସାରଣ ପରେ ବାତ୍ୟାଗୁଡ଼ିକ ସାଧାରଣତଃ ଅଧିକ ଶକ୍ତିଶାଳୀ ହୋଇଥାଏ। ବର୍ତ୍ତମାନ ମାଡାନ୍‌ ଜୁଲିୟନ ଓସିଲେନସନର ସକରାତ୍ମକ ପ୍ରଭାବ ରହିଛି। ଏହା ବାତ୍ୟା ସୃଷ୍ଟି କରିବାରେ ଅତ୍ୟଧିକ ସହାୟକ ହୋଇଥାଏ। ସେହିପରି ଉତ୍ତର ଆଣ୍ଡାମାନ ସାଗର ସମେତ ବଙ୍ଗୋପସାଗରରେ ତାପମାତ୍ରା ପ୍ରାୟ ୩୨-୩୩ ଡିଗ୍ରୀ ମଧ୍ୟରେ ରହୁଛି। ବଙ୍ଗୋପସାଗର ତାପମାତ୍ରା ୨୬.୫ ଡିଗ୍ରୀ ଡେଇଁଲେ ଏହା ବାତ୍ୟା ପାଇଁ ସୁହାଉଥିବା ବେଳେ ଚଳିତ ବର୍ଷ ଏହା ତୁଳନାରେ ତାପମାତ୍ରା ଯଥେଷ୍ଟ ଅଧିକ ରହିଛି। ଏହାସହିତ ସମ୍ପୃକ୍ତ ଅଞ୍ଚଳରେ ବାୟୁ ପ୍ରବାହ ମଧ୍ୟ ସ୍ଥିର ରହିଛି। ଯାହାକି ବାତ୍ୟା ସୃଷ୍ଟି ଏକ ବଳିଷ୍ଠ ବାତାବରଣ ସୃଷ୍ଟି କରିଛି। ପୂର୍ବରୁ ଏହି ଭଳି ସ୍ଥିତି ସମୟରେ ୧୧ ଅକ୍ଟୋବର ୨୦୧୮ରେ ‘ତିତଲୀ’, ୧୨ ଅକ୍ଟୋବର ୨୦୧୩ରେ ଫାଇଲିନ, ୧୨ ଅକ୍ଟୋବର ୨୦୧୪ରେ ‘ହୁଡ୍‌ହୁଡ୍‌’ ଭଳି ବାତ୍ୟା ଓଡ଼ିଶା ବ୍ୟାପକ କ୍ଷୟକ୍ଷତି ଘଟାଇଥିବାରୁ ଚଳିତ ବର୍ଷ ମଧ୍ୟ ବାତ୍ୟା ଋତୁକୁ ପାଣିପାଗ ବିଭାଗ ସତର୍କତାର ସହ ନିରୀକ୍ଷଣ କରୁଛି। ଅକ୍ଟୋବର ମାସରେ ଆସୁଥିବା ବାତ୍ୟାଗୁଡ଼ିକ ଅଧିକ ଓ ଶକ୍ତିଶାଳୀ ହେଉଥିବାରୁ ଆସନ୍ତା ସପ୍ତାହରେ ସୃଷ୍ଟି ହେବାକୁଥିବା ଲଘୁଚାପ ଉପରେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ହୋଇଛି। ସୂଚନାଯୋଗ୍ୟ ଯେ ୧୯୯୯ ମହାବାତ୍ୟା ମଧ୍ୟ ଅକ୍‌ଟୋବର ୨୯ ତାରିଖରେ ହୋଇଥିଲା ।
ଆଜିଠାରୁ ମୌସୁମୀ ଋତୁ ୫% ନିଅଣ୍ଟିଆ ସହ ଶେଷ ହୋଇଛି। ଚଳିତ ମୌସୁମୀରେ ରାଜ୍ୟରେ ଜୁନ ୧ରୁ ଏଯାବତ ସ୍ୱାଭାବିକ ବର୍ଷା ୧୧୫୦.୨ ମିମି ତୁଳନାରେ ୧୦୯୨.୦ ମିମି ରେକର୍ଡ ହୋଇଛି। ଏହି ସମୟରେ ଦୁଇଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୨୪ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି। ତେବେ ଭଦ୍ରକ, କେନ୍ଦୁଝର, ଦେବଗଡ଼ ଓ ଝାରସୁଗୁଡ଼ା ଆଦି ୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକଡର଼୍ ହୋଇଛି। ଭଦ୍ରକରେ ନିଅଣ୍ଟିଆ ବର୍ଷା ପରିମାଣ ସର୍ବାଧିକ ୨୭ ପ୍ରତିଶତ ବୋଲି ସୂଚନା ମିଳିଛି।
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୨୨ ତାରିଖରୁ ପୁଣି ବଢିପାରେ ବର୍ଷା
ଭୁବନେଶ୍ୱର: ବର୍ତ୍ତମାନ ଦେଶରୁ ମୌସୁମୀ ଅପସାରଣ ଆରମ୍ଭ ହେବା ପାଇଁ ପାଗ ଅନୁକୂଳ ରହୁଥିବାରୁ ଯେକୌଣସି ଦିନ ଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ଆରମ୍ଭ ହେବ। ଅନ୍ୟପକ୍ଷରେ ଚଳିତ ମାସ ଶେଷ ଆଡ଼କୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଆସନ୍ତା ୨୨ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ରହିବ ଲଘୁଚାପର ପ୍ରଭାବ । ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପଗୁଡ଼ିକ ଅଧିକ ଶକ୍ତିଶାଳୀ ହେଉଥିବାରୁ ସମ୍ଭାବ୍ୟ ଲଘୁଚାପ ଉପରେ ପାଣିପାଗ ବିଜ୍ଞାନୀମାନ ତୀକ୍ଷ୍ଣ ନଜର ରଖିଛନ୍ତି।
ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୨୨ ତାରିଖ ଦିନ ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ନେଇ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ନୟାଗଡ, ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।
୨୩ ତାରିଖରେ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ । ପ୍ରବଳ ବର୍ଷା ନେଇ ୧୦ ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେପଟେ ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ କିଛି ସ୍ଥାନରେ ହାଲୁକା ବର୍ଷା ହୋଇଛି । ଉପକୂଳ ଓଡ଼ିଶାର କିଛି ସ୍ଥାନରେ ୩୦ ରୁ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ ହେବା ସହ ବାୟୁମଣ୍ଡଳରେ ୬୦ ରୁ ୭୦ ପ୍ରତିଶତ ଆଦ୍ରତା ରହିଥିଲା । ଫଳରେ କିଛି ସ୍ଥାନରେ ଗରମ ଗୁଳୁଗୁଳି ଅନୁଭୁତ ହୋଇଛି । ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ମେଘୁଆ ପାଗ ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।
ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା; ଆଜି ପାଇଁ ୨ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ବିଶେଷକରି ଉତ୍ତର ଓଡ଼ିଶା ଯଥା ମୟୂରଭଞ୍ଜ, ବାଲେଶ୍ୱର ଭଦ୍ରକ ଓ କେନ୍ଦୁଝର ଆଦି ଜିଲ୍ଲାରେ ଶୁକ୍ରବାର ସନ୍ଧ୍ୟାରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ଆଜି ବର୍ଷାର ପ୍ରଭାବ ଆହୁରି ବଢ଼ିବାର ସମ୍ଭାବନା ରହିଛି। ଆଜି ମୟୂୂରଭଞ୍ଜରେ ପ୍ରବଳ ଓ ସ୍ଥାନେ ସ୍ଥାନେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିବା ସହ ରେଡ୍‌ ଆଲର୍ଟ ଜାରି କରିଛି। ଏହାକୁ ଆଧାର କରି ଆଜି ମୟୂରଭଞ୍ଜ ଜିଲ୍ଲାରେ ସମସ୍ତ ସ୍କୁଲ୍‌ ଓ ଅଙ୍ଗନୱାଡ଼ି କେନ୍ଦ୍ରକୁ ଜିଲ୍ଲାପାଳ ଛୁଟି ଘୋଷଣା କରିଛନ୍ତି।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଶୁକ୍ରବାର ଦକ୍ଷିଣପୂର୍ବ ବାଂଲାଦେଶ ଓ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ ରାତି ସୁଦ୍ଧା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇଛି। ଏହାର ପ୍ରଭାବରେ ଶନିବାର ମୟୂରଭଞ୍ଜ ସମେତ ଭଦ୍ରକ ବାଲେଶ୍ୱର ଓ କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା କରାଯାଇଛି। ଭୀଷଣ ବର୍ଷା ନେଇ ମୟୂରଭଞ୍ଜ ଏବଂ କେନ୍ଦୁଝରକୁ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ବାଲେଶ୍ବର, ଭଦ୍ରକ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।ସେହିପରି କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହି ଲଘୁଚାପ ଦ୍ୱାରା ଶନିବାର ସର୍ବାଧିକ ବର୍ଷା ହେବାକୁ ଥିବା ବେଳେ ରବିବାର ମଧ୍ୟ ଅନେକ ସ୍ଥାନରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ରବିବାର ଦିନ ମୟୂରଭଞ୍ଜ ଓ କେନ୍ଦୁଝର ସମେତ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର କହିଛି।
ଲଘୁଚାପ ଯୋଗୁଁ ମୌସୁମୀ ସକ୍ରିୟ ରହିବା ସହ ସମୁଦ୍ର ଅଶାନ୍ତ ରହିଛି। ସମୁଦ୍ର ମଧ୍ୟରେ ଏବେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି. ରହିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଉତ୍ତର ବଙ୍ଗୋପସାଗର ଓଡ଼ିଶା ଉପକୂଳ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ଯେଉଁ ଜିଲ୍ଲାଗୁଡ଼ିକ ପାଇଁ ଆଲର୍ଟ ଜାରି କରାଯାଇଛି, ସେହି ଜିଲ୍ଲାର ଜିଲ୍ଲାପାଳଙ୍କୁ ସବୁ ପ୍ରକାର ସ୍ଥିତିର ମୁକାବିଲା ପାଇଁ ଆବଶ୍ୟକ ଭିତ୍ତିଭୂମି ମଜଭୁତ କରି ରଖିବାକୁ କୁହାଯାଇଛି। ସହରାଞ୍ଚଳରେ ଜଳବନ୍ଦୀ ସମସ୍ୟା ସମାଧାନ ସାଙ୍ଗକୁ ଡ୍ରେନେଜ୍‌ ବ୍ୟବସ୍ଥାର ତଦାରଖ କରିବାକୁ କୁହାଯାଇଛି। ସେହିପରି ବର୍ଷା ଯୋଗୁଁ ଯଦି କେଉଁଠି କିଛି କ୍ଷୟକ୍ଷତି ଘଟୁଛି, ତେବେ ତୁରନ୍ତ ଏହାର ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଅବିଶ୍ରାନ୍ତ ବର୍ଷା ଯୋଗୁ ସ୍ଥିତି ଅସମ୍ଭାଳ, ରାଜ୍ୟର ୩ ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି ଘୋଷଣା
ଭୁବନେଶ୍ୱର: ଅବିଶ୍ରାନ୍ତ ବର୍ଷା ଯୋଗୁ ସ୍ଥିତି ଅସମ୍ଭାଳ । ପ୍ରବଳ ବର୍ଷା ଓ ବନ୍ୟା ସ୍ଥିତିକୁ ଦେଖି ଆଜି ତିନି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଗଭୀର ଅବପାତର ରୂପ ନେବା ପରେ ରାଜ୍ୟର ବିଭିନ୍ନ ଭାଗରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି। କେଉଁଠି ଘର ଭାଙ୍ଗିଲାଣି ତ ଆଉ କେଉଁଠି ରାସ୍ତା ଉପରେ ଚାଲୁଛି ଆଣ୍ଠୁଏ ଉଚ୍ଚର ପାଣି। ସ୍ଥିତି ପୂରା ବେହାଲ ହୋଇପଡ଼ିଛି। ପ୍ରବଳ ବର୍ଷା ଓ ବନ୍ୟା ସ୍ଥିତିକୁ ଦେଖି ଆଜି ରାଜ୍ୟର ତିନୋଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଏହି ତିନୋଟି ଜିଲ୍ଲା ହେଉଛି ମାଲକାନଗିରି, କୋରାପୁଟ ଓ ଗଂଜାମ । ପରିସ୍ଥିତିକୁ ନଜରରେ ରଖି ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ସ୍କୁଲ ଛୁଟି ଘୋଷଣା କରିଛନ୍ତି ।
ଆଜି ଏହି ତିନି ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ । ଅବପାତ ପ୍ରଭାବରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସତର୍କ ସୂଚନା ପରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। କିନ୍ତୁ ସ୍କୁଲରେ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି। ମାଲକାନଗିରି ଓ ଗଞ୍ଜାମ ଜିଲ୍ଲାର ସ୍କୁଲ ଛୁଟି ନେଇ ଗତକାଲି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଘୋଷଣା କରିଥିଲେ। ମାତ୍ର ପାଣିପାଗ ବିଭାଗ ପକ୍ଷରୁ ରେଡ ୱାର୍ଣ୍ଣିଂ ଜାରି କରାଯିବା ପରେ କୋରାପୁଟ ଜିଲ୍ଲାପାଳ ଆଜି ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି।
ଦୁଇ ଦିନର ଅବିଶ୍ରାନ୍ତ ବର୍ଷା ପରେ ବେହାଲ ହୋଇପଡ଼ିଛି କୋରାପୁଟ ଓ ମାଲକାନଗିରିର ସ୍ଥିତି। ଜିଲ୍ଲାର ସମସ୍ତ ଛୋଟ ବଡ଼ ନଦୀରେ ଭୟଙ୍କର ବନ୍ୟାସ୍ଥିତି। ଯୁଆଡେ଼ ଦେଖିବ ଖାଲି ପାଣି ପାଣି। କେଉଁଠି ରାସ୍ତା ଉପରେ ପାଣି ଚାଲୁଛି ତ ଆଉ ଅଂଚଳ ବାହ୍ୟଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି। ପାଣିଘେରରେ ଏବେବି ଶହ ଶହ ଲୋକ। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ୩ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି।
ଅବପାତରେ ପରିଣତ ହେଲା ସୁଦୃଶ ଲଘୁଚାପ, ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
ଭୁବନେଶ୍ୱର: ଅବପାତରେ ପରିଣତ ହେଲା ସୁଦୃଶ ଲଘୁଚାପ । ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଅବପାତ କେନ୍ଦ୍ରୀଭୂତ ହୋଇଛି । ବର୍ତ୍ତମାନ ଅବପାତଟି ଗୋପାଳପୁର ଠାରୁ ୨୬୦ କିମି ପୂର୍ବ-ଦକ୍ଷିଣ-ପୂର୍ବରେ ରହିଥିବାବେଳେ ପାରାଦୀପ ଠାରୁ ୨୯୦ କିମି ଦୂର ଦକ୍ଷିଣ-ଦକ୍ଷିଣ-ପୂର୍ବରେ ରହିଛି ।ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତିକରି ଗଭୀର ଅବପାତରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।
ପରବର୍ତ୍ତୀ ଦୁଇ ଦିନ ମଧ୍ୟରେ ଗଭୀର ଅବପାତଟି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଗାଙ୍ଗେଟିକ୍ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା, ଝାଡଖଣ୍ଡ  ଦେଇ ଛତିଶଗଡ଼ ମୁହାଁ ହେବ। ପ୍ରଭାବରେ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ନିର୍ଦ୍ଧୁମ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା,ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଏହି ଜିଲ୍ଲା ଗୁଡିକରେ ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଏହା ସହ ୯ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣିଂ ଜାରି କରାଯାଇଛି। ୯ ତାରିଖରେ ବଢିବ ବର୍ଷାର ପରିମାଣ ଏବଂ ବିସ୍ତୃତି। ଏଥିପାଇଁ ୯ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱର୍ଣିଂ ଜାରି ହୋଇଛି। କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା ପୁରୀ, କଟକକୁ ସତର୍କତା ଜାରି କରାଯାଇଛି। ସେହିଭଳି ୧୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୧୦ ତାରିଖ ପାଇଁ ୯ ଜିଲ୍ଲାକୁ ଆରେଞ୍ଜ ଆଲର୍ଟ ଜାରି କରାଯାଇଛି। କଳାହାଣ୍ଡି , କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ସୋନପୁର,ବରଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ। ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ବହିବ ପବନ। ଫଳରେ ସମୁଦ୍ର ଅଶାନ୍ତ ରହିବ। ଏଥିପାଇଁ ଆଜିଠାରୁ ୧୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ଙ୍କୁ ସମୁଦ୍ର ନଯିବା ପାଇଁ ପରାମର୍ଶ ଦିଆଯାଇଛି।
ଘନୀଭୂତ ହେଉଛି ଲଘୁଚାପ: ଆଜି ନେବ ଅବପାତର ରୂପ, ପ୍ରଭାବରେ ୩ ଦିନ ଭୀଷଣ ବର୍ଷା ଆଶଙ୍କା
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେବାରେ ଲାଗିଛି । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ମେଘୁଆ ପାଗ ସାଙ୍ଗକୁ ବର୍ଷା ଲାଗି ରହିଛି । ଶନିବାର ଗଣେଶ ପୂଜାରେ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁଁ କେତେକାଂଶରେ ପୂଜା ମାହୋଲ ଫିକା ପଡ଼ିଛି । ଅନ୍ୟପଟେ ଲଘୁଚାପ ଆହୁରି ଶକ୍ତିଶାଳୀ ହୋଇ ଆଜି ଅବପାତରେ ପରିଣତ ହେବାକୁ ଥିବାରୁ ବର୍ଷା ପ୍ରଭାବ ଆହୁରି ବଢ଼ିବାର ସମ୍ଭାବନା ରହିିଛି। ବର୍ଷା ୧୧ ତାରିଖ ପର୍ଯ୍ୟନ୍ତ ଲାଗି ରହିବ । ଆସନ୍ତା ୩ ଦିନ ବର୍ଷାର ପ୍ରଭାବ ଅଧିକ ରହିବ ବୋଲି ଆକଳନ କରାଯାଇଛି ।
ଗତ ୫ ତାରିଖରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ସୁଦ୍ଧା ଘନୀଭୂତ ହୋଇ ସଦୃଶ ଲଘୁଚାପ ଅବସ୍ଥାରେ ରହିଛି । ଏହା ଏବେ କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି । ଲଘୁଚାପ ଉତ୍ତର ଦିଗରେ ଗତି କରୁଥିବା ବେଳେ ୮ ତାରିଖ ବେଳକୁ ଉତ୍ତରପୂର୍ବ ବଙ୍ଗୋପସାଗରର ଉତ୍ତର ଓଡ଼ିଶା-ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହେବ । ପରବର୍ତ୍ତୀ ତିନି ଦିନ ମଧ୍ୟରେ ଏହା ଉତ୍ତର ଓଡ଼ିଶା, ଝାଡ଼ଖଣ୍ଡ ଓ ସଂଲଗ୍ନ ଉତ୍ତର ଛତିଶଗଡ଼ ଉପରେ ରହିବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟରେ ଆସନ୍ତା ୩ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷାର ପ୍ରଭାବ ଅଧିକ ରହିପାରେ ।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆଜି ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ ଓ ରାୟଗଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏହି ଜିଲ୍ଲାଗୁଡ଼ିକରେ ୭ରୁ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ । ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି । ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି । ସେହିପରି ସୋମବାର ଓ ମଙ୍ଗଳବାର ମଧ୍ୟ ସମାନ ସ୍ଥିତି ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି।
ଅନ୍ୟପଟେ ଲଘୁଚାପ ପ୍ରଭାବରେ ବର୍ତ୍ତମାନ ଉତ୍ତର-ପଶ୍ଚିମ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଅଶାନ୍ତ ରହିଛି । ସମୁଦ୍ର ମଧ୍ୟରେ ପବନର ବେଗ ଘଣ୍ଟାପ୍ରତି ୪୦-୫୦ କିମି ଓ ବେଳେବେଳେ ଏହାର ଝଟକା ୬୦ କିମି ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୮-୧୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି । ଗତ ୩୬ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଏହି ସମୟ ମଧ୍ୟରେ ପୁରୀରେ ସର୍ବାଧିକ ୬୦ ମିମି ବର୍ଷା ହୋଇଥିବା ବେଳେ ସୋନପୁରରେ ୪୫, କଟକରେ ୨୪, ଭୁବନେଶ୍ୱର ୩୦, କେନ୍ଦୁଝରରେ ୩୩ ଓ ନବରଙ୍ଗପୁରରେ ୩୯ ମିମି ବର୍ଷା ହୋଇଛି।
ପାଣିପାଗ କେନ୍ଦ୍ରର ପ୍ରବଳ ବର୍ଷା ଚେତାବନୀକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛି। ବିଶେଷ କରି ଯେଉଁ ଜିଲ୍ଲାଗୁଡ଼ିକ ପାଇଁ ଆଲର୍ଟ ଜାରି ହୋଇଛି, ସେହି ଜିଲ୍ଲାର ଜିଲ୍ଲାପାଳମାନେ ସବୁ ପ୍ରକାର ସ୍ଥିତିର ମୁକାବିଲା ପାଇଁ ଭିତ୍ତିଭୂମି ପ୍ରସ୍ତୁତ ରଖିବାକୁ କୁହାଯାଇଛି। ବର୍ଷା ଯୋଗୁଁ ତଳି ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସହିତ ମାଟି ରାସ୍ତା ଓ କଚ୍ଚା ଘର ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ଏହି ସ୍ଥିତିର ମୁକାବିଲା କରିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ଆଜି ଲଘୁଚାପର ରୂପ ନେଇପାରେ ଘୂର୍ଣ୍ଣିବଳୟ, ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷା
ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାଦ୍ୱାରା ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି। ଏହି ଲଘୁଚାପ ପଛକୁ ଆଉ ଏକ ଲଘୁଚାପ ମଧ୍ୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ରାଜ୍ୟରେ ପ୍ରାୟ ମାସ ଶେଷ ପର୍ଯ୍ୟନ୍ତ ବର୍ଷା ଜାରି ରହିପାରେ ବୋଲି ଅନୁମାନ କରାଯାଇଛି ।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ରବିବାର ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ମୟୂରଭଞ୍ଜ ଓ କେନ୍ଦୁଝରରେ ବର୍ଷାର ପ୍ରଭାବ ସବୁଠୁ ଅଧିକ ଅନୁଭୂତ ହେବ । ଏହି ଜିଲ୍ଲାର ବିଭିନ୍ନ ସ୍ଥାନରେ ୭-୨୦ ସେଣ୍ଟିମିଟର ବର୍ଷା ସମ୍ଭବାନା ରହିଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ କେନ୍ଦ୍ର ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେହିପରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ମାଲକାନଗିରି, କୋରାପୁଟ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି। ଏହି ଜିଲ୍ଲାଗୁଡ଼ିକରେ ୭-୧୧ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର କହିଛି।
ସମ୍ଭାବ୍ୟ ଲଘୁଚାପ ଓ ସକ୍ରିୟ ମୌସୁମୀ ଯୋଗୁଁ ଉତ୍ତର ବଙ୍ଗୋପସାଗର ଅଶାନ୍ତ ରହିବାର ସମ୍ଭାବନା ରହିଛି। ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ ୪୦-୫୦ କିମି ପର୍ଯ୍ୟନ୍ତ ପବନ ବହିବାକୁ ଆଶଙ୍କା ରହିଛି । ତେଣୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ବାରଣ କରାଯାଇଛି। ସେହିପରି ପ୍ରବଳ ବର୍ଷା ସମୟରେ ମାଟି ଘରେ ରହୁଥିବା ଲୋକମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି।
ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଗାମୀ ୩ ଦିନ ଯାଏଁ ପ୍ରବଳ ବର୍ଷା ଆଶଙ୍କା
ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ବାଂଲାଦେଶ ଓ ଗାଙ୍ଗେୟ ଉପତ୍ୟକାରେ ସକ୍ରିୟ ହୋଇଛି। ଏହାର ପ୍ରଭାବରେ ଶନିବାର ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଓ ପରବର୍ତ୍ତୀ ୩ ଦିନ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଶନିବାର ଢେଙ୍କାନାଳ, କଟକ, ସୋନପୁର, ବରଗଡ଼, ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର, କୋରାପୁଟ ଓ ନୟାଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।
ଅନ୍ୟପକ୍ଷରେ ପାଣିପାଗ ବିଶେଷଜ୍ଞ ପ୍ରେଫସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଶୁକ୍ରବାର ସକାଳେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ବଙ୍ଗଲାଦେଶ ଉପରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଅପରାହ୍ନ ୩ଟା ସମୟରେ ଏହା କୋଲକାତା ଓ ସାଗର ଦ୍ୱୀପ ମଧ୍ୟମରେ ରହିଥିଲା। ଆଜି ଜାମସେଦପୁର ଓ ରାଉରକେଲା ମଧ୍ୟରେ ସମ୍ଭବତଃ ଏହା ଅବପାତର ରୂପ ନେବ ଏବଂ ରବିବାର ଏହା ମଧ୍ୟପ୍ରଦେଶ ଉପରେ ରହିବ। ଏହାଫଳରେ ରାଜ୍ୟରେ ୨୪ ଘଣ୍ଟା ଏବଂ ପଶ୍ଚିମ ଓଡ଼ିଶାରେ ୩୬ ଘଣ୍ଟା ବର୍ଷା ହୋଇପାରେ। ଶନିବାର ମଧ୍ୟାହ୍ଣ ପରେ କେନ୍ଦ୍ରୀୟ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ବର୍ଷା ଛାଡ଼ିବାର ସମ୍ଭାବନା ରହିଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।
ସେହିପରି ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର ଆଦି ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ପଶ୍ଚିମ ଓଡ଼ିଶା ଓଡ଼ିଶାରେ ବିଶେଷ କରି ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗିର, ସୋନପୁର ଓ କଳାହାଣ୍ଡି ସହିତ ଭଦ୍ରକ, ଢେଙ୍କାନାଳ, ଅନୁଗୁଳ ଓ କୋରାପୁଟ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି। ଗଜପତି, ରାୟଗଡ଼ା, ମାଲକାନଗିରି, ବୌଦ୍ଧ, ନୟାଗଡ଼ ଓ ଉପକୂଳ ଗଞ୍ଜାମରେ କାଁ ଭାଁ ହାଲୁକାରୁ ସ୍ୱଳ୍ପ ବର୍ଷା ହୋଇପାରେ। ରବିବାର ଓ ସୋମବାର ଦିନ ରାଜ୍ୟରେ ବିଶେଷ ବର୍ଷା ନ ଥିବା ବେଳେ ଅଳ୍ପ କେତେକ ସ୍ଥାନରେ ସ୍ୱଳ୍ପ (୧୫ ମିମି ପର୍ଯ୍ୟନ୍ତ) ବର୍ଷା ହୋଇପାରେ। ତେବେ ୩୦ରେ ସମ୍ଭବତଃ ବର୍ଷା କିଛି ବଢ଼ିବ। ମାସ ଶେଷ ସୁଦ୍ଧା ରାଜ୍ୟରେ ହାରାହାରି ସମୁଦାୟ ବର୍ଷା ୪୫-୫୦ ମିମି ବର୍ଷା ହୋଇପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।
ସମ୍ପ୍ରତି ଲଘୁଚାପ ଯୋଗୁଁ ବର୍ତ୍ତମାନ ସମୁଦ୍ର ଅଶାନ୍ତ ରହିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଉତ୍ତର ବଙ୍ଗୋପସାଗରକୁ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଅନୁଭୂତ ହୋଇଛି। କୋରାପୁଟ ୫୭, ଯାଜପୁରରେ ୪୫, ନବରଙ୍ଗପୁର ୪୫, ସମ୍ବଲପୁର ୨୭ ଓ ବାରିପଦାରେ ୨୧ ମିମି ବର୍ଷା ଅନୁଭୂତ ହୋଇଛି।