Watchman - The Sakala

ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ
ବାରିପଦା: ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ । ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଡ୍ୟୁଟିରେ ଥିବା ବେଳେ ଜଣେ ସରକାରୀ କାର୍ଯ୍ୟାଳୟର ଜଗୁଆଳିଙ୍କୁ ସାପ କାମୁଡ଼ି ଦେଇଥିଲା। ଏହା ପରେ ସେ ଭୟଭୀତ ନହୋଇ ସାପଟିକୁ ପିଟିପିଟି ଅଧମରା କରିବା ପରେ ଏକ ପଲିଥିନରେ ପୂରାଇ ସାଇକେଲରେ ଡାକ୍ତରଖାନାରେ ପହଞ୍ଚି ଚର୍ଚ୍ଚାର ବିଷୟ ପାଲଟିଛନ୍ତି।

ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୮ଟା ସମୟରେ ଉଦଳା ଏନଏସିର ୱାର୍ଡ ନମ୍ବର ୧୦ ସ୍ଥିତ ଉଠା ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏହି ଘଟଣା ଘଟିଛି। ବାହଳଦା ଅଞ୍ଚଳର ବାସିନ୍ଦା ତଥା କାର୍ଯ୍ୟାଳୟର ଜଗୁଆଳି ମୋଚିରାମ ଟୁଡୁ ନିଜର ଦୈନନ୍ଦିନ ଡ୍ୟୁଟି କରୁଥିଲେ। ସେ ଏକ ଚୌକିରେ ବସିଥିବା ବେଳେ ତାହା ତଳେ ଲୁଚି ରହିଥିବା ଏକ ସାପ ହଠାତ୍ ତାଙ୍କ ଗୋଡ଼କୁ ଦୁଇ ଥର କାମୁଡ଼ି ଦେଇଥିଲା।

ସାପ କାମୁଡ଼ିବା ପରେ ମୋଚିରାମ ଘଟଣାସ୍ଥଳରୁ ଖସି ନଯାଇ ସାହସିକତାର ସହ ସାପଟିକୁ ଧରି ପକାଇଥିଲେ। ସେ ସାପଟିକୁ ପିଟିପିଟି ଅଧମରା କରିବା ପରେ ଏକ ପଲିଥିନରେ ପୂରାଇ ନିଜ ସାଇକେଲ ଯୋଗେ ସିଧାସଳଖ ଉଦଳା ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚିଥିଲେ। ସାପଟି କେଉଁ ପ୍ରଜାତିର ତାହା ସେ ଚିହ୍ନି ନପାରିବାରୁ ଚିକିତ୍ସା କରୁଥିବା ଡାକ୍ତରମାନେ ଯେପରି ସାପକୁ ଦେଖି ସଠିକ୍ ଔଷଧ ଦେଇପାରିବେ, ସେଥିପାଇଁ ସେ ଏପରି କରିଥିବା କହିଛନ୍ତି।

ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତରମାନେ ତୁରନ୍ତ ତାଙ୍କୁ ଭର୍ତ୍ତି କରି ଚିକିତ୍ସା ଆରମ୍ଭ କରିଥିଲେ। ବର୍ତ୍ତମାନ ତାଙ୍କୁ ନିରୀକ୍ଷଣରେ ରଖାଯାଇଛି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।