Karnataka Politics - The Sakala
କର୍ଣ୍ଣାଟକ ବିଧାନସଭାରେ ହଟଚମଟ: ମାତ୍ର ୨ଧାଡ଼ି ପଢ଼ି ଅଭିଭାଷଣ ଶେଷ କଲେ ରାଜ୍ୟପାଳ
କର୍ଣ୍ଣାଟକ: କର୍ଣ୍ଣାଟକ ରାଜନୀତିରେ ପୁଣି ଥରେ ରାଜ୍ୟପାଳ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି। ଗୁରୁବାର ଦିନ କର୍ଣ୍ଣାଟକ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବା ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ରାଜ୍ୟପାଳ ଥାୱରଚନ୍ଦ ଗେହଲଟ୍ ମିଳିତ ଅଧିବେଶନକୁ ସମ୍ବୋଧିତ କରିବାକୁ ଆସିଥିଲେ ମଧ୍ୟ, ନିଜର ପାରମ୍ପରିକ ଅଭିଭାଷଣକୁ ଅସମ୍ପୂର୍ଣ୍ଣ ରଖି ଗୃହ ତ୍ୟାଗ କରିଛନ୍ତି। ସେ ମାତ୍ର ଦୁଇ ଧାଡ଼ି ପଢ଼ି ନିଜର ଭାଷଣ ଶେଷ କରିଥିଲେ, ଯାହାକୁ ନେଇ ଶାସକ ଦଳ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।
ବିଧାନସୌଧରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ବାଚସ୍ପତି ରାଜ୍ୟପାଳଙ୍କୁ ସ୍ୱାଗତ କରିଥିଲେ। ତେବେ ଗୃହରେ ଭାଷଣ ଆରମ୍ଭ କରି ରାଜ୍ୟପାଳ କେବଳ ହିନ୍ଦୀରେ କହିଥିଲେ, "ମୋ ସରକାର ରାଜ୍ୟର ଆର୍ଥିକ, ସାମାଜିକ ଏବଂ ଭୌତିକ ବିକାଶକୁ ଦ୍ୱିଗୁଣିତ କରିବାକୁ ପ୍ରତିଶ୍ରୁତିବଦ୍ଧ। ଜୟ ହିନ୍ଦ, ଜୟ କର୍ଣ୍ଣାଟକ।" ଏତିକି କହି ସେ ନିଜର ଅଭିଭାଷଣ ସମାପ୍ତ କରିଥିଲେ ଏବଂ ଗୃହରୁ ବାହାରି ଯାଇଥିଲେ।
ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଭାଷଣର ଚିଠାରେ ଥିବା କିଛି ଅଂଶକୁ ନେଇ ରାଜ୍ୟପାଳ ଅସନ୍ତୁଷ୍ଟ ଥିଲେ। ରିପୋର୍ଟ ମୁତାବକ, ଭାଷଣର ପ୍ରାୟ ୧୧ଟି ଅନୁଚ୍ଛେଦରେ କେନ୍ଦ୍ର ସରକାରଙ୍କ ନୀତିକୁ ସମାଲୋଚନା କରାଯାଇଥିଲା। ଏଥିରେ MGNREGA ଯୋଜନା ବନ୍ଦ ହେବା ଏବଂ କେନ୍ଦ୍ରୀୟ ପାଣ୍ଠି ବଣ୍ଟନରେ ପାତରଅନ୍ତର ଭଳି ପ୍ରସଙ୍ଗ ଉଲ୍ଲେଖ ଥିଲା। ବୁଧବାର ଦିନ ହିଁ ରାଜ୍ୟପାଳ ଏହି ଅଂଶଗୁଡ଼ିକୁ ହଟାଇବାକୁ ଦାବି କରିଥିଲେ ଏବଂ ପାରମ୍ପରିକ ଭାଷଣ ଦେବାକୁ ମନା କରିଦେଇଥିଲେ।
ରାଜ୍ୟପାଳଙ୍କ ଏଭଳି ଆଚରଣକୁ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା "ସମ୍ବିଧାନର ଉଲ୍ଲଙ୍ଘନ" ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ ଗଣତାନ୍ତ୍ରିକ ପରମ୍ପରା ଅନୁଯାୟୀ ରାଜ୍ୟପାଳ ମନ୍ତ୍ରିମଣ୍ଡଳ ଦ୍ୱାରା ପ୍ରସ୍ତୁତ ଅଭିଭାଷଣ ପଢ଼ିବା କଥା। ଅନ୍ୟପକ୍ଷରେ, ରାଜ୍ୟପାଳ ଗୃହ ଛାଡ଼ିବା ସମୟରେ କଂଗ୍ରେସ ବିଧାୟକମାନେ "ସେମ୍, ସେମ୍" (ଲଜ୍ଜାଜନକ) ନାରା ଦେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ।
କିଏ ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ? ଚାଲିଛି କଂଗ୍ରେସର ମାନସମନ୍ଥନ, ଚୂଡାନ୍ତ ନିଷ୍ପତ୍ତି ନେବେ ସଭାପତି ମଲିକାର୍ଜୁନ ଖଡଗେ
ବେଙ୍ଗାଲୁରୁ: କିଏ ହେବେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ । ଚୂଡାନ୍ତ ନିଷ୍ପତ୍ତି ନେବେ କଂଗ୍ରେସ ସଭାପତି ମଲିକାର୍ଜୁନ ଖଡଗେ ।କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ପରେ ଏବେ ସରକାର ଗଠନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ସୁଦ୍ଧା ନୂଆ ମନ୍ତ୍ରିମଣ୍ଡଳ ଗଠନ ହେବା ସହିତ ସେହି ଦିନ ହିଁ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ସୂଚନା ମିଳିଛି। ତେବେ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଏବେ ଦଳ ପାଇଁ ବଡ଼ ଆହ୍ବାନ ହୋଇଥିବା ବେଳେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ ଏଥିପାଇଁ ତଜର୍ମା ଚାଲିଛି। ମହାରାଷ୍ଟ୍ର କଂଗ୍ରେସ ନେତା ସୁଶୀଲ ସିନ୍ଦେଙ୍କୁ କଂଗ୍ରେସ ହାଇକମାଣ୍ଡ ଭାବେ କର୍ଣ୍ଣାଟକକୁ ପଠାଇବା ସହିତ ବିଧାୟକ ଦଳ ନେତା ଚୟନ ପ୍ରକ୍ରିୟା ସୁରୁଖୁରରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ନେତା ଚୟନ ପାଇଁ ବିଧାୟକମାନଙ୍କ ମତଦାନ କରାଯାଇପାରେ ବୋଲି ମଧ୍ୟ ସୂଚନା ମିଳିଛି। ବିଧାୟକମାନଙ୍କ ମତାମତ ମିଳିବା ପରେ ମୁଖ୍ୟମନ୍ତ୍ରୀ ଚୟନ ନେଇ ଗାନ୍ଧୀ ପରିବାର ଶେଷ ନିଷ୍ପତ୍ତି ନେବେ ବୋଲି କୁହାଯାଉଛି।
ତେବେ ସବୁଠାରୁ ବଡ଼ କଥା ହେଲା ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୁଇ ପ୍ରମୁଖ ନେତା ସିଦ୍ଧରାମାୟା ଏବଂ ପିସିସି ସଭାପତି ଡ. ଡି କେ ଶିବକୁମାର ଏବେ ଦୌଡରେ ରହିଛନ୍ତି। ଦଳର ଅଦ୍ଭୁତପୂର୍ବ ବିଜୟ ପାଇଁ ଏହି ଦୁଇ ନେତାଙ୍କ ଭୂମିକା ଯଥେଷ୍ଟ ରହିଥିଲା ବେଳେ ଉଭୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ରହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ସିଦ୍ଧରାମାୟାଙ୍କ ପଲା ଭାରୀ ରହିଥିବା କୁହାଯାଉଥିବା ବେଳେ କଂଗ୍ରେସ ହାଇକମାଣ୍ଡ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଏକପ୍ରକାର ସ୍ଥିର କରିସାରିଥିବା କୁହାଯାଉଛି। ୭୫ ବର୍ଷୀୟ ସିଦ୍ଧରାମାୟା ଜଣେ ପଛୁଆ ବର୍ଗ ନେତା ଭାବେ ସଂଖ୍ୟାଲଘୁ ଏବଂ ଦଳିତ ଶ୍ରେଣୀର ନେତୃତ୍ବ ନେଇ ଚଳିତ ନିର୍ବାଚନରେ ନିଜର ପରାକାଷ୍ଠା ଦେଖାଇଛନ୍ତି। ନବ ନିର୍ବାଚିତ ବିଧାୟକମାନଙ୍କ ପକ୍ଷରୁ ୮୦ ରୁ ୯୦ ବିଧାୟକ ତାଙ୍କ ସପକ୍ଷରେ ରହିଥିବା କୁହାଯାଉଛି।
ସେପଟେ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ରହିଥିବା ଡି କେ ଶିବକୁମାରଙ୍କ ଭୂମିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ ରହିଛି। ଗାନ୍ଧୀ ପରିବାର ସହିତ ଅତ୍ୟନ୍ତ ଘନିଷ୍ଠ ରହି ଆସିଥିବା ୬୦ ବର୍ଷୀୟ ଶିବକୁମାରଙ୍କ ନେତୃତ୍ବ ଅନେକ ସମୟରେ ଦଳ ପାଇଁ ମହତ୍ତ୍ବପୂର୍ଣ୍ଣ ରହି ଆସିଥିଲା ବେଳେ ସେ ଭୋକାଲିଙ୍ଗା ସଂପ୍ରଦାୟରୁ ଆସିଥିବାରୁ ତାଙ୍କ ଭୂମିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ ରହିଆସିଛି। ତେଣୁ ଉଭୟଙ୍କ ମଧ୍ୟରୁ କାହାକୁ ଦଳ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଦେବ ତାହାକୁ ନେଇ କଂଗ୍ରେସ ଏବେ ଚିନ୍ତାରେ ପଡ଼ିଛି। ଦଳ କାହାକୁ ଦାୟିତ୍ବ ତାହା ତ’ ଭିନ୍ନ କଥା, କିନ୍ତୁ ଏହି ଦୁଇ ନେତାଙ୍କୁ ସେମାନଙ୍କ ସମର୍ଥକମାନେ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଏକପ୍ରକାର ପ୍ରତିଦ୍ବନ୍ଦ୍ବିତା ଆରମ୍ଭ କରିଦେଇଛନ୍ତି। ଯାହାକୁ ନେଇ ଏବେ କର୍ଣ୍ଣାଟକରେ ‘ପୋଷ୍ଟର ୱାର’ ଆରମ୍ଭ ହୋଇଯାଇଛି।
ସିଦ୍ଧରାମାୟା ଏବଂ ଶିବକୁମାରଙ୍କ ସମର୍ଥକମାନଙ୍କ ଦ୍ବାରା ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗାଯାଇ ସେମାନଙ୍କ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦର୍ଶାଯାଉଛି। ତେବେ ସିଦ୍ଧରାମାୟାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଦେଇ କଂଗ୍ରେସ କର୍ଣ୍ଣାଟକରେ ୩ ଉପମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ବିଭାଗରେ ଦାୟିତ୍ବ ଦେବାକୁ ଚିନ୍ତା କରୁଛି ବୋଲି କୁହାଯାଉଛି। ବିଶେଷକରି ଲିଙ୍ଗାୟତ, ଭୋକାଲିଙ୍ଗା ଏବଂ ଦଳିତ ଶ୍ରେଣୀର ଜଣେ ଜଣେ ନେତାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବ। ଏହିକ୍ରମରେ ଶିବ କୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ଦାୟିତ୍ବ ମିଳିପାରେ ବୋଲି କୁହାଯାଉଛି। କିନ୍ତୁ ଏହାକୁ ଶିବକୁମାର କେତେ ଦୂର ଗ୍ରହଣ କରୁଛନ୍ତି ତାହା ଦେଖିବାର ରହିଛି। କାରଣ ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଚୟନ ନେଇ କଂଗ୍ରେସ ବିଭିନ୍ନ ରାଜ୍ୟରେ ଭୁଲ ନିଷ୍ପତ୍ତି ନେଇଥିବାରୁ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିଛି। ପୂର୍ବରୁ ମଧ୍ୟପ୍ରଦେଶ,ରାଜସ୍ଥାନ ଏବଂ ପଞ୍ଜାବ ଭଳି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ଦଳ ବହୁ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା ବେଳେ ଏବେ କର୍ଣ୍ଣାଟକରେ ସେଭଳି ଭୁଲ ନ ଦୋହରାଇବାକୁ ସତର୍କ ରହିଛି।
କର୍ଣ୍ଣାଟକ: ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବିଏସ୍ ୟେଦ୍ୟୁରପ୍ପା ।ଏନେଇ ସେ ନିଜେ ଘୋଷଣା କରିଛନ୍ତି। ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ମାତ୍ର ଏବେ ଚର୍ଚ୍ଚା ଜୋର ଲାଗିଛି ଯେ କାହିଁକି ଇସ୍ତଫା ଦେଲେ ୟେଦ୍ୟୁରପ୍ପା । ଇସ୍ତଫା ପଛର କ’ଣ ରହିଛି କାରଣ । କୁହାଯାଉଛି, ରାଜ୍ୟରେ ପ୍ରାଶାସନିକ ସ୍ତରରେ ଦୁର୍ନୀତି, ଦଳର ଆଭ୍ୟନ୍ତରୀଣ ବ୍ୟାପାରରେ ପୁଅ ବିଜୟେନ୍ଦ୍ରଙ୍କ ହସ୍ତକ୍ଷେପ ନେଇ ବେଶ ବିବାଦକୁ ଆସିଥିଲେ ୟେଦ୍ୟୁରପ୍ପା । ଯାହାଫଳରେ ତାଙ୍କ ଉପରେ ଦଳୀୟ ଚାପ ଥିଲା । ସେହିଭଳି ଇସ୍ତଫା ଦେବା ନେଇ ସଙ୍କେତ ଦେଇଥିଲେ ବିଜେପି ହାଇକମାଣ୍ଡ । ଗତ ୨୬ ଜୁଲାଇ ୨୦୧୯ରେ ସେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଥିଲେ । ଠିକ୍ ଦୁଇ ବର୍ଷ ପରେ ସେ କ୍ଷମତାରୁ ଅନ୍ତର ହୋଇଛନ୍ତି ।
ସେ ୨୦୦୭, ୨୦୦୮, ୨୦୧୮ ଓ ୨୦୧୯ରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୦୮ରେ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ସେ ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ହୋଇଥିଲେ । ପୂର୍ବରୁ ସେ ୨୦୦୭ରେ ମାତ୍ର ୭ ଦିନ ଲାଗି ସିଏମ ଦାୟିତ୍ବ ସମ୍ଭାଳିଥିଲେ । ଦୁର୍ନୀତି ମାମଲାରେ ସେ ୨୦୧୧ରେ ଇସ୍ତଫା ଦେଇଥିଲେ । ବିଜେପି ହାଇକମାଣ୍ଡ ସହ ମତପାର୍ଥକ୍ୟ ପରେ ସେ ବିଜେପିରୁ ଇସ୍ତଫା ଦେଇ କର୍ଣ୍ଣାଟକ ଜନତା ପକ୍ଷ ନାମକ ଏକ ଦଳ ଗଠନ କରିଥିଲେ । ମାତ୍ର ୨୦୧୪ରେ ସେ ପୁଣି ବିଜେପିରେ ସାମିଲ ହୋଇଥିଲେ ।
କର୍ଣ୍ଣାଟକରେ ପୁଣି ଥରେ ରାଜନୈତିକ ନାଟକ ଆରମ୍ଭ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ କି ୟେଦିୟୁରପ୍ପା !
ବେଙ୍ଗାଲୁରୁ: କର୍ଣ୍ଣାଟକରେ ପୁଣି ଥରେ ରାଜନୈତିକ ନାଟକ ଆରମ୍ଭ ହେବାର ସଙ୍କେତ ମିଳିଛି | ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ ନେଇ କଳ୍ପନାଜଳ୍ପନା ମଧ୍ୟରେ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦିୟୁରପ୍ପା କହିଛନ୍ତି ଯେ ବିଜେପି ହାଇକମାଣ୍ଡ ଯାହା ବି ନିଷ୍ପତ୍ତି ନେବେ ମୁଁ ତାହା ପାଳନ କରିବାକୁ ପ୍ରସ୍ତୁତ । ଜୁଲାଇ ୨୬ରେ ରାଜ୍ୟରେ ଆମ ସରକାରର ଦୁଇ ବର୍ଷ ପୂର୍ତ୍ତି ହେଉଛି। ଏହି ଅବସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହେବ | ଏହା ପରେ ଜାତୀୟ ସଭାପତି ଜେପି ନଡ୍ଡା ଯାହା କହିବେ ମୁଁ ତାହା ମାନିବି। ବିଜେପିକୁ କ୍ଷମତାକୁ ଫେରାଇ ଆଣିବା ମୋର କର୍ତ୍ତବ୍ୟ। ଏହି ମିଶନରେ ମୋତେ ସମର୍ଥନ କରିବାକୁ ମୁଁ ସମସ୍ତ ଦଳର କର୍ମୀ ଏବଂ ମୋର ସାଥୀ ନେତାମାନଙ୍କୁ ନିବେଦନ କରୁଛି ।
ଗତ ସପ୍ତାହରେ ବିଏସ୍ ୟେଦିୟୁରପ୍ପା ଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅନେକ ନେତାଙ୍କୁ ଭେଟିଥିଲେ। ସେବେଠାରୁ ଚର୍ଚ୍ଚା ହେଉଥିଲା ଯେ କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ସିଏମ୍ ପଦରୁ ଇସ୍ତଫା ଦେବାକୁ କହିଛନ୍ତି। ତେବେ ବାଙ୍ଗାଲୋରକୁ ଫେରିବା ପରେ ୟେଦିୟୁରପ୍ପା ଏଭଳି କଳ୍ପନାଜଳ୍ପନାକୁ ଖଣ୍ଡନ କରି କହିଥିଲେ ଯେ ତାଙ୍କୁ ଏହି ପଦରେ ଜାରି ରଖିବାକୁ କୁହାଯାଇଛି। ଏପରିକି ଦଳୀୟ କର୍ମୀ କୌଣସି ପ୍ରକାର ଦ୍ୱନ୍ଦ୍ୱରେ ନ ରହି ତାଙ୍କୁ ସହଯୋଗ କରିବାକୁ ଏହି ୭୫ ବର୍ଷୀୟ ନେତା କହିଥିଲେ ।