supply system - The Sakala

ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି
ଭୁବନେଶ୍ୱର: ଓଡ଼ିଶାରେ ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଫେଲ୍‌ ମାରିଛି। ଓଡ଼ିଶାକୁ ହତାଦର କରି ଅନ୍ୟ ରାଜ୍ୟକୁ ଅଧିକ ଗୁରୁତ୍ୱ ପ୍ରଦାନ କରୁଛି ଏଫସିଆଇ। ଓଡ଼ିଶାରୁ ଚାଉଳ ଉଠୁନଥିବାରୁ ଧାନ କ୍ରୟରେ ଗୁରୁତର ସମସ୍ୟା ସୃଷ୍ଟି ହେଉଥିବା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସ୍ୱୀକାର କରିଛନ୍ତି। ଏହାକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜେଡି। ଶୁକ୍ରବାର ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ଅତନୁ ସବ୍ୟସାଚୀ ନାୟକ ଓ ସଞ୍ଜୟ ଦାସବର୍ମା ବିଜେପି ସରକାର ଉପରେ ବର୍ଷିଛନ୍ତି।

ଶ୍ରୀ ଦାସବର୍ମା କହିଥିଲେ ଯେ, ଏଫସିଆଇ ଓଡ଼ିଶାରୁ ଚାଉଳ ଉଠାଉନାହିଁ, କିନ୍ତୁ ଅନ୍ୟ ରାଜ୍ୟ ମାନଙ୍କୁ ବିଶେଷ ପ୍ରୋତ୍ସାହନ ଦେଉଛି। ଡବଲ ଇଞ୍ଜିନ ସରକାରରେ ଓଡ଼ିଶାର ପ୍ରଗତି ଦୁଇ ଗୁଣିତ ହେବ ବୋଲି ନିର୍ବାଚନ ସମୟରେ ବିଜେପି ପ୍ରତିଶ୍ରୁତି ଦେଇଥିଲା, ତାହା ଆଜି ମିଥ୍ୟା ପ୍ରମାଣିତ ହୋଇଛି। ଚାଷ ଆରମ୍ଭରୁ ଚାଷୀମାନେ ସାର ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଧାନ ପଞ୍ଜିକରଣରେ ଅବ୍ୟବସ୍ଥା, ମଣ୍ଡିରେ କଟନି ଛଟନିର ଶିକାର, ମଣ୍ଡିରେ ମିଲର୍‌ ମାନଙ୍କ ଅରାଜକତା ଭଳି ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଚାଷୀକୂଳ। ବର୍ତ୍ତମାନ ଏଫସିଆଇ ଓଡ଼ିଶାରୁ ଚାଉଳ ନ ଉଠାଇବା ଯୋଗୁଁ ରାଜ୍ୟବ୍ୟାପୀ ଅଚଳାବସ୍ଥା ସୃଷ୍ଟି ହୋଇଛି। ଯାହାକୁ ଆଗାମୀ ଦିନରେ ମଣ୍ଡିରେ ଧାନ କ୍ରୟ ସମୟରେ ଗୁରୁତର ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ସମାଧାନ କରିବା ବଦଳରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ତାଙ୍କର ଅସହାୟତାକୁ ସର୍ବସାଧାରଣରେ ପ୍ରକାଶ କରିଛନ୍ତି। ମନ୍ତ୍ରୀଙ୍କ ଅସହାୟତା ପରେ ଓଡ଼ିଶାବାସୀଙ୍କ ନିକଟରେ ଡବଲ ଇଞ୍ଜିନ ସରକାରଙ୍କ ମୁଖା ଖୋଲିଯାଇଛି। ଓଡ଼ିଶା ପ୍ରତି ବିଜେପି ସରକାର ଯେଉଁ ବୈମାତୃକ ମନୋଭାବ ପୋଷଣ କରୁଛନ୍ତି, ତାହା ଆଦୌ ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ଦାସବର୍ମା କହିଛନ୍ତି।

ଅତନୁ ସବ୍ୟସାଚୀ ନାୟକ କହିଥିଲେ ଯେ, ଡବଲ ଇଞ୍ଜିନ ସରକାରରେ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରାଯାଉଛି। ମନ୍ତ୍ରୀଙ୍କ କଥା ଶୁଣି ଚାଷୀ କୂଳ ହତାସ ହୋଇଛି। କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଥିବାବେଳେ ଏଫସିଆଇ ସରକାରଙ୍କ ଏକ ଅଂଶବିଶେଷ। କିନ୍ତୁ ଏଫସିଆଇ ଓଡ଼ିଶା ସରକାରଙ୍କ କଥା ଶୁଣୁନଥିବା ମନ୍ତ୍ରୀ କହିଛନ୍ତି। ଜଣେ ବିଭାଗୀୟ ମନ୍ତ୍ରୀ ଏପରି କହିବା ଛୋଟ କଥା ନୁହେଁ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଶାରୁ ସର୍ବାଧିକ ପରିମାଣର ଚାଉଳ ଉଠାଯାଇଥିଲା। ଓଡ଼ିଶା ୫ ଥର କୃଷି କର୍ମଣ ପୁରସ୍କାର ପାଇଥିଲା। କିନ୍ତୁ ବର୍ତ୍ତମାନ ଚିତ୍ର ବଦଳି ଯାଇଛି। ଓଡ଼ିଶାରୁ ବିଜେପିର ୨୦ ଲୋକସଭା ଓ ୫ ରାଜ୍ୟସଭା ସାଂସଦ ଥାଇ ଓଡ଼ିଆ ଅବହେଳିତ ହେବା ଦୁର୍ଭାଗ୍ୟଜନକ। କେନ୍ଦ୍ର ସରକାରଙ୍କ ନିକଟରେ ଓଡିଶାର ସ୍ୱାର୍ଥ ପାଇଁ ମୁହଁ ନ ଖୋଲି ସାଂସଦମାନେ ଚୁପ ରହିବା ଅତ୍ୟନ୍ତ ନିନ୍ଦନୀୟ। ଡବଲ ଇଞ୍ଜିନ ସରକାରରେ ଚାଷୀ କୂଳ ବାରମ୍ୱାର ଉପେକ୍ଷିତ ହେଉଛନ୍ତି। ରାଜ୍ୟ ସରକାର ତୁରନ୍ତ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନା କରି ଓଡ଼ିଶାରୁ ଚାଉଳ ଉଠାନ୍ତୁ, ନଚେତ୍‌ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ନାୟକ କହିଛନ୍ତି।