VC Of FM University - The Sakala

ବାଲେଶ୍ବର ଫକିର ମୋହନ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ହେଲେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ
ବାଲେଶ୍ଵର: ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ହେଲେ ବାଲେଶ୍ଵର ଫକୀରମୋହନ ବିଶ୍ୱବିଦ୍ୟାଳୟର ନୂଆ କୁଳପତି। ତାଙ୍କୁ ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଯୁକ୍ତି ଦେଇଛନ୍ତି। ଓଡ଼ିଶା ବିଶ୍ୱବିଦ୍ୟାଳୟ ଆମେଣ୍ଡମେଣ୍ଟ ଆକ୍ଟ୍ ୨୦୨୦ ଅନୁସାରେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ନିଯୁକ୍ତିରେ ମୋହର ମାରିଛନ୍ତି ରାଜ୍ୟପାଳ। କାର୍ଯ୍ୟରେ ଯୋଗ ଦେବାଠାରୁ ୪ ବର୍ଷ ପର୍ଯ୍ୟନ୍ତ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କୁ କୁଳପତି ଭାବେ ନିଯୁକ୍ତି ମିଳିଛି। ସେ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏହି ଦାୟିତ୍ବରେ ରହିବେ। ପ୍ରଫେସର ତ୍ରିପାଠୀ ଉତ୍କଳ ବିଶ୍ଵବିଦ୍ୟାଳୟର ପିଏମ୍ ଆଣ୍ଡ ଆଇଆର୍ ବିଭାଗର ପ୍ରଫେସର ଭାବେ ଅବସର ନେଇଛନ୍ତି। ଅଧ୍ୟାପନା କ୍ଷେତ୍ରରେ ପ୍ରଫେସର ତ୍ରିପାଠୀଙ୍କ ୩୯ ବର୍ଷର ଅଭିଜ୍ଞତା ରହିଛି। ଏହାବ୍ୟତୀତ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ୧୦ଟି ପୁସ୍ତକ ରଚନା କରିଥିବା ବେଳେ ୧୭ ଜଣ ପିଏଚଡି ଓ ୪୯ ଜଣ ଏମଫିଲ୍ ଛାତ୍ରଛାତ୍ରୀଙ୍କୁ ସଫଳତାର ସହ ଗାଇଡ୍ କରିଛନ୍ତି। ତେବେ କୁଳପତି ଦାୟିତ୍ୱ ନେବା ପରେ ବିଶ୍ବବିଦ୍ୟାଳୟର ଉନ୍ନତିମୂଳକ କାର୍ଯ୍ୟ ଦିଗରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି।

ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତି ପାଇବା ପରେ ପ୍ରଫେସର ତ୍ରିପାଠୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଫକିର ମୋହନ ବିଶ୍ୱବିଦ୍ୟାଳୟକୁ ଏ ପ୍ଲସ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ନେଇ ଉଦ୍ୟମ କରିବେ। ଏଥିସହ ଦେଶର ଶହେଟି ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ଫକିର ମୋହନ ବିଶ୍ୱବିଦ୍ୟାଳୟ ସ୍ଥାନିତ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୨୩ ନଭେମ୍ବର ୨୦୨୦ରେ ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ୬ଟି ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ କରାଯାଇଥିଲା। ସେତେବେଳେ କ୍ଲଷ୍ଟର ଇନୋଭେସନ ସେଣ୍ଟର ନିର୍ଦ୍ଦେଶକ ତଥା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ବଟାନି ପ୍ରଫେସର ଦିନବନ୍ଧୁ ସାହୁଙ୍କୁ ୪ ବର୍ଷ ପାଇଁ ଫକିରମୋହନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦିଆଯାଇଥିଲା । ହେଲେ ୪ ମାସ ମଧ୍ୟରେ ପ୍ରଫେସର ଦିନବନ୍ଧୁ ସାହୁ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ। ସେବେଠାରୁ ବାରିପଦା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି କିଶୋର କୁମାର ବାସାଙ୍କୁ ଅତିରିକ୍ତ ଭାବେ ଫକିରମୋହନ ବିଶ୍ୱବିଦ୍ୟାଳୟର ଦାୟିତ୍ୱ ଦିଆଯାଇଥିଲା।